ଭୁବନେଶ୍ୱରରେ ଡରାଉଛି ଡେଙ୍ଗୁ, 24ଘଣ୍ଟାରେ 36 ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ । ପ୍ରତିଦିନ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ 24ଘଣ୍ଟାରେ ଭୁବନେଶ୍ୱରରେ 36ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 831କୁ ବୃଦ୍ଧି ପାଇଛି । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ସହରର ବିଭିନ୍ନ ସ୍ଥାନରେ ସଫେଇ ସହ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ବିଏମ୍‌ସି । ଗତ 24 ଘଣ୍ଟାରେ 7 ହଜାର 2 ଶହ 66ଟି ଘରେ ମୋଟ 30ହଜାର 628 ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । 23 ହଜାର 5 ଶହ 77ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ 23 ହଜାର 2 ଶହ 93ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply