Tokyo Olympics 2020: ଅନ୍ତିମ ଦିନରେ ପୂରା ହୋଇପାରେ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ: ଶନିବାର ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଶେଷ ହେଉଛି ଭାରତର ଅଭିଯାନ । ଶେଷ ଦିନରେ ପଦକ ଆଶା ରଖିଛନ୍ତି ଦେଶବାସୀ । ଜାଭେଲିନ୍‌ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳ ମଧ୍ୟରେ ହେବ କଡା ମୁକାବିଲା । ସ୍ୱର୍ଣ୍ଣ ପଦକ ପାଇଁ ହେବ ଜୋରଦାର ଫାଇଟ । ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଓ ପାକିସ୍ତାନର ଅରଶଦ ନଦୀମଙ୍କ ମଧ୍ୟରେ ହେବ ଲଢେଇ । ଉଭୟ ନୀରଜ ଏବଂ ଅରଶଦ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଷ୍ଟାର ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବା ବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଅରଶଦ ଗ୍ରୁପ୍ ବିରେ ଥିଲେ । ସେପଟେ ରେସଲିଂରେ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ । ତେବେ ଚଳିତ ଅଲିମ୍ପିକ୍ସରେ ମୋଟ ୫ଟି ପଦକ ପାଇଛି ଭାରତ । ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଚ ପଦକ ସହ ୬୬ତମ ସ୍ଥାନରେ ରହିଛି ଭାରତ । ତେବେ  ଏଯାବତ୍ କୌଣସି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିନଥିବା ବେଳେ ଆଜିର ଜାଭେଲିନ୍‌ ଥ୍ରୋରୁ ସ୍ୱର୍ଣ୍ଣ ପଦକ ନେଇ ଆଶା ରଖିଛି ଭାରତ ।

ଏଥିସହିତ ପଢ଼ନ୍ତୁ: ନବୀନଙ୍କୁ ରାଣୀ ରାମପାଲଙ୍କ ପ୍ରଶଂସା, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ଅସମ୍ଭବ

Leave a Reply