କାବୁଲରେ ବିମାନରୁ ଖସି ପଡିଥିବା ଲୋକଙ୍କ ବାବଦରେ କ’ଣ କହୁଛନ୍ତି ପରିବାର ଲୋକ ?

1 min read

କାବୁଲ: ତାଲିବାନ କବଜାରେ ଆଫଗାନିସ୍ତାନ । ଯାହା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଆଫଗାନିସ୍ତାନ ସ୍ଥିତିକୁ ନେଇ ନିକଟରେ ସୋସିଆଲ୍ ମିଡିଆରେ କେତେକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ କାବୁଲ ଏୟାରପୋର୍ଟରେ ଲୋକମାନେ ଦୌଡାଦୌଡି କରୁଥିବା ଦେଖିବାକୁ ମିଳୁଛି।

ତାଲିବାନ ଡରରେ ଯେକୗେଣସି ପ୍ରକାରେ ଲୋକମାନେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଛନ୍ତିି । ସେହିପରି ଆଉ ଗୋଟିଏ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଏକ ବିମାନରୁ ଦୁଇ ଜଣ ବ୍ୟକ୍ତି ଖସି ପଡୁଥିବା ନଜର ଆସିଥିଲା । ଘଟଣାଟି ଥିଲା କିଛି ଏହିପରି…

ଆମେରିକାର ମିଲିଟାରୀ ପ୍ଲେନରୁ ଖସି ପଡିଥିବା ପିଲାଟିର ବୟସ ୧୭ ବର୍ଷ ବୋଲି ଜଣାପଡିଛି । ଏହି ପିଲାଟି ନିଜର ୧୬ ବର୍ଷର ଭାଇ ସହିତ କାବୁଲ ଏୟାରପୋର୍ଟକୁ ପଳାଇ ଯାଇଥିଲା । ତେବେ ସେହି ବିମାନରୁ ଖସିପଡିଥିବା ୧୭ ବର୍ଷ ବାଳକର ମୃତଦେହ ପରିବାର ବର୍ଗଙ୍କୁ ମିଳି ଯାଇଥିଲା ବେଳେ ୧୬ ବର୍ଷୀୟ ବାଳକର କିଛି ସୂଚନା ମିଳିନାହିଁ ।

ଖବର ଅନୁଯାୟୀ ଆଫଗାନିସ୍ତାନର ୨୦ ହଜାର ଲୋକଙ୍କୁ ବିମାନରେ କାନାଡା କିମ୍ବା ଆମେରିକା ନିଆଯିବାର ଥିଲା । ଏଭଳି ଖବର ଶୁଣିବା ପରେ ଏହି ଦୁଇ ଯୁବକ କାହାକୁ କିଛି ନ ଜଣାଇ ଘରୁ ପଳାଇ ଯାଇଥିବା କହିଛନ୍ତି ପରିବାର ଲୋକେ । ସିଏ ଘରୁ ନିଜର ପର୍ସନାଲ୍ ଆଇଡି ନେଇଥିଲା । ଆମେରିକା ମିଲିଟାରୀ ପ୍ଲେନ୍ C-17 ଏୟାରକ୍ରାଫ୍ଟ ଯେତେବେଳେ କାବୁଲ ଏୟାରପୋର୍ଟରୁ ଗଡିଥିବା ବେଳେ ବିମାନରେ ଅସମ୍ଭବ ଭିଡ଼ ନଜର ଆସିଥିଲା ।

ଅପରପକ୍ଷେ ଏହି ଦୁଇ ଭାଇଙ୍କ ମୋଟ୍ ୬ ଜଣ ଭାଇ-ଭଉଣୀ ରହିଛନ୍ତି । ଯଦିଓ ଆଫଗାନିସ୍ତାନର ଯୁବପିଢି ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ ରାଜ ଦେଖିନାହାଁନ୍ତି । ତଥାପି ଏହି କଠୋର ପନ୍ଥୀ ଶାସନ ସମ୍ପକର୍ରେ ନିଶ୍ଚୟ ଶୁଣିଥିବେ । ତେବେ ଏନେଇ ସେମାନଙ୍କ ପରିବାର ଲୋକେ କହିଛନ୍ତି ଯେ, ତାକୁ ଭଳିକି ଭଳି କପଡା ପିନ୍ଧିବା ଓ ସୋସିଆଲ୍ ମିଡିଆ ବ୍ୟବହାର କରିବାକୁ ଖୁବ୍ ଭଲ ଲାଗେ । ଅନ୍ୟ ଲୋକଙ୍କ କରି ସେ ମଧ୍ୟ ଭୟଭୀତ ଥିଲା ତାଲିବାନଙ୍କ ଆତଙ୍କରେ । ଯେଉଁଥିପାଇଁ ସବୁ ଲୋକ ସୁରକ୍ଷା, ରୋଜଗାର ଓ ସ୍ୱାଧୀନତା ଚିନ୍ତାରେ ଏୟାରପୋର୍ଟକୁ ଚାଲିଯାଇଥିଲେ । ଯେଉଁମାନଙ୍କ ସହ ଦୁହେଁ ମଧ୍ୟ ଚାଲି ଯାଇଥିଲେ ।

 

ଖାଲି ଯୁବକ ନୁହେଁ ମହିଳାଙ୍କ ମନରେ ମଧ୍ୟ ରହିଛି ତାଲିବାନୀ ଶାସନର ଆତଙ୍କ । ୧୯୯୬ ମସିହାରେ ଆଫଗାନିସ୍ତାନରେ ଚାଲିଥିଲା ତାଲିବାନ ଶାସନ, ସେସମୟରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଥିଲା । ଯେଉଁଥିରେ ମହିଳା ମାନେ ଏକୁଟିଆ ଘରୁ ବାହାରି ପାରିବେ ନାହିଁ, ଏପରିକି ସେମାନଙ୍କର ଚାକିରି ଓ ପାଠ ପଢିବାର ସ୍ୱାଧୀନତା ମଧ୍ୟ ନଥିଲା ।

 

Leave a Reply