ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର: ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟଏ ଟ୍ରେନ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ । ଏନେଇ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବୁଲେଟ ଟ୍ରେନ ପରି ଏହା ତିଆରି ହୋଇଛି । ଏଥିରେ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା ।

1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା 3 କୋଟି 5 ଲକ୍ଷ ଟଙ୍କା ବ୍ୟୟରେ ବଗି ଓ ଟ୍ରାକର ନବୀକରଣ କରାଯାଇଛି । ଏହି ଟ୍ରେନରେ ଏକା ଥରକେ 72 ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ ।

କୋଭିଡ ଭୟବହତା ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଚଳିତ ସପ୍ତାହରୁ ଖୋଲିଛନ୍ତି ରାଜ୍ୟ ସରକାର  । ସେପଟେ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନରେ ବ୍ୟବସ୍ଥା କରାଯାଇଛି  । ଯାହା ଅତ୍ୟନ୍ତ ମନଲୋଭା ମଧ୍ୟ  । ଏଥିରା ପର୍ଯ୍ୟଟକ ବସିବା ସହ ନନ୍ଦନକାନନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ  । ଏଥିସହିତ ଅତି ନିକଟରୁ ପଶୁ ପକ୍ଷୀଙ୍କୁ ମଧ୍ୟ ଦେଖିବାର ସୌଭାଗ୍ୟ ପାଇପାରିବେ  ।

Leave a Reply