spot_img
Home Blog Page 5456

ଟ୍ୱିଟରରେ କାହିଁକି ଟ୍ରେଣ୍ଡ୍ କରୁଛି #3rdwave, ‘ଏବେ ହୋଟେଲ ମିଳୁନି,ଆଗକୁ ହସ୍ପିଟାଲ ମିଳିବନି’ ?

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ବିଷୟ ଟ୍ରେଣ୍ଡିଂରେ ରହିଥାଏ । କେବେ ଫିଲ୍ମଷ୍ଟାରଙ୍କୁ ନେଇ ତ କେବେ ରାଜନେତାଙ୍କୁ ନେଇ ଟ୍ରେଣ୍ଡ୍ ଚାଲେ  ତ ଆଉ କେବେ ରିଅଲ ଲାଇଫରେ ଘଟୁଥିବା ଅନେକ କାହାଣୀ ଟ୍ରେଣ୍ଡରେ ଥାଏ । ହେଲେ କୋଭିଡ୍ ଆସିବା ପରେ ସାଧାରଣତଃ କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ଓ ତାର ପ୍ରଭାବ ଟ୍ରେଣ୍ଡରେ ରହୁଛି । ଠିକ୍ ସେହିଭଳି ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହ୍ୟାସ୍ ଟ୍ୟାଗ୍ ଥାର୍ଡ ୱେଭ୍ ।

କରୋନା ମାମଲା ଦେଶରେ କମିବାରେ ଲାଗିଛି । ଏସବୁ ମଧ୍ୟରେ ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା ରହିଛି । ଲୋକେ ଅମାନିଆ ହେଲେ ସଂକ୍ରମଣ ପୁଣି ବଢିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଉ କିଛି ରାଜ୍ୟରେ ଲକଡାଉନ ଏବେବି ବଢୁଛି ।

ଦିଲ୍ଲୀର ପଡୋଶୀ ରାଜ୍ୟ ହରିୟାଣାରେ ଜୁଲାଇ ୧୨ ଯାଏଁ ଲକଡାଉନ୍ ବଢାଇ ଦିଆଯାଇଛି । ଏହି ଖବର ଓ ମନାଲିରେ ଲୋକଙ୍କ ଗହଳି ଚହଳିକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଚଳର ମନାଲିରେ ଛୁଟି ବିତାଇବା ପାଇଁ ଏବେ ପର୍ଯ୍ୟଟକଙ୍କ ଗହଳି ଲାଗିଛି । ମନାଲିର ରାସ୍ତାଘାଟର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ମନାଲିରେ ପର୍ଯ୍ୟଟକଙ୍କୁ ରହିବାକୁ ହୋଟେଲ ମିଳୁନଥିବା ଦେଖିବାକୁ ମିଳୁଛି । ଏହି ସବୁ ଫଟୋକୁ ଦେଖି ଅନେକ ନିଜ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଅର୍ଜୁନ୍ ଘୋଷ ନାମକ ଜଣେ ୟୁଜର ଟ୍ୱିଟରରେ ସେହିଭଳି ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଲୋକଙ୍କ ଭିଡ଼ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । କରୋନାର ତୃତୀୟ ଲହର ନେଇ ସତର୍କ ରହିବାକୁ ଚେତାବନି ଦେଇଛନ୍ତି ଅର୍ଜୁନ୍ । ୟୁଜରଙ୍କ କହିବା ଅନୁସାରେ ବଜାରରେ ଲୋକଙ୍କର ଏମିତି ଗହଳି ସମସ୍ତଙ୍କ ପାଇଁ ମହଙ୍ଗା ପଡ଼ିପାରେ ।

ଆଉ ଜଣେ ୟୁଜର ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏବେ ହୋଟେଲ ମିଳୁନାହିଁ । ପରେ ହସ୍ପିଟାଲ ମଧ୍ୟ ମିଳିବ ନାହିଁ । ଆମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆଉ କିଛି ୟୁଜର ମତ ଦେଇଛନ୍ତି । ସେପଟେ ଜଣେ ୟୁଜର ଲେଖିଛନ୍ତି ଯେ, ବ୍ରେକରେ ଯିବାକୁ ଯେଉଁମାନେ ଚାହୁଁଛନ୍ତି ସେମାନେ ହିଁ ତୃତୀୟ ପ୍ରବାହ ଆଣିବେ । ଦିଲ୍ଲୀରେ ମଧ୍ୟ ଲୋକେ ଅମାନିଆ ହେବା କାରଣରୁ ଅନେକ ବଜାରକୁ ବନ୍ଦ କରି ଦିଆଯାଇଛି ।

ନିଜକୁ ବିଷ୍ଣୁଙ୍କ ଅବତାର କହୁଥିବା ବ୍ୟକ୍ତିଙ୍କ ଧମକ, ‘ଗ୍ରାଚ୍ୟୁଇଟି ଟଙ୍କା ନଦେଲେ ପୃଥିବୀରେ ଆସିବ ପ୍ରଳୟ’

ଅହମଦାବାଦ: ପୁଣି ଚର୍ଚ୍ଚାରେ ରମେଶଚନ୍ଦ୍ର । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ଏବେ ତାଙ୍କୁ ଦରମା ନଦେଲେ ପୃଥିବୀରେ ପ୍ରଳୟ ଆସିବ। ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । ସେ କଳ୍କୀ ଅବତାର । ପୃଥିବୀରେ ପାଇଁ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା । ଆଉ ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।

ପ୍ରାୟ ଦୁଇ ବର୍ଷ ତଳେ ଗୁଜରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଅକାଳ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।

ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ଫେଫର କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଗରୁ ମଧ୍ୟ ହଇରାଣ କରାଯାଉଥିଲା । କାରଣ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିପାରନ୍ତି କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।

ପଫେଫରଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଆଠ ମାସରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ତାଙ୍କୁ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ୍ଫେ । ଫର ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।

କୋଭିଡ୍ ଟିକା ନ ନେଇ ପ୍ରଥମ ଡୋଜ୍ ନେଇଥିବା ମେସେଜ ଆସିଥିବା ଅଭିଯୋଗ

ଚଣ୍ଡିଖୋଲ: କୋଭିଡ ଟିକାକୁ ନେଇ ଦ୍ୱନ୍ଦ୍ୱ । ଜଣେ ବ୍ୟକ୍ତି ଟିକା ନେଇ ନଥିବା ବେଳେ ତାଙ୍କ ପାଖକୁ ପ୍ରଥମ ଡୋଡ୍ ଟିକା ନେଇଥିବା ମୋବାଇଲକୁ ମେସେଜ ଆସିଛି । କୋୱିନ୍ ଆପରେ ପ୍ରମାଣପତ୍ର ମଧ୍ୟ ରହିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗୋପାଳପୁର ଗାଁରେ । ମନୋଜ କୁମାର ବେହେରା ପ୍ରଥମ ଡୋଜ ଟିକା ନେବା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଆଧାର କାର୍ଡ ଦେଇଥିଲେ ।

Chandikhol Man Received MSG Without Vaccination

ହେଲେ କୌଣସି କାରଣରୁ ସେ ଟିକା ନେଇ ପାରି ନଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲକୁ ପ୍ରଥମ ଡୋଜ ଟିକା ନେଇଥିବା ନେଇ ମେସେଜ୍ ଆସିଥିଲା । ଏହା ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ମଧ୍ୟ ମେସେଜ୍ ଆସିଛି । ସେ ଟିକା ନେଇ ନଥିବାରୁ ମେସେଜ୍ କିଭଳି ଆସିଲା ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏନେଇ ସେ ଧର୍ମଶାଳା ମେଡିକାଲ ଅଧିକାରୀଙ୍କୁ ଜଣାଇଛନ୍ତି । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେଡିକାଲ ଅଧିକାରୀ ।

୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବାକୁ ଦାବି

ଭୁବନେଶ୍ୱର: ଆବାସ ଯୋଜନା ହିତାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ କରାଯାଉ । ୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍‌କୁ ସ୍ଥାନାନ୍ତର କରାଯାଉ । କେନ୍ଦ୍ର ସରକାର କେବଳ ୧୪ ଫନି ପ୍ରଭାବିତ ଜିଲ୍ଲା ପାଇଁ ଆପ୍‌ କାର୍ଯ୍ୟକ୍ଷମ କରିଛନ୍ତି ।

 CM Naveen Writes PM Modi On Awas Plus

ଅନ୍ୟ ୧୬ ଜିଲ୍ଲା ଏଥିରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଜିଲ୍ଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ଅଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ହୋଇ ନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ଦାବି କରିଛନ୍ତି ନବୀନ । ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ଟାର୍ଗେଟ୍ ଦେଇଛି କେନ୍ଦ୍ର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଓଡ଼ିଶାକୁ ଅବହେଳା ନେଇ ବର୍ଷିଲା ବିଜେଡି

ବଡ଼ବାବୁଙ୍କ ନାଁରେ ଟଙ୍କା ନେଉଛନ୍ତି କ୍ୟାସିଅର, ଭିଡିଓ ଭାଇରାଲ୍

ବାରିପଦା: ଟଙ୍କା ଦିଅ, କାମ ନିଅ । ପିସି ନଦେଲେ କାମ ହେବନି । ବିଲ୍‌, ଏଷ୍ଟିମେଟ୍‌ କି ପ୍ରକଳ୍ପର ଅର୍ଥ ପାସ ହେବନି କି କାମ ବି ମିଳିବନି । ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପଦାରେ ପଡ଼ିଛି ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଦୁର୍ନୀତିର ଗୁମର । ଯାହାର ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଭାଇରାଲ୍ ଭିଡିଓରେ ଠିକାଦାରଙ୍କଠାରୁ ବିଡ଼ା ବିଡ଼ା ଟଙ୍କା ଲାଞ୍ଚ ନେଉଛନ୍ତି ବାବୁ । ବଡ଼ବାବୁଙ୍କ ନାଁରେ ଟଙ୍କା ନେଉଛନ୍ତି ଦୁର୍ନୀତିଖୋର କ୍ୟାସିଅର ରମାକାନ୍ତ ମହାନ୍ତ ।

 Cashier Taking Bribe On Name Of Higher Officer In Mayurbhanj

ଟଙ୍କା ବିଡ଼ା ଗଣି ଗଣି କ୍ୟାସିୟର ବାବୁ ରଖୁଛନ୍ତି । କହୁଛନ୍ତି, ଏଥିରେ ସମସ୍ତଙ୍କର ଭାଗ ଅଛି । କାହାକୁ କିଛି କହିବନି, ସବୁ ବିଲ୍ ପାସ ହୋଇଯିବ, ନହେଲେ ତୁମ କାମ ପଡ଼ି ରହିବ । କ୍ୟାସିୟର ମୋଟା ଟଙ୍କାର ବିଡ଼ା ନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଡ୍ର’ୟରରେ ରଖୁଛନ୍ତି । ଏଥିରୁ ସ୍ପଷ୍ଟ, ଦୁର୍ନୀତିର ଚେର ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଛି ।

 Cashier Taking Bribe On Name Of Higher Officer In Mayurbhanj

ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ଏହି ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ପାଇଁ ସାଧାରଣ ଗରିବ ଲୋକ ହକ୍ ପାଉନାହାନ୍ତି । ତେବେ ଏହି ଭାଇରଲ ଭିଡିଓ ୨ ବର୍ଷ ତଳର ବୋଲି ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି । ସେପଟେ ଲାଞ୍ଚ କାରବାରକୁ ଖଣ୍ଡନ କରିବା ସହ ଏହା ଲାଞ୍ଚ ନୁହେଁ, ଟେଣ୍ଡର ପଇସା ନିଆଯାଇଥିବା କହିଛନ୍ତି କ୍ୟାସିଅର ରମାକାନ୍ତ ମହାନ୍ତ ।

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କରିବ ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଲଗାତାର ଭାବେ ତୈଳଦର ବୃଦ୍ଧି ହୋଇ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ବିଜେପିକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତେଲଦର ବଢ଼ାଇ ଆଛେ ଦିନ୍‌ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକଙ୍କୁ କେତେ ଶୋଷିଲେ ବିଜେପି ସନ୍ତୁଷ୍ଟ ହେବ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମହଙ୍ଗା ମାଡ଼ର ଜବାବ ଲୋକ ନିଶ୍ଚୟ ଦେବେ ।

ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି, ରାଜ୍ୟର ୬ ଜିଲ୍ଲାରେ ୧୦୦ ପାର୍ ଡିଜେଲ୍

ଜୁଲାଇ ୧୫ରେ ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ୍କ ରିଛନ୍ତି ନିରଞ୍ଜନ । ଆସନ୍ତା ୧୭ରୁ ପେଟ୍ରୋଲ ପମ୍ପରେ କଂଗ୍ରେସ ଦସ୍ତଖତ ଅଭିଯାନ କରିବ । ଦରଦାମ ବୃଦ୍ଧି ନେଇ ବିଜେପିର ଯୁକ୍ତି ହାସ୍ୟାସ୍ପଦ । କେନ୍ଦ୍ର ସରକାରଙ୍କ ନୀତିରୁ ହାତଗଣତି ପୁଞ୍ଜିପତି ଲାଭ ପାଉଛନ୍ତି । କେନ୍ଦ୍ରର ଜନମାରଣ ନୀତି ବିରୋଧରେ କଂଗ୍ରେସ ଲୋକଙ୍କୁ ବୁଝାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଗୋମତି ରିଭର ଫ୍ରଣ୍ଟ ମାମଲାରେ ୪୦ ସ୍ଥାନରେ ସିବିଆଇର ରେଡ୍

ଲକ୍ଷ୍ନୌ: ୟୁପିର ଚର୍ଚ୍ଚିତ ଗୋମତି ରିଭର ଫ୍ରଣ୍ଟ ଦୁର୍ନୀତି ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ସିବିଆଇର ଦୁର୍ନୀତି ନିବାରଣ ଶାଖା ଏକାଧିକ ସ୍ଥାନରେ ଚଢ଼ାଉ କରିଛି । ସିସିଆଇର ଟିମ୍ ୟୁପି, ରାଜସ୍ଥାନ ସହ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ରେଡ୍ କରିଛି । ୟୁପିର ରାଜଧାନୀ ଲକ୍ଷ୍ନୌ ସହ ନୋଏଡ଼ା, ଗାଜିଆବାଦ, ବୁଲନ୍ଦସହର ଓ ରାଏବରେଲିରେ ଚଢ଼ାଉ ହୋଇଛି । ସୂଚନାଯୋଗ୍ୟ ଶୁକ୍ରବାର ଏହି ମାମଲାରେ ୧୯୦ ଜଣଙ୍କ ଉପରେ ମାମଲା ରୁଜୁ କରାଯାଇଥିଲ ।

ଗୋମତି ରିଭର ଫ୍ରଣ୍ଟ ଦୁର୍ନୀତି ସପା ସରକାର ଅମଳରେ ହୋଇଥିଲା । ଲକ୍ଷ୍ନୌରେ ଗୋମତି ରିଭର ଫ୍ରଣ୍ଟ ସପା ସରକାର ୧୫୧୩କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୪୩୭ କୋଟି ଟଙ୍କା ଖର୍ଚ୍ଚ ପରେ ପ୍ରକଳ୍ପର ୬୦ ପ୍ରତିଶତ କାର୍ଯ୍ୟ ହୋଇଥିଲା । ରିଭର ଫ୍ରଣ୍ଟର କାମ କରୁଥିବା ସଂସ୍ଥା ବଜେଟର ୯୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରି କାମ ସାରି ପାରିନଥିଲା ।

୨୦୧୭ରେ ଯୋଗୀ ସରକାର ଯୋଗୀ ସରକାର ଗୋମତି ରିଭର ଫ୍ରଣ୍ଟର ଯାଞ୍ଚ ଆଦେଶ ଦେଇ ନ୍ୟାୟିକ ଆୟୋଗ ଗଠନ କରିଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ଋଣଖିଲାପକାରୀ କମ୍ପାନୀକୁ ଠିକା ଦେବା ପାଇଁ ଟେଣ୍ଡର ସର୍ତ୍ତାବଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂରା ପ୍ରକଳ୍ପ ପାଇଁ ୮୦୦ ଟେଣ୍ଡର ହୋଇଥିବା ବେଳେ ମୁଖ୍ୟ ନିର୍ବାହୀଯନ୍ତ୍ରୀ ଏହାର ମୁଖ୍ୟ ଥିଲେ । ୨୦୧୭ ମରେ ଅବସରପ୍ରାପ୍ତ ବିଚାରପତି ଆଲୋକ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ଆୟୋଗ ଯାଞ୍ଚ ରିପୋର୍ଟ ଦେଇଥିଲେ । ଏହା ପରେ ସରକାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ୍ କରିଥିଲେ ।

ଭୀମସାରରେ ନିୟୋଜିତ ସୁରକ୍ଷାକର୍ମୀ କରୁଛନ୍ତି ଗାଡ଼ି ଚୋରି

ବୁର୍ଲା: ମେଡିକାଲରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାକୁ ଧାଇଁ ଆସୁଛନ୍ତି ଲୋକ । ସମ୍ବଲପୁରର ବୁର୍ଲାରେ ଥିବା ମେଡିକାଲ ପଶ୍ଚିମ ଓଡ଼ିଶା ପାଇଁ ସାହା ଭରସା । ଏଠାକୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସନ୍ତି । ରୋଗୀଙ୍କ ଭିଡ଼କୁ ସମ୍ଭାଳିବା ଓ ସୁରକ୍ଷା ପାଇଁ ଏଠାରେ ନିୟୋଜିତ ହୋଇଛନ୍ତି ସୁରକ୍ଷାକର୍ମୀ । ହେଲେ ଏହି ସୁରକ୍ଷାକର୍ମୀ ହିଁ ଖୋଦ୍ ରୋଗୀଙ୍କ ଜିନିଷ ଚୋରି କରୁଥିବା ଅଭିଯାଗ ହେଉଛି ।

Security Personnel Deployed In Bhimsar Are Stealing Vehicles

ଭୀମସାରର ଜରୁରୀକାଳୀନ ବିଭାଗ ନିକଟରୁ ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣଙ୍କ ବାଇକ୍ ଚୋରି ହୋଇଥିଲା । ସେ ଖୋଜାଖୋଜି କରି ପାଇ ନଥିଲେ । ପରେ ଭିମସାରରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖଥିଲେ । ଜଣେ ସୁରକ୍ଷାକର୍ମୀ ତାଙ୍କ ସ୍କୁଟିକୁ ନେଇ ଅନ୍ୟତ୍ର ନେଇ ଚାଲି ଚାଲି ଫେରୁଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି ।

ଏନେଇ ସେ ଭୀମସାର ଫାଣ୍ଡି ଓ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଭୀମସାରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଅନେକ ଥର ଚୋରି ହୋଇଛି । ସେସବୁ ଚୋରି ପଛରେ ମଧ୍ୟ ସୁରକ୍ଷାକର୍ମୀଙ୍କ ହାତ ଥିବା ସାଧାରଣରେ ସନ୍ଦେହ କରାଯାଉଛି ।

ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ

ଭୁବନେଶ୍ୱର: ଦ୍ୱିତୀୟ ଲହର ସଂକ୍ରମଣ କମୁଛି । ଆମେ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ତାହା ଆସୁ ନ ଆସୁ  ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଭ୍ୟାକ୍ସିନେସନ୍ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଆମର ପ୍ରାଥମିକ ଲକ୍ଷ୍ୟ । ଫୋକସ ରହିବ ଶିଶୁ ମାନଙ୍କ ଚିକିତ୍ସା । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି ।

Patient In Ventilator Death Chance 90 to 92 Percentage

ଅନ୍ୟପଟେ ଦୈନିକ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡିଟ୍ ରିପୋର୍ଟ ଆସିବା ପରେ ଆମେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ । ଏବେ ବି ୫୫ରୁ ୬୦ ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଏବଂ ଆଇସିୟୁରୁ ୩୦ ପ୍ରତିଶତ ପେସେଣ୍ଟ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ କ୍ରିଟିକାଲ ପେସେଣ୍ଟ ଅଛନ୍ତି ଆମର ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ ।

ଆମର ଉପକୂଳରେ ବିଳମ୍ବରେ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ ତାହା ପରେ ସେ କେଉଁଠି କୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ ।

Patient In Ventilator Death Chance 90 to 92 Percentage

ରାଜ୍ୟରେ ସଂକ୍ରମଣ କମୁଛି, ଆଗକୁ ଆହୁରି କମିବ । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧିରେ ଧିରେ କମିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କେନ୍ଦ୍ରୀୟ ବୈଷୟିକ ଟିମ୍ ଆସିଛନ୍ତି । ସେମାନଙ୍କର ଯାହା ତଥ୍ୟ ଦରକାର ଯୋଗାଇ ଦେବୁ । ସେମାନେ ବୈଷୟିକ ଦିଗ ଦେଖିବେ । ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଏକ ଗ୍ୟାପ ରହୁଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା କମିବ ବୋଲି କହିଛନ୍ତି ଡିଏମଇଟି ।

ଦେଶରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୨୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ ମାମଲା । ବିଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୯୬ ନୂଆ ସଂକ୍ରମଣ ମାମଲା ଆସିଛି । ଯେତେବେଳେ କି ୭୨୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତାର ସପ୍ତମ ଦିନରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ୍ ପାଇଛି ।

ଦେଶରେ କରୋନା ସ୍ଥିତି

ମୋଟ ସଂକ୍ରମଣ ମାମଲା- ୩ କୋଟି ୫ ଲକ୍ଷ ୮୫ ହଜାର ୨୨୯

ମୋଟ ସୁସ୍ଥ- ୨ କୋଟି ୯୭ ଲକ୍ଷ ୪୩୦

ମୋଟ ସକ୍ରିୟ ମାମଲା- ୪ ଲକ୍ଷ ୮୨ ହଜାର ୭୧

ମୋଟ ମୃତ୍ୟୁ- ୪ ଲକ୍ଷ ୨ ହଜାର ୭୨୮

ମୋଟ ଟିକାକରଣ- ୩୫ କୋଟି ୨୮ ଲକ୍ଷ ୯୨ ହଜାର ୪୬