spot_img
Home Blog Page 5521

CBSE 12th Result : ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ କେମିତି ଦିଆଯିବ ନମ୍ବର ? କେନ୍ଦ୍ର ସରକାର ଦେଲେ ଫର୍ମୁଲା

ନୂଆଦିଲ୍ଲୀ: ସିବିଏସଇ ଦ୍ବାଦଶ ପରୀକ୍ଷା ମାର୍କିଂ ପ୍ରସଙ୍ଗ । ସୁପ୍ରିମକୋର୍ଟକୁ ଫର୍ମୁଲା ପ୍ରସଙ୍ଗରେ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଦ୍ବାଦଶ ଶ୍ରେଣୀ ମାର୍କିଂ ପାଇଁ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ସିବିଆଇଙ୍କୁ ଫଳାଫଳ ପାଇଁ ଫର୍ମୁଲା ପ୍ରସ୍ତୁତ କରିବାକୁ ୧୪ ଦିନର ସମୟ ଦେଇଥିଲା । ଆଜି ସରକାରଙ୍କ ତରଫରୁ ଏଜି ଦ୍ୱାଦଶ ଫଳାଫଳ ପାଇଁ ପ୍ରସ୍ତୁତ ଫର୍ମୁଲା ବିଷୟରେ କହିଛି ।

ଆପଣଙ୍କୁ କହି ରଖୁଛୁ ଯେ, କରୋନା ସଂକ୍ରମଣ କାରଣଙ୍କୁ ସିବିଏସଇ ଏବଂ ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୧କୁ ରଦ୍ଦ କରାଯାଇଥିଲା  । ବର୍ତ୍ତମାନ ଫଳାଫଳ ପ୍ରକାଶ କରିବାକୁ ସିବିଏସଇ ଦ୍ୱାରା ଫର୍ମୁଲା ପ୍ରସ୍ତୁତ କରାଯାଇଛି । ଆଜି CBSE ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିବିଏସ୍ଇ ସୁପ୍ରିମକୋର୍ଟରେ ଏକ ଫର୍ମୁଲା ପ୍ରସ୍ତୁତ କରି ଦାଖଲ କରିଛି।

ଏହି ଫର୍ମୁଲା ଅନୁସାରେ ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷାଫଳ ଅନୁସାରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ । ଏହା ସହ ଦ୍ବାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାକୁ ଭିତ୍ତି କରି ୪୦ ପ୍ରତିଶତ ମାର୍କ ଦେବା ଲାଗି ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଦଶମର ୫ଟିରୁ ୩ଟି ଭଲ ମାର୍କ ଥିବା ବିଷୟକୁ ନେଇ ମାର୍କିଂ କରିବାକୁ ସିବିଏସଇ ପ୍ରସ୍ତାବ ରଖିଛି । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ୍ ରହିଥାଏ । ତେଣୁ ଦଶମରୁ ୩୦ ପ୍ରତିଶତ, ୧୧ ତମରୁ ୩୦ ପ୍ରତିଶତ ଏବଂ ଦ୍ୱାଦଶରୁ ୪୦ ପ୍ରତିଶତ ନିବାଯିବା କଥା କୁହାଯାଇଛି । ଏହିପରି ସେମାନଙ୍କର ମାର୍କ ବାହାରକୁ ଆସିବା ନେଇ ପ୍ରସ୍ତାବ ରଖାଯାଇଛି ।

ସିବିଏସଇ ଜୁନ୍ ୪, ୨୦୨୧ରେ, CBSE ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବାକୁ ୧୩ ଜଣିଆ କମିଟି ଗଠନ କରିଥିଲା ​ । ଦ୍ୱାଦଶ ମୂଲ୍ୟାଙ୍କନ ନୀତି ସ୍ଥିର କରିବାକୁ କମିଟିକୁ ଦଶ ଦିନ ସମୟ ଦିଆଯାଇଥିଲା। ଯଦିଓ ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ସିବିଏସ୍ଇକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି।

ପୂର୍ବ ଅପେକ୍ଷା ରାଜ୍ୟରେ ବେଶ କମିଛି ସଂକ୍ରମଣ ସଂଖ୍ୟା: ନିରୋଜ ମିଶ୍ର

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ ବେଶ କମିଛି ସଂକ୍ରମଣ ସଂଖ୍ୟା। ପ୍ରଥମେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ଆରମ୍ଭ ହୋଇଥିଲା ବେଳେ ପ୍ରଥମେ ନିୟନ୍ତ୍ରଣକୁ ମଧ୍ୟ ଆସିଛି। କିନ୍ତୁ ଏବେ ଲୋକମାନେ କୋଭିଡ କଟକଣାକୁ ମାନୁନଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଡ. ନିରୋଜ ମିଶ୍ର ।

ରାସ୍ତାରେ ଅନୁମତି ନଥାଇ ହଜାର ହଜାର ଗାଡି ଚଳାଚଳ କରୁଛି । ଶୀତଳଷଷ୍ଠୀ ସମୟରେ ଲୋକମାନେ ବାହାରେ ବିନା ମାସ୍କରେ ବୁଲୁଥିବାର ଦେଖାଯାଇଛି । ଏପରିକି ଲୋକ ମାନେ କୋଭିଡ କଟକଣା ମାନୁନଥିବା ମଧ୍ୟ ଦେଖିବାକୁ ମିଳିଛି। ଯଦି ଲୋକମାନେ ନ ମାନିବେ ପୁଣି ଲକଡାଉନ କରିବାକୁ ପଡିବ ବୋଲି ସେ କହିଛନ୍ତି।

ସେହିପରି ଏବେ ବିଭିନ୍ନ ଦେଶରେ ତୃତୀୟ ପ୍ରବାହ ଆସିଲାଣି । ଡେଲଟା ଭ୍ୟାରିଏଣ୍ଟ ପରେ ଡେଲଟା ପ୍ଳସ ଆସିଲାଣି । ୟୁକେରେ ମାମଲା ୯ ହଜାରରେ ପହଞ୍ଚିଲାଣି । ଏବେ ଲକଡାଉନ କଡାକଡି ପାଳନ କରିବା କଥା। ନମାନିଲେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର।

ଅଧିକ ପଢନ୍ତୁ- ବ୍ୟାପକ କରାଯିବ ଡୋର ଟୁ ଡୋର ସର୍ଭେ: ନିରଞ୍ଜନ ମିଶ୍ର

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଏବଂ ସ୍ଥାନୀୟ ସଂକ୍ରମଣ ମାମଲା ୧ ହଜାର ୫୬୨ ରହିଛି। ଏଥିସହ କରୋନା ସଂକ୍ରମଣରୁ ୫୫୭୯ ଜଣ ସୁସ୍ଥ ହୋଇଛନ୍ତି ।

ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର ସ୍ୱତନ୍ତ୍ର ଟିମ୍ ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ଅବସରରେ ସେମାନଙ୍କ ସହ ପୁରୀ ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

ତେବେ ଗତ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ସେ ସମୟରେ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଉକ୍ତ ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହାବ୍ୟତୀତ ସେ ସମୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମଧ୍ୟ ଲେଖିଥିଲେ ।

ଅଧିକ ପଢନ୍ତୁ- ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଛାତ୍ରୀମାନଙ୍କ ସ୍ୱାର୍ଥରେ ନୀତୀଶ ସରକାରର ବଡ଼ ନିଷ୍ପତ୍ତି

ପାଟନା: ବିହାରର ଝିଅମାନଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା କ୍ରୀଡା ବିଶ୍ୱବିଦ୍ୟାଳୟରେ ନାମଲେଖାରେ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ କରିବାକୁ ଘୋଷଣା କରିଛନ୍ତି ନୀତୀଶ। ଏହି ନିଷ୍ପତି ନେବା ସମୟରେ ସେ କହିଛନ୍ତି ଯେ, ଏମିତି କରିବା ଦ୍ୱାରା ବିଦ୍ୟାର୍ଥୀମାନେ କ୍ରୀଡା ପ୍ରତି ଅଧିକ ଉତ୍ସାହିତ ହେବେ ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିବ । ଏବଂ ବିଦ୍ୟାର୍ଥୀମାନେ ଉନ୍ନତ ପ୍ରଶିକ୍ଷଣ ପାଇବେ ।

ସୂଚନା ଅନୁସାରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରୀଡା ବିଶ୍ୱବିଦ୍ୟାଳୟ ସହ ଜଡିତ ପ୍ରସ୍ତାବିତ ବିଲ୍ ପ୍ରସ୍ତୁତିକରଣକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ନୀତୀଶ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶୀଘ୍ର, ପୁଙ୍ଖାନୁପୁଙ୍ଖ ବିଚାର ଏବଂ ସ୍ଥାନ ପରିଦର୍ଶନ ପରେ ପୁନର୍ବାର ଏହାକୁ ପ୍ରସ୍ତୁତ କରାଯାଉ । ସେ କହିଛନ୍ତି ଯେ ଯେବେଠୁ କାର୍ଯ୍ୟ କରିବାର ସୁଯୋଗ ମିଳିଛି, ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହିତ କ୍ରୀଡାକୁ ପ୍ରୋତ୍ସାହନ କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି।

ଏହାସହ ନୀତୀଶ କୁମାର କହିଛନ୍ତି ଯେ, ରାଜଗିରରେ ଏକ ଆନ୍ତର୍ଜାତୀୟ ସ୍ତରର କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ରାଜଗିରିରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ମିଳିବ । ଏହାସହ ବିଦ୍ୟାର୍ଥୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯିବ ଏବଂ କ୍ରୀଡ଼ାର ବିଭିନ୍ନ ଦିଗ ବିଷୟରେ ସୂଚନା ଦିଆଯିବ ।

ବ୍ୟାପକ କରାଯିବ ଡୋର ଟୁ ଡୋର ସର୍ଭେ: ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ କରାଯାଇଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ବ୍ୟାପକ କରାଯିବ ବୋଲି ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବାନୁଯାୟୀ, ସଂକ୍ରମଣ ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା। ଏବେ ଧୀରେ ଧୀରେ ହ୍ରାସ ପାଇବ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା। ବାକି ଯେଉଁ ଜିଲ୍ଲାରେ ଅଧିକ ରହିଛି ତାହା ଆଗକୁ ମଧ୍ୟ କମିବ। ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର। ଯେଉଁ ଜିଲ୍ଲାରେ ଅଧିକ ରହୁଛି, ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମିଯିବ ।

ଆଇସିୟୁ ପରିଚାଳନା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆଇସିୟୁ ମ୍ୟାନେଜମେଣ୍ଟ ସଠିକ ଭାବେ କରାଯାଉଛି । ପରିଚାଳନା ସଠିକ ନଥିଲେ ବହୁତ ମୃତ୍ୟୁ ହୋଇଥାନ୍ତା । ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ବର୍ତ୍ତମାନ ୪୫ ହଜାର ୮୦୯ ଆକ୍ଟିଭ କେସ୍ ଥିବା ବେଳେ ୮ ହଜାର ହସ୍ପିଟାଲରେ ଅଛନ୍ତି ।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଏବଂ ସ୍ଥାନୀୟ ସଂକ୍ରମଣ ମାମଲା ୧ ହଜାର ୫୬୨ ରହିଛି। ଏଥିସହ କରୋନା ସଂକ୍ରମଣରୁ ୫୫୭୯ ଜଣ ସୁସ୍ଥ ହୋଇଛନ୍ତି ।

ମହାକାଶ ଇତିହାସରେ ଚୀନ: ତିନି ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ୍

ଜିକ୍ୱାନ: ମହାକାଶ ଇତିହାସରେ ଚୀନର ନୂଆ ଯୁଗ । ଦେଶର ନୂଆ ମହାକାଶ ଷ୍ଟେସନ ଲାଗି ପ୍ରେରିତ ହୋଇଛି ରକେଟ୍ । ବର୍ତ୍ତମାନ ସୁଦ୍ଧା ଚାଲି ଆସିଥିବା ଅଭିଯାନ ମଧ୍ୟରେ ସବୁଠାରୁ ଦୀର୍ଘତମ ଯାତ୍ରା କରିବ ଏହି ରକେଟ୍ । ଏହାସହ ବିଶ୍ବର ପ୍ରମୁଖ ମହାକାଶ ଶକ୍ତି ଭାବେ ଚୀନ ନିଜକୁ ସାମିଲ କରିଛି । ଲଙ୍ଗମାର୍ଚ୍ଚ-୨ ଏଫ ନାମକ ରକେଟରେ ତିନି ଜଣ ମହାକାଶଚାରୀ ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ।

ସେଠାରେ ସେମାନେ ପ୍ରାୟ ୩ ମାସ ବାସ କରିବେ । ଚୀନର ଗୋବିସ୍ଥିତ ଜିଉକ୍ବାନ ଲଞ୍ଚ ସେଣ୍ଟରରୁ ଏହି ରକେଟକୁ ଲଞ୍ଚ କରାଯାଇଛି । ଉତକ୍ଷେପଣର ପ୍ରାୟ ୧୦ ମିନଟ ପରେ ଏହା ନିଜର କକ୍ଷପଥରେ ଅବସ୍ଥାନ କରିଥିଲା । ସଫଳ ଉତକ୍ଷେପଣ ପରେ ମହାକାଶଚାରୀମାନେ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା । ବେଜିଂ ଏରୋସ୍ପେସ କଣ୍ଟ୍ରୋଲ ସେଣ୍ଟରରୁ ଉତକ୍ଷେପିତ ଏହି ରକେଟର ଠିକ୍ ସମୟରେ ନିଜ କାର୍ଯ୍ୟ ସମ୍ପାଦନ କରିବ ବୋଲି କହିଛନ୍ତି ଜିଉକ୍ବାନ ଲଞ୍ଚ ସେଣ୍ଟରର ନିର୍ଦ୍ଦେଶକ ଝାଙ୍ଗ ଝିଫେନ । ପୂର୍ବରୁ ଦୁଇଟି ସ୍ପେସ ମିଶନରେ ସାମିଲ ହୋଇଥିବା ନି ହାଇସେଙ୍ଗ ବର୍ତ୍ତମାନର ମିଶନରେ ଅଛନ୍ତି କମାଣ୍ଡର ।

ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ବୁଧବାର ଦିନ କମ୍ପାନୀର ଚେୟାରମ୍ୟାନ୍ ତଥା ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଜନ୍ ଥମ୍ପସନଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏବେ ସତ୍ୟ ନାଡେଲାଙ୍କୁ ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍ କରାଯାଉଛି । ତାଙ୍କ ପୂର୍ବରୁ କମ୍ପାନୀର ଚେୟାରମ୍ୟାନ୍ ଥିଲେ ଜନ୍ ଥମ୍ପସନ । ଥମ୍ପସନ ଏବେ ମୁଖ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିବେ । ୨୦୧୪ ମସିହାରେ ବିଲ୍ ଗେଟ୍ସଙ୍କ ପରେ ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ପଦ ସମ୍ଭାଳିଥିଲେ ଜନ୍ ଥମ୍ପସନ୍ ।

୨୦୧୪ ମସିହାରେ ସତ୍ୟ ନାଡେଲା ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ସେ ଷ୍ଟିଭ୍‍ ବାମରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଯାହା ପରେ ସେ ଲିଙ୍କଡିନ୍, ନ୍ୟୁନ୍ସ କମ୍ପ୍ୟୁନିକେସନ୍ ଓ ଜେନିମେକ୍ସ ଭଳି ଅନେକ କମ୍ପାନୀର ଅଧିଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାଇକ୍ରୋସଫ୍ଟ ପକ୍ଷରୁ ସେୟାର ପିଛା ୫୬% ତ୍ରୟମାସିକ ଲାଭାଂଶ ଘୋଷଣା କରାଯାଇଛି।

କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ପ୍ରଭାବଶାଳୀ: ଡ. ଆରୋରା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ କାମ କରୁଛି କୋଭିସିଲ୍ଡ ଟିକା । ଏପରିକି କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ପ୍ୟାନେଲର ମୁଖ୍ୟ ଡକ୍ଟର ଏନ.କେ ଆରୋରା।

କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ନେଇ ତର୍କ ବିତର୍କ ଓ ବିବାଦ ମୁଣ୍ଡ ଟେକିଥିବା ବେଳେ ଡକ୍ଟର ଅରୋରାଙ୍କ ଏପରି ପ୍ରତିକ୍ରିୟା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତଥ୍ୟ ଅନୁସାରେ ଡେଲଟା ଭାଇରସ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ୬୧ପ୍ରତିଶତ ପ୍ରଭାବୀ ।

ତେବେ ପ୍ରଥମ ଡୋଜ୍ ନେବା ପରେ ହିଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି । ଯେଉଁଥିପାଇଁ ଏହି କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଯାଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାର ୯୦୩ ରହିଛି ।

 

ବାପର ମୃତଦେହ ପାଖରେ ୩ଦିନ ବିତାଇଲେ ୨ ନିରୀହ ଜୀବନ

ବରେଲି: ପାରିବାରିକ କଳହର କରୁଣ ପରିଣତି । ବାପାର ଶବ ପାଖରେ ୩ଦିନ ବିତାଇଲେ ୨ ନିରୀହ ଜୀବନ । ଏମିତି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ଯେତେବେଳେ ଏହି ନିରୀହ ଜୀବନ ଭୋକ ସମ୍ଭାଳି ପାରିଲେନି ସେତବେଳେ ପଡ଼ୋଶୀଙ୍କୁ ମାଗିଲେ ଖାଦ୍ୟ । ଏବଂ ସେହି ସମୟରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ପଡ଼ୋଶୀ ଜାଣିବାକୁ ପାଇଥିଲେ । ଘଟଣାଟି ହେଉଛି ବରେଲି ପୋଲିସ ଷ୍ଟେସନ ଇଜାଜତ ନାଗର ଅଞ୍ଚଳର ।

ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କର ତାଙ୍କ ସ୍ତ୍ରୀଙ୍କ ସହ କୌଣସି କାରଣରୁ ଝଗଡ଼ା କରିଥିଲେ । ଏଥି୍ରେ ରାଗିଯାଇ ମହିଳା ଜଣଙ୍କ ସ୍ୱାମୀ ଏବଂ ୨ ପିଲାଙ୍କୁ ଛାଡ଼ି ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏସମ୍ପର୍କ ପିଲାଙ୍କଠାରୁ ଯେତେବେଳେ ପଡ଼ୋଶୀ ଜାଣିବାକୁ ପାଇଥିଲେ । ସେତେବେଳେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୋଲିସକୁ ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ନୋଏଡ଼ାର କୌଣସି ଏକ କମ୍ପାନୀରେ କାମ କରୁଥିଲେ । ଏବଂ ଲକଡାଉନ କାରଣରୁ ସେ ଘରେ ଆସି ରହୁଥିଲେ । କିଛିଦିନ ତଳେ ସ୍ତ୍ରୀଙ୍କ ସହ କୌଣସି କାରଣରୁ କଳହ ହେବାରୁ ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ପଳାଇଥିଲେ। ପଡୋଶୀମାନେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ୪ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ଅଛି ।

ପୋଲିସ ଉଦ୍ଧାର କରିଥିବା ମୃତଦେହ ପାଖରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନଥିଲା। ଏହାପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଲିସ କହିଛି ଯେ ପତ୍ନୀଙ୍କ ଉପରେ ଅସନ୍ତୋଷ କାରଣରୁ ହିଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛି ।

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଭାଙ୍ଗିଲେ ବହୁ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ନଜରକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଖଣ୍ଡଗିରିର ଗଣ୍ଡମୁଣ୍ଡା ଲେନ୍ ୩ରେ କେହି ଦୁର୍ବୃତ୍ତ ଏକାଧିକ ଗାଡି ଭଙ୍ଗାରୁଜା କରିଥିଲେ। ପ୍ରାୟ ୮ ରୁ ୧୦ ଜଣ ବ୍ୟକ୍ତି ହାତରେ ଠେଙ୍ଗା, ଭୁଜାଲି ଓ ଖଣ୍ଡା ଧରି ଆସିଥିଲେ। ଏହି ଦୁର୍ବୃତ୍ତ ମାନଙ୍କ ଆକ୍ରମଣରେ କାର ଓ ବାଇକ ସବୁ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଜଣାପଡିଛି ।