ରଘୁଙ୍କ ଭଳି ହେବ ସାଂସଦ ଭର୍ତ୍ତୁହରିଙ୍କ ଅବସ୍ଥା? ବହିଷ୍କାର ପାଇଁ ଦଳ ଭିତରେ ଉଠିଲାଣି ସ୍ୱର

ଭୁବନେଶ୍ୱର:  ଭୋପାଳର ମହିଳା ଥାନରେ ଗୋଟିଏ ଯୌତୁକ ମାମଲା ରୁଜ୍ଜ ହେବା ପରେ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । କାରଣ ଏହି ମାମଲାର ସମ୍ପର୍କ ଓଡ଼ିଶାର ଗୋଟିଏ ପ୍ରତିଷ୍ଠିତ ରାଜନୈତିକ ପରିବାର ସହିତ ରହିଛି । ଏମିତି ଗୋଟିଏ ପରିବାର ଯାହା ରାଜ୍ୟକୁ ଦେଇଛି ଜଣେ ମୁଖ୍ୟମନ୍ତ୍ରୀ । ସେହି ଚର୍ଚ୍ଚିତ ନେତା ଯାହାଙ୍କ ନାମ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛି ହେଉଛନ୍ତି ଭର୍ତ୍ତୁହରି ମହତାବ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ତଥା ପାଖାପାଖି ୩ ଦଶନ୍ଧି ଧରି କଟକର ସାଂସଦ ଥିବା ଭର୍ତ୍ତୁହରି ଏବେ ଦଳର ଭାବମୁର୍ତ୍ତି ପାଇଁ ବୋଝ ହୋଇ ପଡିଛନ୍ତି । ଦଳର ଅନକେ ବରିଷ୍ଠ ନେତା ଏହା ପାର୍ଟି ଇମେଜକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି । ଏମିତିରେ ଚର୍ଚ୍ଚା ହେଉଛି ଯେ,  ଯୋତୁକ ନିର୍ଯାତନା ଅଭିଯୋଗ ପାଇଁ ବିଜେଡିର ବରିଷ୍ଠ ନେତା ତଥା ବହୁବର୍ଷର ସାଂସଦ ଦଳରୁ ବିଦା ହୋଇ ପାରନ୍ତି । 

ସୂଚନାଯୋଗ୍ୟ ଯେ, ବୋହୂ ସାକ୍ଷୀ ଭୋପାଳର ମହିଳା ଥାନାରେ ମହତାବ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ଅଭିଯୋଗରେ ସାଂସଦଙ୍କୁ ମଧ୍ୟ ପକ୍ଷ କରିଛନ୍ତି । ବୋହୂଙ୍କ ଅଭିଯୋଗ ପରେ ମିଡିଆକୁ କରଛଡା ଦେଉଥିବା ମହତାବ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି  । ଏଣେ କିନ୍ତୁ ଦଳ ଭିତରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ମହତାବଙ୍କ ପାଇଁ ଦଳର ଇମେଜ୍ ନଷ୍ଟ ହୋଇଛି । ତେଣୁ ତାଙ୍କୁ ବହିଷ୍କାର କରାଯାଉ ବୋଲି ଦାବି ହେଉଛି । କୁହାଯାଉଛି ଯେ, ମହିଳା ବିରୋଧୀ ଅପରାଧ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଆଦର୍ଶ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭର୍ତ୍ତୃହରିଙ୍କ ବିରୋଧରେ  କଠୋର ପଦକ୍ଷେପ ନେଇପାରନ୍ତି  ।

ବୋହୂଙ୍କୁ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଭର୍ତ୍ତୃହରିଙ୍କ ବିରୋଧରେ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏପରିକି ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋ୍ୟ ଯେ,୨୦୧୩ରେ ବୋହୂ ବର୍ଷାସୋନିଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ମଧ୍ୟ ବିଜେଡିରୁ ବିତାଡ଼ିତ ହେବାକୁ ପଡିଥିଲା  । ଏବେ କଟକ ସାସଂଦ ଭର୍ତ୍ତୁହରିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଶୀର୍ଷ ସ୍ତରରେ ଚର୍ଚ୍ଚା ହେଲାଣି  ।

ମହିଳାଙ୍କ ବିରୋଧରେ ଅପରାଧକୁ ନେଇ ଜିରୋ ଟଲରାନ୍ସ ନୀତିକୁ ଆପଣାଇ ଥାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଚ୍ଚନାୟକ  । ଦଳରେ କୌଣସି ପ୍ରକାରର ଅପରାଧ କିମ୍ବା ବେଆଇନ କାର୍ଯ୍ୟକୁ ପ୍ରସୟ ଦିଅନ୍ତି ନାହିଁ ମୁଖ୍ୟମନ୍ତ୍ରୀ  । ଦଳ ଓ ସରକାରଙ୍କ ଛବିକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ  ଆଗରୁ ଏଭଳି  ଅନେକ ମାମଲାରେ କଠୋର ପଦକ୍ଷେପ ନେଇଥିବାର ଉଦାହରଣ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଜଣେ ସାଂସଦଙ୍କ ବିରୋଧରେ ଏଭଳି ଅଭିଯୋଗକୁ ଗୁରୁତ୍ୱର ସହିତ ନେବେ ବୋଲି ଚର୍ଚ୍ଚା ହେଉଛି ।

Leave a Reply