ବିଧାନସଭାରେ ବାଧ୍ୟତାମୂଳକ RTPCR, ସେପ୍ଟେମ୍ବର ୧ ରୁ ୯ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୯, ୩୦ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ପରିସରରେ ଆରଟିପିସିଆର ଚେଷ୍ଟ କରାଯିବ ।

ସେପଟେ ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିବ , ସେମାନଙ୍କୁ ଗୃହକୁ ପ୍ରବେଶ ଅନୁମତି ମିଳିବ । ସେହିପରି ଏଯାଏଁ ୮ଜଣ ବିଧାୟକ, କରୋନା ଟିକା ନେଇନାହାନ୍ତି । ତୁରନ୍ତ ଏହି ବିଧାୟକ ମାନେ ଟିକା ନେବାପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଯଦି ବିଧାୟକ ମାନେ ମୌସୁମୀ ଅଧିବେଶନ ପୂର୍ବରୁ ଟିକା ନନେବେ, ତେବେ ପ୍ରବେଶ ଅନୁମତି ମିଳିବନି ବୋଲି ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply