ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କଲେ ଶହ ଶହ BPEd ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କଲେ ଶହ ଶହ ବ୍ୟାଚେଲର ଇନ ଫିଜିକାଲ ଏଜୁକେସନ – BPEd ଛାତ୍ରଛାତ୍ରୀ । ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ମୁଖ୍ୟ ଫାଟକ କୁ ତାଲା ପକାଇ ଦିଆଯାଇଛି । ନିକଟରେ ପ୍ରକାଶିତ 1260 ହାଇସ୍କୁଲ PET ପଦବୀର ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଦାବି କରି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି BPEd ଛାତ୍ରଛାତ୍ରୀ ।

ଗ୍ରାଜୁଏସନ ଯୋଗ୍ୟତା ଆଧାରରେ ସେମାନେ BPEd ପଢ଼ିବାକୁ ଯୋଗ୍ୟ ହୋଇଥିଲେ । ଏବେ କିନ୍ତୁ ସରକାର ବାହାରିଥିବା ପଦବୀ ଲାଗି +2ରେ ସାଧାରଣ ବର୍ଗ ପିଲାଙ୍କ 50 ପ୍ରତିଶତ ମାର୍କ, ଅନ୍ୟ ବର୍ଗ ପିଲାଙ୍କର 45 ପ୍ରତିଶତ ମାର୍କ ସହ BPED ମାଗୁଛନ୍ତି । ଏହା ଯୋଗୁ +2ରେ କମ ମାର୍କ ରଖିଥିବା ବହୁ BPED ଛାତ୍ରଛାତ୍ରୀ PET ଆବେଦନରୁ ବାଦ ପଡ଼ିବେ । ଏମିତିକି ସେମାନଙ୍କ BPED ପାଠପଢ଼ା ମୂଲ୍ୟହୀନ ହୋଇଯିବ ।

ଏନେଇ ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଇ ନଥିବା ଅଭିଯୋଗ କରିଛିନ୍ତି ଛାତ୍ରଛାତ୍ରୀ । ତେଣୁ ବାଧ୍ୟହୋଇ ସେମାନେ ଆଜି ନିର୍ଦେଶଳୟ ଘେରାଉ କରିଛନ୍ତି । ତୁରନ୍ତ PET ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଦାବି କରିଛନ୍ତି ସେମାନେ । ଦାବି ପୂରଣ ନ ହେବା ଯାଏ ନିର୍ଦ୍ଦେଶଳାୟ ସମ୍ମୁଖରୁ ନ ଉଠିବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ ।

Leave a Reply