ଲଦାଖରେ ଶାନ୍ତିର ନୂଆ ଅଧ୍ୟାୟ, ଗୋଗ୍ରା ହାଇଟସରୁ ହଟିଲେ ଭାରତ ଓ ଚୀନ ସେନା

1 min read

ନୂଆଦିଲ୍ଲୀ: ଶେଷରେ ଗୋଗ୍ରା ହାଇଟସରୁ ହଟିଲେ ଭାରତ ଓ ଚୀନ ସେନା । ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ବିବାଦର କାରଣ ସାଜିଥିବା ଏହି ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ହେବା ପରେ ଶାନ୍ତି ପ୍ରତିଷ୍ଠାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ସହ ସ୍ଥାନୀୟ ଅଞ୍ଚଳରେ ନିର୍ମିତ କେତେକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ହଟାଇଦିଆଯାଇଛି । ମୋଲଡୋରେ ଦୁଇ ଦଶ ମଧ୍ୟରେ କମାଣ୍ଡରସ୍ତରୀୟ କଥାବାର୍ତ୍ତାର ଏକ ସପ୍ତାହ ପରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ହୋଇଛି ।

ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ ୧୭-ଏ ଚାରିପାଖରେ ଅସ୍ତ୍ରଶସ୍ତ୍ର ସହ ମୁତୟନ ଥିବା ସେନା ନିଜ ନିଜ ଇଲାକାକୁ ଚାଲିଯାଇଛନ୍ତି । ଦୁଇ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି । ଗତ ୪ ଓ ୫ରେ ଏହି ସେନା ପ୍ରତ୍ୟାହାର କାର୍ଯ୍ୟ ସମ୍ପନ୍ନ ହୋଇଛି । ଗତ ଫେବ୍ରୁଆରୀରେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ବି ଦୁଇ ପକ୍ଷ ସେନା ପ୍ରତ୍ୟାହାର କରିଥିଲେ ।

ଦୀର୍ଘ ମାସ ଧରି ଲଦାଖରେ ଉକ୍ତ ସ୍ଥାନରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବୁଝାମଣା ବିଫଳ ହେଉଥିଲା  । ସେପଟେ ଫେପୃୟାରୀ ମାସରେ ଏଠାରେ ଯେପରି ରକ୍ତାକ୍ତ ସଂଘର୍ଷ ଘଟିଲା, ତାହା ନିଶ୍ଚିତ ପକ୍ଷେ ଅନ୍ତ୍ରରାଷ୍ଟ୍ରୀୟ ସ୍ତରରେ ଚିନ୍ତା ବଢାଇଥିଲା  । ଉଭୟ ଦେଶର ସେନା ମଧ୍ୟ ପ୍ରାଣ ହରାନ୍ତି  । ଏହାପରବର୍ତ୍ତୀ ସମୟରେ ମଧ୍ୟ ଏଠାରେ ଅଶାନ୍ତି ଲାଗି ରହିଥାଏ  । କିନ୍ତୁ ପରେ ଉଭୟ ଦେଶର କମାଣ୍ଡ ସ୍ତରୀୟ ଆଲୋଚନା ଦ୍ୱାରା ଏହାର ରାସ୍ତା ବାହାରିଥିଲା  । ଏବଂ ଶେଷରେ ଆଜି ଗୋଗ୍ରା ହାଇଟସରୁ ଉଭଯ ଭାରତ ଓ ଚୀନ ସେନା ହଟିଛନ୍ତି  ।

Leave a Reply