spot_img
Home Blog Page 5498

ରାଜ୍ୟରେ ୩ ହଜାର ୬୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେଉଛି ଅଦୃଶ୍ୟ ଭୂତାଣୁର ଆତଙ୍କ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୬୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୫୨ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୪୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୪୧, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଯଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩, କନ୍ଧାମଳରୁ ୨୬, କେନ୍ଦ୍ରାପଡ଼ାରୁ ୧୦୬, କେଉଁଝରରୁ ୬୮, କୋରାପୁଟରୁ ୧୦୪, ମାଲକାନାଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬, ଏବଂ ଷ୍ଟେଟପୁଲରୁ ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ପାକିସ୍ତାନ ପ୍ରତିପକ୍ଷ ମୋୟିଦ ୟୁସୁଫ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି । ଏସସିଓର ୧୬ତମ ବୈଠକ ଅବସରରେ ତାଜିକସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଡୋଭାଲ ଆଲୋଚନା କରିଥିଲେ । ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ସମେତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରାଚାଲାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଉପରୋକ୍ତ ପ୍ରସଙ୍ଗରେ ସହମତି ଆସିବା ସହ ମିଳିତ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସହମତି ପ୍ରକାଶ ପାଇଛି ବୋଲି କହିଛନ୍ତି ଏସସିଓର ଅଧ୍ୟକ୍ଷ ରାଷ୍ଚ୍ର ତାଜକିସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନ । ଆଞ୍ଚଳିକ ନିରାପତ୍ତା, ବିଭିନ୍ନ ଚାଲେଞ୍ଜର ମୁକାବିଲା ଲାଗି ସମସ୍ତେ ଏକ ହେବେ ବୋଲି କହିଛି ରିଜିଓନାଲ ଆଣ୍ଟିଟେରରିଷ୍ଟ ଷ୍ଟ୍ରକ୍ଚର ବା ରାଟସ୍ । ବୈଠକରେ ବିଭିନ୍ନ ଅଞ୍ଚଳରେ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବା ଅବସରରେ ଏହା କହିଛି ରାଟସ । ବୈଠକରେ ସୂଚନାଗତ ନିରାପତ୍ତା, ସାଇବରକ୍ରାଇମ, ଖାଦ୍ୟ ଓ ଜୈବିକ ନିରାପତ୍ତା, କରୋନା ଭାଇରସର ମୁକାବିଲା ଆଦି ପ୍ରସଙ୍ଗରେ ଏକ ମିଳିତ ଘୋଷଣାନାମା ଜାରି ହୋଇଛି । ବୈଠକରେ ଭାରତ, ପାକିସ୍ତାନ, ତାଜିକସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ରୁଷ, ଉଜବେକିସ୍ତାନର ପ୍ରତିନିଧି ଯୋଗଦେଇଥିଲେ । ତେବେ ଚୀନର କୌଣସି ପ୍ରତିନିଧି ବୈଠକରେ ଯୋଗଦେଇ ନଥିଲେ । ଏହା ସହ ରୁଷ ଓ ଭାରତ ମଧ୍ୟରେ ନିରାପତ୍ତା, ଏସୀୟ ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ବିଭିନ୍ନ ପ୍ରସଙ୍ଗରେ ଭାବବିନିମୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଆଣ୍ଟିଭାଇରସ ସଫ୍ଟଓ୍ବେରର ଉଦ୍ଭାବକ ଜନ ମାକଫିଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ଆଣ୍ଟିଭାଇରସ ସଫ୍ଟଓ୍ବେରର ଉଦ୍ଭାବକ ଜନ ମାକଫିଙ୍କ ସନ୍ଦେହଜନକ ମୃତ୍ୟୁ। ସ୍ପେନର ଏକ ଜେଲରେ ତାଙ୍କର ମୃତ୍ୟୁ ଘଟିଛି। ଶୁଳ୍କ ଠକେଇ ଅଭିଯୋଗ କ୍ରମେ ତାଙ୍କୁ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ଲାଗି ସ୍ପେନର ଏକ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ବାର୍ସେଲୋନାର ବ୍ରିୟନ୍ସ ଜେଲରେ ୭୫ ବର୍ଷ ବୟସ୍କ ମାକଫିଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ତଥ୍ୟ ପଦାକୁ ଆସୁଛି। ଗତ ବର୍ଷ ଅକ୍ଟୋବରରେ ସେ ସ୍ପେନ ଚାଲିଯିବା ପରେ ତାଙ୍କୁ ବାର୍ସେଲୋନାରେ ଗିରଫ କରାଯାଇଥିଲା। ସେ ବାର୍ସେଲୋନାରୁ ଇସ୍ତାନବୁଲକୁ ବିମାନରେ ଚାଲିଯିବା ଲାଗି ଯୋଜନା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା।

୨୦୧୪ରୁ ୨୦୧୮ ମଧ୍ୟରେ ସେ ଶୁଳ୍କ କ୍ଷେତ୍ରରେ ବ୍ୟାପକ ଅନିୟମିତତା କରିବା ସହ ଶୁଳ୍କ ଦାଖଲ ନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ତେବେ ତାଙ୍କୁ ୩୦ ବର୍ଷ ଜେଲରେ ରହିବାକୁ ପଡ଼ିଥାନ୍ତା। ବୁଧବାର ତାଙ୍କୁ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ଲାଗି ସ୍ପେନର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାକଫି ଗତ ୪ ବର୍ଷ ମଧ୍ୟରେ ଶୁଳ୍କ ଦାଖଲ ନ କରିବା ହେତୁ ସେ ୧୦ ମିଲିୟନ ୟୁରୋ ଅର୍ଥାତ ୧୨ ମିଲିୟନ ଡଲାର ଆୟ କରିଥିଲେ ବୋଲି ଆମେରିକା ପକ୍ଷରୁ ଅଭିଯୋଗ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଟୁଇଟ ପ୍ରକାଶ କରିଥିଲେ ଯେଉଁଥିରେ ସେ ଆତ୍ମହତ୍ୟା ନେଇ ସୂଚନା ଦେଇଥିଲେ।

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା, ଲାଗୁ ହୋଇଛି ୧୪୪ ଧାରା

ବାରିପଦା: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ ସ୍ନାନ ମଣ୍ଡପରେ ବିଜେ ହୋଇ ୧୦୮ ଲେଖାଏଁ ସୁବାସିତ ଜଳରେ ସ୍ନାନ କରିଛନ୍ତି। ଇଏ ହେଉଛି ଅପୂର୍ବ ଦୃଶ୍ୟ। ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତା ମାନେ ମଧ୍ୟ ଏହି ଚତୁର୍ଧା ମୃର୍ତ୍ତିଙ୍କ ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି। ସାରା ଜଗତରେ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆଜି ଏହି ଅଲୌକିକ ସ୍ନାନ ଯାତ୍ରା ଚାଲୁ ରହିଛି। ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ନିୟମ ଯୋଗୁଁ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ରୁପେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି।

ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ଭିଡକୁ ନଜରରେଖି ୧୪୪ଧାରା ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଏବଂ ଆଖପାଖ ଅଞ୍ଚଳର ୫୦୦ମିଟର ପରିସରରେ ୧୪୪ଧାରା ଲଗାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାରଙ୍କ ତତ୍ୱାବଧାନରେ ୨ଡିଏସ୍ପି, ୨ ଇନ୍ସପେକ୍ଟରଙ୍କ ସମେତ ୨୬ଜଣ ପୋଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ କରାଯାଇଛି। ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଲାଗୁଛି। ଠାକୁରଙ୍କ ନୀତିକାନ୍ତିରେ ଯେପରି କୌଣସି ଅବହେଳା ନରୁହେ ସେଥିପାଇଁ ମନ୍ଦିର ସେବାୟତ ମାନେ ଲାଗିରହିଛନ୍ତି।

ସ୍ନାନ ପରେ ଶ୍ରୀବିଗ୍ରହ ମାନେ ଗଜାନନ ବେଶରେ ସାଧାରଣ ରେ ଦର୍ଶନ ଦେଉଛନ୍ତି।ତେବେ ଆଜି ରାତିରେ ପ୍ରଭୁ ଅଣସର ଘରକୁ ଯିବାର କାର୍ଯ୍ୟକ୍ରମ ଥିବା କଥା ମନ୍ଦିର ବଡପଣ୍ଡା କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ଦୁଃଖିତ ରହୁଥିବା କହିଛନ୍ତି।

ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଶ୍ରୀଜିଉ, ଭକ୍ତଶୂନ୍ୟ ହୋଇଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ। ବିନା ଭକ୍ତରେ ହେଉଛି ସ୍ନାନ ଯାତ୍ର। ଆଜି ଭକ୍ତାରୁଢ଼ ହୋଇନି ବଡ଼ଦାଣ୍ଡ। ବକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନରେ ଆଜି କଟକଣା ଲାଗିଛି। ତେବେ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳୀ କରି ଶ୍ରୀଜିଉଙ୍କ ପହଣ୍ଡି କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ମହାବାହୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ। ମଙ୍ଗଳା ଆଳତୀ ହୋଇ ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ପରେ ବର୍ତମାନ ବେଶ ଶେଷ ହୋଇଛି।

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି। ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି।

୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍‌ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି। ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଗହଳି ଏଡ଼ାଇବା ବ୍ୟବସ୍ଥା ହୋଇଛି।

ରାସ୍ତାକଡର ଉଠା ବ୍ୟବସାୟୀ ସାଜିଲେ ପାରାସୁଟର ଦିଲରାଜ କୌର

ଡେରାଡୁନ: ସ୍ୱପ୍ୱକୁ ସତ କଲେ । ଭାରତର ତ୍ରିରଙ୍ଗାକୁ ବିଶ୍ୱ ଆଗରେ ଉଡ଼ାଇଲେ ।  କିନ୍ତୁ ଆଜି ପାର୍କ ଆଗରେ ସାଜିଛନ୍ତି ଉଠା ବ୍ୟବସାୟୀ  ।ଗରିବୀ ଘରେ ଜନ୍ମ ହୋଇଥିବା ଝିଅ ଟି ନିଜ ଆକାଂକ୍ଷାକୁ ଅଟକାଇନି  । ବଂର ଆକାଶରେ ଉଡ଼ାଇଛି  । ବହୁ ସୁନାମ ଏବଂ ସମ୍ମାନ ଏ ଦେଶକୁ ଦେଇଛି  । କିନ୍ତୁ ଆଜିର ଦୃଶ୍ୟ ସତରେ ବିଚଳିତ କଲାଭଳି  ।  ଦିନେ ହାତରେ ବନ୍ଧୁକ ଧରି ପାରାସୁଟରେ ଅଭ୍ୟସ୍ତ ଥିବା ଝିଏ ଆଜି ରାସ୍ତାକଡରେ ବିକୁଛି ସ୍ନାକ୍ସ ଏବଂ ଚିପ୍ସ  । ଦିନେ ସୁନା ପଦକ ଭେଟି ଦେଉଥିବା ଝିଅ ଆଜି ସଂସାର ନାଆରେ ଅସ୍ତବ୍ୟସ୍ତ ହୋଇପଡିଛି  । ଉତ୍ତରାଖଣ୍ଡର ପାରାସୁଟର ଦିଲରାଜ କୌରଙ୍କ ଖବର ଆଜି ଶୀର୍ଷକ ସାଜିଛି  ।

ଡେରାଡୁନର ଏକ ପାର୍କ ପାଖରେ ଦିଲରାଜ କୌର କେଇଟି ସ୍ନାକ୍ସ ଏବଂ ଚିପ୍ସ ବିକ୍ରି କରୁଥିବା ଦେଖିବାକୁ ମିଳିଛି  । ୨୦୦୪ ମସିହରୁ ପାରାସୁଟିଙ୍ଗ ଆରମ୍ଭ କରିଥିବା କୌର ୨୪ ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ଏବଂ ତିନୋଟି ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି  । ଅନେକ ଜାତୀୟ ସମ୍ମାନର ଅଧିକାରୀ ହୋଇଥିବା ଏହି କ୍ରୀଡ଼ାବିତଙ୍କ ଅସହାୟତା ଅସମ୍ଭାଳ ହୋଇଛି  । ସରକାରଙ୍କ ପାଖରେ ନିଯୁକ୍ତିର ଗୁହାରୀ ମାଗି ମାଗି ଥକିଯିବା ପରେ ସେ ଆଜି ଏପରି ବ୍ୟବସାୟ କରିବାର ନିଷ୍ପତି ନେଇଛନ୍ତି  । ଏବଂ ନିଜର ଦୁଃଖକୁ ବଖାଣିଛନ୍ତି  । ତାଙ୍କ ବାପାଙ୍କର କିଛି ଦନି ତଳେ ଅର୍ଥ ଭାବରୁ ଦେହାନ୍ତ ହୋଇଥିବା ବେଳେ ଭାଇର ମଧ୍ୟ ମୃତ୍ୟୁ ଘଟିଛି  ।

ସେ କହିଛନ୍ତି ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଚିକିତ୍ସା ଭଲରେ କରିପାରିଲେ ନାହିଁ  । ସରକାରଙ୍କ ପାଖରେ ନିବେଦନ କରିଥିଲେ ମଧ୍ୟ ସରକାର ସୁଣିଲେ ନାହିଁ  । ସେପଟେ ବାପା ଭାଇଙ୍କର ମୃତ୍ୟୁ ପରେ ପ୍ରାୟ ୨୦ ମାସ ହେବ ନିଜେ ଏବଂ ପରିବାର ଚଳାଇବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି  । ତେଣୁ ସରକାର ତାଙ୍କ ଅଭିଯୋଗକୁ ଶୁଣିବାରେ ଆଖିବୁଜିଦେଇଛନ୍ତି ଏବଂ ଆଜି ପରିସ୍ଥିତି ତାଙ୍କୁ ଏ ଜାଗାରେ ବସାଇଛି ବୋଲି କହିଛନ୍ତି ଦିଲଜିତ କୌର  ।

 

 

ଭାରତକୁ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ହେଲା ଓ୍ୱାଲ୍ଡ ଟେଷ୍ଟ ଚାମ୍ପିଅନ୍

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌କୁ ୮ ଓ୍ୱିକେଟ୍‌ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନର ମାନ୍ୟତା ହାସଲ କରିଛି । ଭାରତ ଦ୍ୱାରା ରଖାଯାଇଥିବା ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା । ଅଧିନାୟକ କେନ ଓ୍ୱିଲିୟମସନ୍ ମ୍ୟାଚ ବିଜୟୀ ଇନିଂସ ଖେଳି ୫୨ ରନ କରିଥିଲେ । ରସ୍ ଟେଲର ମଧ୍ୟ ୪୭ ରନ କରିଥିଲେ ।

ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । ବର୍ଷା ବାଧାପ୍ରାପ୍ତ ଏହି ଫାଇନାଲ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ୨୧୭ କରିଥିବାବେଳେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୪୯ ରନ କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ବହୁମୂଲ୍ୟ ୩୨ ରନର ଅଗ୍ରଣୀ ପାଇଥିଲା ।

ଏଥିସହିତ ପଢ଼ନ୍ତୁ: କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଆଣିପାରେ ତୃତୀୟ ଲହର

ଗିରାଙ୍ଗ ଗାଁରେ ସୁନା ଗହଣା ଓ ଲାପଟପ୍ ଲୁଟିନେଲେ ଦୁର୍ବୃତ୍ତ: ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ଦୁଇଜଣଙ୍କ ଘରୁ ଚୋରି । ଏ ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ଦୁଇ ପରିବାର । ତେବେ ଚୋର ମାନେ ଚୋରି କରିବାକୁ ଆସିଥିବା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଘର ନିକଟକୁ ଆସି ଚୋର ମାନେ ପାଚେରୀ ଡେଇଁ ଘର ଭିତରକୁ ଯାଉଥିବା ଏହି ସିସିଟିଭିରୁ ଚିତ୍ରରୁ ସ୍ପଷ୍ଟ ଦେଖା ଯାଉଛି । ଆଉ ଏହି ସିସିଟିଭି ଅଧାରରେ ପୁଲିସ ତଦନ୍ତ ମଧ୍ୟ କରୁଛି । ସୂଚନା ଅନୁସାରେ ପ୍ରଦତ୍ତ କୁମାର ଗଡ଼ନାୟକ ଗତକାଲି ନାଲ୍‌କୋରେ ନାଇଟ୍ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ତାଙ୍କ ପରିବାର ଲୋକ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ଘରୁ ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ସକାଳେ ତାଙ୍କ ଘର ଭିତରୁ ବନ୍ଦ ହୋଇଥିବାରୁ ତାଙ୍କ ପୁଅ ପ୍ରମିତ କୁମାର ଗଡନାୟକ ଘର ପଛ ପଟକୁ ଯାଇ ଦେଖିଲା ବେଳକୁ ତାଙ୍କ ଘରର ଝରକା ତଡ଼ା ହୋଇଥିବା ଜାଣିବାକୁ ପାଇଥିଲେ । ଘର ଭିତରକୁ ପଶି ଦେଖିଲା ବେଳକୁ ତାଙ୍କ ଘରୁ ନଗଦ ୧୫ ହଜାର ଟଙ୍କା , ସୁନା , ରୂପା ସହ ଲାପଟପ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେହି ରାତିରେ ପିତାମ୍ବର ଗଡ଼ନାୟକଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ରାତିରେ ଶୋଇଥିବା ସମୟରେ ପିତାମ୍ବରଙ୍କ ଘର ଝରକା ତାଡି ମନିପର୍ସ ସହ ଏକ କାରର ଚାବି ନେଇ ଯାଇଥିବା ଜଣା ପଡିଛି । ଉଭୟ ଘଟଣାର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାଲକୋ ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନକୁ ଓଡ଼ିଶା ହାଇକୋର୍ଟଙ୍କ ଅଗ୍ରାହ୍ୟ

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଆଣିପାରେ ତୃତୀୟ ଲହର

ନୂଆଦିଲ୍ଲୀ: ଦ୍ବିତୀୟ ଲହରର ବିପଦ ଟଳିନି । ସେପଟେ ମୁଣ୍ଡ ଟେକିଲାଣି ତୃତୀୟ ଲହର ବିପଦ । ତେବେ ଭୟଙ୍କର ଭାରିଆଣ୍ଟ ଡେଲଟା ପ୍ଲସ ହିଁ ତୃତୀୟ ଲହର ଆଣିପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲଟା ଷ୍ଟ୍ରେନର ମ୍ୟୁଟାଣ୍ଟ ଭର୍ସନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେରଳରେ ଠାବ ହେଲାଣି ।

ଏହି ଭାରିଆଣ୍ଟ ବିରୋଧରେ ସେପରି ପ୍ରତିରୋଧକ ବ୍ୟବସ୍ଥା ନଥିବାରୁ ଏହା ଭବିଷ୍ୟତରେ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଏହି ଭାରିଆଣ୍ଟର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ କେନ୍ଦ୍ର ସରକାର ଏହି ତିନି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନିଷ୍ଟ୍ରେସନର ମୁଖ୍ୟ ଭି.କେ. ପଲ କହିଛନ୍ତି- ଭାରିଆଣ୍ଟ ଏବେ ସୀମିତ ସ୍ଥାନରେ ଅଛି ।

ଏହା ଯେପରି ପରିବ୍ୟାପ୍ତ ନ ହେବ ସେଥିଲାଗି ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ପଡିବ । ମହାରାଷ୍ଟ୍ରରେ ସମ୍ପ୍ରତି ତୃତୀୟ ଲହରର ପଦଧ୍ବନି ଶୁଭିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ବର୍ତ୍ତମାନ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ରୁଷ ଓ ଚୀନରେ ଡେଲଟା ପ୍ଲସ ଠାବ ହୋଇଛି ।

ଏଟିଏମରୁ ବାହାର କରିବାକୁ ଯାଇଥିଲେ ୧୪୦୦ ଟଙ୍କା କିନ୍ତୁ ମହିଳାଙ୍କ ଆକାଉଣ୍ଟରୁ ମିଳିଲା ୭୪୧୪ କୋଟି

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାର ଜଣେ ବୃଦ୍ଧ ମହିଳା ଯେତେବେଳେ ତାଙ୍କ ବ୍ୟାଙ୍କବାଲାନ୍ସ ଦେଖିଲେ ତାଙ୍କ ହୋସ ଉଡ଼ିଗଲା । ସେ କଦାପି କଳ୍ପନା କରି ନଥିଲେ ଯେ ତାଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ଥିବ ବୋଲି । ଏହି ପରିମାଣ ପ୍ରାୟ ୧ ବିଲିୟନ ଡଲାର  ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ଏହା କୋଟିଏରୁ ଅଧିକ ଟଙ୍କା ଥିଲା । ବୃଦ୍ଧ ମହିଳା ଜଣକ ଯେତେବେଳେ ବ୍ୟାଙ୍କ ଅଧିକାରୀଙ୍କୁ ଏ ବିଷୟରେ ଜାଣାଇଲେ, ସେତେବେଳେ ପୂରା ଘଟଣା ଜଣାପଡ଼ିଲା ।

ସୂଚନା ଅନୁସାରେ ଫ୍ଲୋରିଡାର ଜଣେ ବୃଦ୍ଧ ମହିଳା ଜୁଲିଆ ୟାନକୋସ୍କି ଏଟିଏମକୁ ଯାଇ ୨୦ ଡଲାର ଉଠାଇବାକୁ ଯାଇଥିଲେ, କିନ୍ତୁ ଟଙ୍କା ବାହାର କରିବା ସମୟରେ ଏଟିଏମ୍ ମେସିନ୍ ତାଙ୍କୁ ସତର୍କ କରାଇଥିଲା ତାଙ୍କୁ ଏହି ରାଶି ପ୍ରତ୍ୟାହାର ପାଇଁ ଦେୟ ଦେବାକୁ ପଡିବ। ମେସିନ୍ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଅଣଦେଖା କରି ସେ ଏହି କାରବାର ଜାରି ରଖିଥିଲେ ।

ଏହା ପରେ ଯେତେବେଳେ ଜୁଲିଆ ତାଙ୍କ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ହୋସ ଉଡି ଯାଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ୯୯୯,୯୮୫,୮୫୫.୯୪ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୭୪୧୭ କୋଟି ଟଙ୍କା । ଜୁଲିଆ କହିଛନ୍ତି ଯେ ଏହା ଦେଖି ସେ ବହୁତ ଡରି ଯାଇଥିଲେ। ଅନେକ ଲୋକ ଭାବୁଥିବେ ଯେ ମୁଁ ଲଟେରୀ ଜିତିଛି, କିନ୍ତୁ ଏହା ବହୁତ ଭୟଭୀତ କଲାଭଳି କଥା ଥିଲା । ଜୁଲିଆ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଟଙ୍କା ଉଠେଇବାକୁ ମେସିନରେ ୨୦ ଡଲାର ମାରିଥିଲି, ସେତେବେଳେ ଏଟିଏମରୁ ଏକ ବାର୍ତ୍ତା ଆସିଥିଲା ​​ଯେ ଆମେ ଆପଣଙ୍କୁ ୨୦ ଡଲାର ଦେବୁ କିନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଦେୟ ପଡ଼ିବ।

ଯେତେବେଳେ ଜୁଲିଆ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି, ଏହା ସତ୍ତ୍ୱେ ସେ ସେହି ଟଙ୍କା ଦେହରେ ହାତ ବି ମାରି ନଥିଲେ । ସେ କହିଥିଲେ ଯେ, ସେ ଯଦି ସେହି ଟଙ୍କା ଗୁଡ଼ିକୁ ଉଠାଇଥାନ୍ତେ ତେବେ ତାଙ୍କୁ ସେହି ଟଙ୍କା ଗୁଡ଼ିକୁ ଫେରାଇବାକୁ ପଡ଼ିଥାନ୍ତା । ବ୍ୟାଙ୍କ ପ୍ରତିନିଧିଙ୍କ କହିବାନୁସାରେ, ଜୁଲିଆଙ୍କ ସ୍ୱର୍ଗତ ସ୍ୱାମୀଙ୍କ ସହିତ ବ୍ୟାଙ୍କରେ ମିଳିତ ଆକାଉଣ୍ଟ ଥିଲା । ଯେତେବେଳେ ଜୁଲିଆ ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କଲେ, ବ୍ୟାଙ୍କ ଦ୍ୱାରା ସବୁଜ ଆଲର୍ଟ ଦିଆଯାଇଥିଲା, ଯାହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟରେ ନମ୍ବରରେ ଏଭଳି ଅଦଳବଦଳ ହୋଇଥିଲା ।