ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଆଉ ୨ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳକୁ ଘାଇଲା କରୁଛି କରୋନା । ଇଣ୍ଡିଆ ଟିମର ଖେଳାଳିଙ୍କୁ ସଂକ୍ରମିତ କରୁଛି କରୋନା ।  ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ତେବେ ଏମାନେ କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି । ଅଲରାଉଣ୍ଡର ପାଣ୍ଡ୍ୟା ଗତ ୨୭ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।

Leave a Reply