spot_img
Home Blog Page 5457

କରୋନାରେ ରାଜ୍ୟରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ବେଳେ ମୃତ୍ୟୁ ମାମଲା ଥମୁନି । ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ୫୨ ଜଣ । କରୋନା ଦୈନିକ ମୃତ୍ୟୁର ସବୁ ରେକର୍ଡକୁ ଏହା ଭାଙ୍ଗି ଦେଇଛି । ଏହା ପୂର୍ବରୁ ଗତ ଜୁନ୍ ୩୦ ତାରିଖରେ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟାରେ ୫୨ ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି ।

ବରଗଡ଼ରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୫ ଜଣ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି କନ୍ଧମାଳରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୫ ଜଣ ପ୍ରାଣ ହରାଇଛନ୍ତି ।

କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୮୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଗୋଟିଏ ଦିନରେ ଆଉ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୯୭ଟି ମାମଲା ଆସିଥିବା ବେଳେ ୧୨୦୬ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୨୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭, ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୯୩, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୧୫, ନୂଆପଡ଼ାରୁ ୮, ପୁରୀରୁ ୧୫୪, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୩୨, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟପୁଲରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯କୁ ବୃଦ୍ଧି ପାଇଛି । ୨୯ ହଜାର ୬୨୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୦ ହଜାର ୭୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ପେଟ୍ରୋଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି, ରାଜ୍ୟର ୬ ଜିଲ୍ଲାରେ ୧୦୦ ପାର୍ ଡିଜେଲ୍

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଆଜି ପୁଣିଥରେ ପେଟ୍ରୋଲ୍ ଦର ବଢ଼ିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୮୬ ପଇସାରେ ବିକ୍ରି ହେଉଛି । ତେବେ ଡିଜେଲ ଦର ବଢ଼ି ନାହିଁ । ଦିଲ୍ଲୀରେ ୧ ଲିଟର ଡିଜେଲର ଦର ୮୯ ଟଙ୍କା ୩୬ ପଇସା ରହିଛି ।

Petrol Increaed 35 Paisa Per Liter, Diesel Crossed Rs 100 Per Liter In Odisha

ବିଗତ କିଛିମାସ ହେଲା ଅଶୌଧିତ ତୈଳଦର ବଢ଼ିଥିବା ବେଳେ ଚାହିଦା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ଦାମ ବ୍ୟାରେଲ୍ ପିଛା ୭୫ ଡଲାର୍ ରହିଛି । ୨୦୧୮ ଅକ୍ଟୋବରରେ ବ୍ୟାରେଲ୍ ପିଛା ଦର ୮୦ ଡଲାରରୁ ଅଧିକ ଥିଲା । ସେତେବେଳେ ଦେଶରେ ପେଟ୍ରୋଲର ଦର ଲିଟର ପିଛା ୮୦ ଟଙ୍କା ପାଖାପାଖି ରହିଥିଲା । ଏବେ ଅଶୌଧିତ ତୈଳଦରର ମୂଲ୍ୟ କମ୍ ଥିବାବେଳେ ପେଟ୍ରୋଲର ଦର ୨୦ ଟଙ୍କାରୁ ଅଧିକ ବଢ଼ିଛି ।

ପେଟ୍ରୋଲ୍ ଦରବୃଦ୍ଧିର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଲିଟର ପିଛା ଦର ୧୦୫ ଟଙ୍କା ୩୭ ପଇସା ମାଲକାନଗିରିରେ ରହିଛି । ଟ୍ୱିନ୍ ସିଟି ସମେତ ଅନ୍ୟ ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ସେହିଭଳି ରାଜ୍ୟର ୬ ଜିଲ୍ଲାରେ ଡିଜେଲ୍ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଛି । ତୈଳଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବେଶ୍ ବାଧୁଛି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ତୈଳଦର

ସହର

ପେଟ୍ରୋଲ ମୂଲ୍ୟ

ଡିଜେଲ୍ ମୂଲ୍ୟ

ଅନୁଗୁଳ ୧୦୧ ଟଙ୍କା ୯୨ ପଇସା ୯୮ ଟଙ୍କା ୬୦ ପଇସା
ବାଲେଶ୍ୱର ୧୦୧ ଟଙ୍କା ୩୪ ପଇସା ୯୮ ଟଙ୍କା ୦୭ ପଇସା
ବରଗଡ଼ ୧୦୧ ଟଙ୍କା ୫୮ ପଇସା ୯୮ ଟଙ୍କା ୩୧ ପଇସା
ଭଦ୍ରକ ୧୦୧ ଟଙ୍କା ୨୭ ପଇସା ୯୮ ଟଙ୍କା 
ଭୁବନେଶ୍ୱର ୧୦୦ ଟଙ୍କା ୬୬ ପଇସା ୯୭ ଟଙ୍କା ୩୯ ପଇସା
ବଲାଙ୍ଗିର ୧୦୨ ଟଙ୍କା ୦୭ ପଇସା ୯୮ ଟଙ୍କା ୭୭ ପଇସା
ବୌଦ୍ଧ ୧୦୨ ଟଙ୍କା ୦୭ ପଇସା ୯୮ ଟଙ୍କା ୭୫ ପଇସା
କଟକ ୧୦୦ ଟଙ୍କା ୯୮ ପଇସା ୯୭ ଟଙ୍କା ୭୦ ପଇସା
ଦେବଗଡ଼ ୧୦୧ ଟଙ୍କା ୩୯ ପଇସା ୯୮ ଟଙ୍କା ୧୨ ପଇସା
ଢେଙ୍କାନାଳ ୧୦୧ ଟଙ୍କା ୩୮ ପଇସା ୯୮ ଟଙ୍କା ୦୯ ପଇସା
ଗଜପତି ୧୦୨ ଟଙ୍କା ୯୧ ପଇସା ୯୯ ଟଙ୍କା ୫୬ ପଇସା
ଗଞ୍ଜାମ ୧୦୧ ଟଙ୍କା ୭୮ ପଇସା ୯୮ ଟଙ୍କା ୪୭ ପଇସା
ଜଗତସିଂହପୁର ୧୦୦ ଟଙ୍କା ୫୫ ପଇସା ୯୭ ଟଙ୍କା ୨୬ ପଇସା
ଯାଜପୁର ୧୦୦ ଟଙ୍କା ୯୫ ପଇସା ୯୭ ଟଙ୍କା ୬୫ ପଇସା
ଝାରସୁଗୁଡ଼ା ୧୦୦ ଟଙ୍କା ୬୨ ପଇସା ୯୭ ଟଙ୍କା ୩୮ ପଇସା
କଳାହାଣ୍ଡି ୧୦୪ ଟଙ୍କା ୧୦ ପଇସା ୧୦୦ ଟଙ୍କା ୭୩ ପଇସା
କନ୍ଧମାଳ ୧୦୨ ଟଙ୍କା ୨୦ ପଇସା ୯୮ ଟଙ୍କା ୮୮ ପଇସା
କେନ୍ଦ୍ରାପଡ଼ା ୧୦୦ ଟଙ୍କା ୬୫ ପଇସା ୯୭ ଟଙ୍କା ୩୬ ପଇସା
କେନ୍ଦୁଝର ୧୦୨ ଟଙ୍କା ୬୮ ପଇସା ୯୯ ଟଙ୍କା ୩୨ ପଇସା
ଖୋର୍ଦ୍ଧା ୧୦୦ ଟଙ୍କା ୬୬ ପଇସା ୯୭ ଟଙ୍କା ୩୯ ପଇସା
କୋରାପୁଟ ୧୦୫ ଟଙ୍କା ୨୭ ପଇସା ୧୦୧ ଟଙ୍କା ୮୫ ପଇସା
ମାଲକାନଗିରି ୧୦୫ ଟଙ୍କା ୭୩ ପଇସା ୧୦୨ ଟଙ୍କା ୩୦ ପଇସା
ମୟୂରଭଞ୍ଜ ୧୦୧ ଟଙ୍କା ୦୮ ପଇସା ୯୭ ଟଙ୍କା ୮୧ ପଇସା
ନବରଙ୍ଗପୁର ୧୦୪ ଟଙ୍କା ୮୫ ପଇସା ୧୦୧ ଟଙ୍କା ୪୫ ପଇସା
ନୟାଗଡ଼ ୧୦୧ ଟଙ୍କା ୦୬ ପଇସା ୯୭ ଟଙ୍କା ୭୮ ପଇସା
ନୂଆପଡ଼ା ୧୦୩ ଟଙ୍କା ୩୫ ପଇସା ୧୦୦ ଟଙ୍କା ୦୧ ପଇସା
ପୁରୀ ୧୦୦ ଟଙ୍କା ୮୮ ପଇସା ୯୭ ଟଙ୍କା ୬୧ ପଇସା
ରାୟଗଡ଼ା ୧୦୪ ଟଙ୍କା ୩୨ ପଇସା ୧୦୦ ଟଙ୍କା ୯୨ ପଇସା
ସମ୍ବଲପୁର ୧୦୧ ଟଙ୍କା ୯୪ ପଇସା ୯୮ ଟଙ୍କା ୬୫ ପଇସା
ସୋନପୁର ୧୦୧ ଟଙ୍କା ୯୨ ପଇସା ୯୮ ଟଙ୍କା ୬୩ ପଇସା
ସୁନ୍ଦରଗଡ଼ ୧୦୧ ଟଙ୍କା ୧୮ ପଇସା ୯୭ ଟଙ୍କା ୯୧ ପଇସା

ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ସଂସଦ ବାହାରେ ବିକ୍ଷୋଭ କରିବେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନ୍ ବିରୋଧରେ ଶାଣିତ ହେବ ଆନ୍ଦୋଳନ । ମୌସୁମୀ ଅଧିବେଶନ ବେଳେ ସଂସଦ ବାହାରେ ଧାରଣା ଦେବେ କୃଷକ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି । ତିନି କୃଷି ଆଇନ୍ ବିରୋଧରେ ପ୍ରତିଦିନ ୨୦୦ କୃଷ ବିକ୍ଷୋଭ ପ୍ରଦର୍ଶନ କରିବେ । କୃଷି ଆଇନ୍ ବିରୋଧରେ ୪୦ରୁ ଅଧିକ କୃଷି ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଗତ କିଛି ମାସ ହେଲା ପ୍ରଦର୍ଶନ ଜାରି ରଖିଛନ୍ତି । ସଂସଦର ଅଧିବେଶନ ଆରମ୍ଭର ଦୁଇ ଦିନ ପୂର୍ବରୁ ସମସ୍ତ ବିପକ୍ଷ ସାଂସଦଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏକ ଚେତାବନୀ ପତ୍ର ଦେବ ।

 Samyukt Kisan Morcha To Protest Daily Outside Of Parliament During Monsoon Session

କୃଷକ ନେତା ଗଲବୀର ସିଂହ ରାଜୱାଲ କହିଛନ୍ତି, ୧୭ ଜୁଲାଇରେ ଆମେ ବିପକ୍ଷ ସାଂସଦଙ୍କୁ ସବୁଦିନ ଗୃହରେ ପ୍ରସଙ୍ଗ ଉଠାଇବା ପାଇଁ କହିବୁ । ଆମେ ସଂସଦ ବାହାରେ ଧାରଣାରେ ବସିବୁ । ସରକାର ପ୍ରସଙ୍ଗର ସମାଧାନ ନ କରିବା ଯାଏ ଗୃହ ଅଚଳ କରିବାକୁ ବିରୋଧୀଙ୍କୁ କହିବୁ ।

ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ରାଜୱାଲ କହିଛନ୍ତି, ‘ଯେବେ ଯାଏଁ ଆମ ଦାବି ନ ଶୁଣିବା ଯାଏଁ ଆମେ ସଂସଦ ବାହାରେ ଲଗାତାର ବିରୋଧ ପ୍ରଦର୍ଶନ କରିବୁ । ବିରୋଧ ପ୍ରଦର୍ଶନରେ ପ୍ରତି କୃଷକ ସଂଗଠନରୁ ୫ ଜଣ ଲେଖାଏଁ ସାମିଲ୍ ହେବେ । ସଂଯୁକ୍ତ କିଷାନ ମୋର୍ଚ୍ଚା ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ସିଲିଣ୍ଡର ବର୍ଦ୍ଧିତ ଦରକୁ ନେଇ ଜୁଲାଇ ୮ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଏଥିସହ’

ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ହେବ ସ୍ଥାୟୀ ଭିତ୍ତିଭୂମି: ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ଓଡ଼ିଶା ସାମ୍ନା କରୁଥିବା ବାତ୍ୟାର ସ୍ଥାୟୀ ପ୍ରତିକାର ଦରକାର । ୟାସ୍ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ସହ ବାତ୍ୟା ପ୍ରତିରୋଧର ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ପାଖରେ ଦାବି କରିଛି ଓଡ଼ିଶା । ୟାସ୍ ଯୋଗୁଁ ୮୨୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଏହା ଭରଣା କରିବେ । ତେବେ ସ୍ଥାୟୀ ପ୍ରତିକାର ପାଇଁ ବିଦ୍ୟୁତ ଭିତ୍ତିଭୂମି ଓ ଲୁଣାବନ୍ଧର ସୁଦୃଢ଼ୀକରଣ ଲାଗି ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀଙ୍କ ୟାସ ବାତ୍ୟା ଅନୁଧ୍ୟାନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଗୁଁ କୌଣସି ସହାୟତା ନମାଗି ସ୍ଥାୟୀ ପ୍ରତିକାର କଥା ଉଠାଇଥିଲେ ।

ଉପକୂଳରେ ହିଁ ବାତ୍ୟାକୁ ଦିଆଯିବ ଚେକ୍ । ଦୀର୍ଘମିଆଦି ଯୋଜନା ଉପରେ ଗୁରୁତ୍ବ । ସ୍ଥାୟୀ ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ସହାୟତା ମାଗିଲା ରାଜ୍ୟ ।… ପ୍ରାୟ ପ୍ରତିବର୍ଷ ସାମୁଦ୍ରିକ ଝଡ଼ର ସାମ୍ନା କରୁଛି ଓଡ଼ିଶା । ୧୯୯୯ ମହାବାତ୍ୟା ପରଠାରୁ ଫାଇଲିନ୍, ହୁଡ୍‌ହୁଡ୍‌, ଅମ୍ପାନ୍, ଫନି ସାଙ୍ଗକୁ ଏଥର ୟାସ୍ । ବିପର୍ଯୟ ପରିଚାଳନାରେ ସରକାରଙ୍କ ମିଶନ୍ ଜିରୋ କାଜୁଆଲିଟି ମୋଡ୍ ମୃତାହତ ସଂଖ୍ୟା ନିୟନ୍ତ୍ରଣ କରିଛି । ମାତ୍ର ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଉଛି । ଏଣୁ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘମିଆଦି ଯୋଜନାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ୟାସ କ୍ଷୟକ୍ଷତି ନେଇ କେନ୍ଦ୍ରକୁ ଦିଆଯାଇଥିବା ଚୂଡ଼ାନ୍ତ ରିପୋର୍ଟରେ ବିଦ୍ୟୁତ ଭିତ୍ତିଭୂମି ସାଙ୍ଗକୁ ଲୁଣାବନ୍ଧର ସୁଦୃଢୀକରଣ ପାଇଁ ଦାବି ଓଡ଼ିଶା କରିଛି । ୟାସ ଯୋଗୁଁ ୮୨୩କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଯାହାକୁ ଭରଣା କରିବେ ରାଜ୍ୟ ସରକାର । ହେଲେ ସ୍ଥାୟୀ ପ୍ରତିକାର ପାଇଁ ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର ।

କରୋନା ବିପଦ ବେଳେ କେନ୍ଦ୍ର ଉପରେ ବୋଝ ହେବୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କହିଥିଲେ । ସେହି ଅନୁସାରେ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ୍ ଏବଂ ପୁନରୁଦ୍ଧାର ପାଇଁ ଟଙ୍କାଟିଏ ମଗାଯାଇନାହିଁ । ତେବେ ଉପକୂଳ ଓଡ଼ିଶାର ୪ ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ପାଇଁ ୧୨ହଜାର ୪୮କୋଟି ଟଙ୍କା ଆବଶ୍ୟକ । ଅଣ୍ଡରଗ୍ରାଉଣ୍ଡ କେବଲିଂ ସହ ବିଦ୍ୟୁତକରଣରେ ଅତ୍ୟାଧୁନିକ ଡିଜାଇନ୍ ଓ ଉପକରଣ ପାଇଁ ଏହା ଦରକାର । ସମୁଦ୍ର କୂଳ ଲୁଣାବନ୍ଧର ସୁଦୃଢୀକରଣ ପାଇଁ ରାଜ୍ୟ ୩ହଜାର ୨ଶହ କୋଟି ଟଙ୍କା ମାଗିଛି । ବିପର୍ଯ୍ୟୟ ବେଳେ ୭କିଲୋମିଟର ପର୍ଯ୍ୟନ୍ତ ଜୁଆାର ଆସିବାର ଆକଳନ କରାଯାଉଛି । ୪୮୦ କିଲୋମିଟର ବେଳାଭୂମିରୁ ପ୍ରାୟ ୪୫୦କିଲୋମିଟର ଲୁଣାବନ୍ଧ ସମ୍ବେଦନ ରହିଛି । ଗତ ମେ ୨୬ ତାରିଖରେ ସାମୁଦ୍ରିକ ଝଡ଼ ୟାସ ପ୍ରଭାବରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୪ ଜିଲ୍ଲାରେ ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ରକୁ ରାଜ୍ୟ ସହାୟତା ମାଗିଛି । ଉପକୂଳବର୍ତ୍ତୀ ୧୪ ଜିଲ୍ଲାରେ ସ୍ଥାୟୀ ବ୍ୟବସ୍ଥା ପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କାର ଆବଶ୍ୟକ।

ଶାରିରୀକ ସମ୍ପର୍କ ପରେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର: ଥାନାରେ ମାମଲା ରୁଜୁ କଲେ ପୀଡ଼ିତା

ମାଲକାନଗିରି: ପ୍ରେମ ପରେ ପ୍ରତାରଣା । ବିବାହର ପ୍ରଲୋଭନ ଦେଖାଇ ଶରିରୀକ ସମ୍ପର୍କ । ଆଉ ତା’ପରେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ବିବାହ ପାଇଁ କହିବାରୁ ଦିନ ଗଡ଼ାଇ ଚାଲିଲେ । ଏଭଳି କି ଧୋକ୍କା ଦେଇ ଅନ୍ୟ ଜଣଙ୍କୁ ମଧ୍ୟ ବାହାହେଲେ ମଧ୍ୟ ହୋଇଗଲେ । ଏ ନେଇ ପ୍ରତିବାଦ କରିବାରୁ ଆରମ୍ଭ ହେଲା ଗାଳିଗୁଲଜ । ଏଣୁ ବାଧ୍ୟ ପୀଡ଼ିତା ନେଲେ ପୋଲିସର ଆଶ୍ରୟ । ମାଲକାନଗିରି ଜିଲ୍ଲା ଆର୍କେଲ ଥାନା ଘଟଣା ।

ଘଟଣା ପ୍ରକାରେ, ମାଲକାନଗିରି ବନବିଭାଗରେ କାର୍ଯ୍ୟରତ ବନପାଳ ମୂରଲିଧର ଅନୁଗୁଳିଆ, ଓରକେଲ ଥାନା ଅଞ୍ଚଳର ଜଣେ ୨୬ ବର୍ଷୀୟା ଯୁବତୀଙ୍କ  ସହ ବିବାହର ପ୍ରଲଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ଏ ନେଇ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ପ୍ରେମିକ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଲେ । ହେଲେ ପ୍ରତିଶ୍ରୁତି ପୂରଣ କଲେନି । ବିବାହ ପାଇଁ କହିବାରୁ ଦିନ ଗଡ଼ାଇ ଚାଲିଲେ । ଏଭଳି କି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କଲେ । ଏକଥା ପୀଡ଼ିତା ଜାଣିବାରୁ ପ୍ରତିବାଦ କଲେ । ଏଣୁ ବନପାଳ ଜଣଙ୍କ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ । ତେଣୁ ବାଧ୍ୟ ହୋଇ ପୀଡ଼ିତା ଜଣକ ଅର୍କେଲ ଥାନାରେ ଅଭିଯୋଗ କଲେ । ଅର୍କେଲ ପୋଲିସ ମାମଲା ରୁଜୁ ନ କରିବାରୁ ରଖିବାରୁ ପୀଡ଼ିତା ଜଣଙ୍କ ବାଧ୍ୟ ହୋଇ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ଡି.ଜେ.ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ପୋଲିସ  ୩୭୬ (୨ଏନ୍), ୪୨୦,୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ: ଥାନା ଘେରିଲେ ପରିବାର ଲୋକେ

ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ: ଥାନା ଘେରିଲେ ପରିବାର ଲୋକେ

ଭୁବନେଶ୍ୱର: ଯୁବକଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା । ମୃତଦେହ ରଖି ବାଲିପାଟଣା ଥାନା ଘେରିଲେ ଗ୍ରାମବାସୀ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ । ପରକୀୟାପ୍ରୀତି ମାମଲାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ । ଏବଂ ଥାନା ଆଗରେ ମୃତଦେହ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଘଟଣାନୁଯାୟୀ, ବାଲିପାଟଣା ଥାନା ବାରିଲୋ ଗାଁର ପ୍ରଶାନ୍ତ ଭୋଇ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କକୁ ନେଇ ବାଲିପାଟଣା ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ବାଲିପାଟଣା ଥାନା ଏ ଏସ୍ ଆଇ ପୁଷ୍ପଲତା ପାଇକରାୟ ଉଭୟ ସ୍ଵାମୀ – ସ୍ତ୍ରୀଙ୍କୁ ବସାଇ ଆଲୋଚନା କରିଥିଲେ । ଏବଂ ବୁଝାସୁଝା କରି ଘରକୁ ପଠାଇଥିଲେ । କିନ୍ତୁ ଏଥିରେ ପ୍ରଶାନ୍ତ ରାଜି ହୋଇନଥିଲେ ଏବଂ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ପରେ ରବିବାର ସକାଳେ ପ୍ରଶାନ୍ତ ବିଷ ପିଇ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କ୍ୟାପିଟାଲ୍‌ ଏବଂ କଟକ ବଡ ମେଡ଼ିକାଲ୍‌ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ ମେଡ଼ିକାଲ୍‌ରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ଗାଁରେ ପହଁଞ୍ଚିବା ପରେ ଗ୍ରାମବାସୀ ମୃତଦେହକୁ ଥାନା ସମ୍ମୁଖରେ ରଖି ଅନୈତିକ ସମ୍ପର୍କରେ ଜଡ଼ିତ ଥିବା ଯୁବକଙ୍କୁ ଗିରଫ ଏବଂ ଏଏସ୍ ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଥିଲେ । ଆଇଆଇସିଙ୍କ ସହ ଆଲୋଚନା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ । ଏହା ସହ ଏ ଏସ୍ ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ସ୍ଥିତି ଶାନ୍ତ ପଡିଥିଲା ।

ଏଥିସହିତ ପଢ଼ନ୍ତୁ: ପରିସ୍ଥିତି ବଦଳାଇ ଦେଇଛି ବୃତ୍ତି: ସଫେଇ ଗାଡ଼ି ଚଳାଉଛନ୍ତି ଶିକ୍ଷୟିତ୍ରୀ

ପରିସ୍ଥିତି ବଦଳାଇ ଦେଇଛି ବୃତ୍ତି: ସଫେଇ ଗାଡ଼ି ଚଳାଉଛନ୍ତି ଶିକ୍ଷୟିତ୍ରୀ

ଦୀର୍ଘ ଦେଢ଼ବର୍ଷ ହେଲା କନ୍ଦାଇଲାଣି କରୋନା । କଟକଣା ଯୋଗୁଁ ଭାଙ୍ଗିଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ଅନେକ ନିଜର ଜୀବିକା ହରାଇଥିବାବେଳେ ଅନେକ ବାଧ୍ୟ ହୋଇ ନିଜର ବୃତ୍ତି ବଦଳାଇଛନ୍ତି । ଏଭଳି ଦୁଃସ୍ଥିତିରୁ ବାଦ ପଡ଼ିନାହାନ୍ତି ସ୍ମୃତିରେଖା । ଆର୍ଥିକ ଅନଟନ କାରଣରୁ ଶିକ୍ଷକତା ଛାଡ଼ି ଏବେ ସଫେଇବାଲା ଭାବେ ରାଜଧାନୀରେ ଚଲାଉଛନ୍ତି ଅଳିଆ ଗାଡ଼ି ।

ସ୍ମୃତିରେଖା ବେହେରା । ପଥରବନ୍ଧ ବସ୍ତିର ବାସିନ୍ଦା । ଶିକ୍ଷାଗତ ଯୋଗ୍ୟତା ରାଜନୀତି ବିଜ୍ଞାନରେ ସମ୍ମାନ ସହ ସ୍ନାତକ । ସ୍ୱାମୀ ଜଣେ ଅଟୋ ଡ୍ରାଇଭର । ଦୁଇ ଛୁଆ, ଶାଶୁ ଓ ଶ୍ୱଶୁରଙ୍କୁ ନେଇ ପରିବାର । ପ୍ରଥମେ ସତ୍ୟ ସାଇ ଇଂରାଜୀ ମାଧ୍ୟମ ସ୍କୁଲ ଓ ପରେ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିଲେ । ହେଲେ କରୋନା ସାଜିଲା ଦାଉ । ସ୍କୁଲ ବନ୍ଦ ଯୋଗୁଁ ଚାକିରି ଯାଇଛି । ସେପଟେ ଲକଡାଉନ କଟକଣା ଯୋଗୁଁ ସ୍ୱାମୀଙ୍କ ଅଟୋ ବି ବନ୍ଦ ରହିଛି । ପରିବାର ଚଳିବା କଷ୍ଟ ହେବାରୁ ଶେଷରେ ବିଏମସିର ମୋ ସଫେଇବାଲା ଗାଡି ଚଲାଉଛନ୍ତି ସ୍ମୁତି । ସ୍ୱାଭାବିକ ଅବସ୍ଥା ଫେରିଲେ ପୁଣି ଶିକ୍ଷକତା କରିବେ ବୋଲି ଆଶା ରଖିଛନ୍ତି ।

ଶିକ୍ଷାକତାରୁ ସଫେଇବାଲା ହୋଇଥିଲେ ସୁଦ୍ଧା ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତିନି ସ୍ମୃତିରେଖା । ସକାଳ 6 ଟାରୁ ମଧ୍ୟାହ୍ନ 2ଟା ପର୍ଯ୍ୟନ୍ତ ଗାଡି ଚଲାନ୍ତି । ପରିସ୍ଥିତିରେ ପଡି ବୃତ୍ତି ବଦଳାଇଛନ୍ତି ସତ ହେଲେ ସେ ଭିତରେ ଲୋକଙ୍କୁ ସଚେତନ କରିବାକୁ ଭୁଲିନାହାନ୍ତି । ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରନ୍ତି ଅଞ୍ଚଳବାସୀ । ପରିସ୍ଥିତିରେ ସ୍ମୃତିରେଖାଙ୍କୁ ନିଜ ବୃତ୍ତି ବଦଳାଇବାକୁ ପଡିଛି ସତ, ହେଲେ ସେ ହାରିନାହାନ୍ତି । ଏବେ ସେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଏଥିସହିତ ପଢ଼ନ୍ତୁ: ସାବଧାନ! ଅମାନିଆ ହୋଇ ଘରୁ ବାହାରିଲେ ବିଏମ୍‌ସି ନେବ ଏଭଳି କାର୍ଯ୍ୟାନୁଷ୍ଠାନ

ସାବଧାନ! ଅମାନିଆ ହୋଇ ଘରୁ ବାହାରିଲେ ବିଏମ୍‌ସି ନେବ ଏଭଳି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆଙ୍କୁ ସାବାଡ କରିବାକୁ ବିଏମସିର ନିଆରା ପଦକ୍ଷେପ । ସଟ୍‌ଡାଉନ୍‌ରେ ଘରୁ ବାହାରିଲେ ଅଟକାଇ କରାଯାଉଛି ବାଧ୍ୟତାମୂଳକ ଟେଷ୍ଟିଂ । ବିଏମ୍‌ସି ନର୍ଥ ଜୋନ୍ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । କେବଳ ଟେଷ୍ଟିଂ ନୁହେଁ ବରଂ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା ।

ସଟ୍‌ଡାଉନ୍‌ରେ ଅମାନିଆ ହେବେ ସାବାଡ । ଟେଷ୍ଟିଂକୁ ବାଧ୍ୟତାମୂଳକ କଲା ବିଏମ୍‌ସି । ଜରିମାନା ଅର୍ଥ ବି ଦୁଇଗୁଣା ହୋଇଛି । ବିଏମ୍‌ସି ନର୍ଥ ଜୋନ୍‌ ପକ୍ଷରୁ ନିଆରା ପଦକ୍ଷେପ । ସଟ୍‌ଡାଉନ୍‌ ସତ୍ତ୍ୱେ ରାସ୍ତାରେ ଗଡୁଛି ମାଳ ମାଳ ଗାଡି । ବାରମ୍ବାର ସଚେତନ ପରେ ବି ଅମାନିଆ ହେଉଛନ୍ତି ରାଜଧାନୀବାସୀ । ସଂକ୍ରମଣକୁ ରୋକିବା ପାଇଁ ସବୁ ପଦକ୍ଷେପ ପରେ ଅମାନିଆଙ୍କୁ ସାବାଡ କରିବାକୁ ବିଏମ୍‌ସି ପକ୍ଷରୁ ନିଆଯାଇଛି ନୂଆ ତଥା ନିଆରା ପଦକ୍ଷେପ । ନର୍ଥ ଜୋନ୍‌ ଅଞ୍ଚଳରେ ରାସ୍ତାରେ ଗାଡି ଓ ମାସ୍କ ଯାଞ୍ଚକୁ କଡାକଡି କରାଯାଇଛି । ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ସହିତ ବାଧ୍ୟତାମୂଳକ କରାଯାଇଛି ଆଣ୍ଟିଜେନ୍‌ ଟେଷ୍ଟ । ଲୋକେ ଯେ କଟକଣା ସମ୍ପର୍କରେ ଅଜ୍ଞ ଏହା କହିବା ଭୁଲ । ଜାଣିଶୁଣି କଟକଣାକୁ କିଏ ଖିଲାପ କରୁଛନ୍ତି ତ ଆଉ କିଏ ବାଧ୍ୟବାଧକତାରେ କଟକଣାକୁ ଖିଲାପ କରୁଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସିର ପଦକ୍ଷେପକୁ ସ୍ବାଗତ କରିବା ସହ ସହଯୋଗ ମଧ୍ୟ କରିଛନ୍ତି । ବିଏମ୍‌ସିର ନର୍ଥ ଜୋନ୍‌ ପକ୍ଷରୁ ହୋଇଥିବା ଚେକିଂ ଓ ଟେଷ୍ଟିଂ ଖବର ପ୍ରସାରିତ ହେବା ପରେ ବହୁ ଲୋକ ନିଜନିଜ ଗନ୍ତବ୍ୟ ପଥର ଦିଗ ବଦଳାଇଦେଇଥିବା ଦେଖିବାକୁ ମିଳିଥିଲା।

ଏଥିସହିତ ପଢ଼ନ୍ତୁ: ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପ୍ରକୃତି ପ୍ରେମ: ବଗିଚାରେ ଫଳାଇଛନ୍ତି ବିଶ୍ୱର ଦାମୀ ଆମ୍ୱ

ବଜ୍ରାଘାତରେ ଚାଲିଗଲା ୨ ଜୀବନ

ବାଲେଶ୍ୱର/ବଲାଙ୍ଗୀର: ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ । ବାଲେଶ୍ୱରରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଔପଦା ବ୍ଳକ୍ ବାଲିମୁଣ୍ଡଳି ଗାଁର ମହିଳା ଜଣଙ୍କ ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସାଲଗେ ମୁର୍ମୁ । ସେହିଭଳି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପିପୁଟ ଗାଁର ଧନୁ ରଣା ବୋଲି ଜଣାପଡ଼ିଛି । ଜମିକୁ ହଳ କରିବାକୁ ଯାଉଥିବା ବେଳେ ଅଘଟଣ ଘଟିଥିବା ସୂଚନା ।

ଏଥିସହିତ ପଢ଼ନ୍ତୁ: ଚୋରା ଗାଡ଼ିରେ ବୁଲି ବୁଲି କରୁଥିଲେ ବାଇକ୍ ଚୋରି