spot_img
Home Blog Page 5435

ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୁରତିଙ୍କ ଯାତ୍ରା, ମାଉସୀ ଘରେ ପୋଡ଼ ପିଠା ଖାଇ ଯିବେ ଗୁଣ୍ଡିଚା ମନ୍ଦିର

ପୁରୀ: ଗଗନ ପବନ ଆଜି ଜଗନ୍ନାଥ ଜଗନ୍ନାଥ। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଛୁଟି ଆସିବେ ମହାପ୍ରଭୁ। ଚନ୍ଦନ କର୍ପୁରରେ ଚହଟିବ ଚଉଦିଗ। ଘଣ୍ଟ ଘଣ୍ଟା ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହେବ ବ୍ରହ୍ମାଣ୍ଡ। କେତେତେ ନେତ୍ର ଆଜି ଛଳ ଛଳ ହୋଇ ଭିଜିବ ଅଶ୍ରୁର ଧାରରେ। ଆଖିରେ ଆଖି ମିଶାଇ ଭକ୍ତଟିଏ ବାଣ୍ଟିବ ତାର ସୁଖ ଦୁଃଖ। ଏ ହେଉଛି ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୁରତିଙ୍କର ଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ବାହୁନି ବାହୁନି ତାର କଥା ଜଣାଇବ ଭକ୍ତ। ଜ୍ୱରରୁ ସୁସ୍ଥ ହେବା ପରେ ଜନ୍ମବେଦୀକୁ ବୁଲିଯିବାକୁ ବାହାରିଛନ୍ତି ମହାପ୍ରଭୁ। ଜନ୍ମବେଦିକୁ ଯିବା ପାଇଁ ତିଆରି ସରରିଛି ରଥ। ପ୍ରଭୁଙ୍କ ଯାତ୍ରା ପାଇଁ ଏବେ ଯେମିତି ନିର୍ଜୀବ ବି ଜୀବନ୍ତ ପାଲଟି ଯାଇଛନ୍ତି। ମହାପ୍ରଭୁଙ୍କ ସ୍ପର୍ଶ ପାଇଁ ରଥ ପ୍ରସ୍ତୁତ, ରଥକୁ ଆଲିଙ୍ଗନ କରିବାକୁ ପଥ ବି ପ୍ରସ୍ତୁତ। ସିଂହଦ୍ୱାର ଚକଡ଼ା‌ରେ ରଥ ଲାଗିବା ପ‌ରେ ଅଥୟ ବଡ଼ଦାଣ୍ଡ। ଇନ୍ଦ୍ର କିଛି ସମୟ ପାଇଁ ଆସି ବରଷି ଯାଇ ବଡ଼ଦାଣ୍ଡକୁ ବିଶୋଧନ କରି ଦେଇଛନ୍ତି। ପବନରେ ବି ଖେଳି ବୁଲୁଛି ଆଧ୍ୟାତ୍ମିକ ମହକ। ପ୍ରଭୁଙ୍କ ସାନିଧ୍ୟ ପାଇବା ପଇଁ ରଥ, ପଥ ସଭିଏଁ ଅପେକ୍ଷାରତ।

କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଭାଇ ଭଉଣୀଙ୍କୁ ଧରି ଆସିବେ କଳାସାଆନ୍ତେ। ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ଭୋରରୁ ମଙ୍ଗଳ ଆଳତୀ ସରିଥିବା ବେଳେ ୫ଟା ୫ରେ ସୂର୍ଯ୍ୟପୂଜା, ୫ଟା ୧୦ରେ ବେଶ ଶେଷ, ୫ଟା ୨୦ରେ ଦ୍ବାରପାଳ ପୂଜା,  ହୋଇଛି । ୮ଟାରେ ରଥ ପ୍ରତିଷ୍ଠା ସହ ୮ଟା ୧୫ରେ ମଙ୍ଗଳାର୍ପଣ, ୮ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୧ଟା ୩୦ ମଧ୍ୟରେ ପହଣ୍ଡି ଶେଷ ହେବ ।

୧୨ଟାରୁ ୧୨ଟା ୩୦ ମଧ୍ୟରେ ମଦନ ମୋହନ ବିଜେ ପରେ ୧୨ଟା ୩୦ରୁ ଗୋଟାଏ ମଧ୍ୟରେ ଚିତା ଲାଗି ହେବ  । ୧୨ଟା ୪୫ରୁ ୨ଟା ମଧ୍ୟରେ ଛେରା ପହଁରା କରାଯିବ  । ୨ଟାରୁ ୩ଟା ମଧ୍ୟରେ ଚାରମାଳ ଫିଟା, ଘୋଡା, ସାରଥୀ ଲାଗିବା ଶେଷ ହୋଇ ରଥ ଟଣା ଆରମ୍ଭ ହେବ । ଗତବର୍ଷ ପରି ଏବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଭକ୍ତ ଶୂନ୍ୟ ରହିବ ବଡ଼ଦାଣ୍ଡ । କେବଳ ସେବାୟତମାନେ ତିନିରଥକୁ ଟାଣିବେ । ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ୭ଜଣଙ୍କୁ ନେଇ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବେ ।  ଘରେ ରହି ଟିଭିରେ ଘୋଷଯାତ୍ରା ଦର୍ଶନ ପାଇଁ ସମସ୍ତଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।

ଏସପ୍ଲାନେଡ଼ ଆଗରେ ଜମାଟୋ ଓ ସ୍ୱେଗି ବୟଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଏସପ୍ଲାନେଡ଼ ସାମ୍ନାରେ ସ୍ବେଗି ଓ ଜମାଟୋ ବୟଙ୍କ ଉତ୍ତେଜନା । ଗେଟରେ ତାଲା ପକାଇ ମଲ୍ ସାମ୍ନାରେ ବସିଲେ ଡେଲିଭରି ବୟ । ସମୟରେ ଅର୍ଡର ପାର୍ସଲ ଦେଉ ନଥିବାରୁ ଉପଭୋକ୍ତାଙ୍କ ନିକଟରେ ଠିକ ସମୟରେ ଖାଇବା ପହଞ୍ଚି ପାରୁ ନଥିବାରୁ କମ୍ପାନୀକୁ ଫାଇନ ଦେବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଘଟଣା ସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ପିଲାଙ୍କୁ ବୁଝା ସୁଝା କରିଛି । ତିନୋଟି ହୋଟେଲ ମ୍ୟାନେଜରଙ୍କ ସହ ପୋଲିସ ଉପସ୍ଥିତିରେ ଆଲୋଚନା ହେବା ପରେ ସେମାନେ ଉଚିତ ସମୟରେ ଖାଦ୍ୟ ଯୋଗାଇ ଦେବେ ବୋଲି ପ୍ରତଶ୍ରୁତି ଦେଇଛନ୍ତି । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଆଗାମୀ ଦିନରେ ଆସୁଛି ଭଲ ଦିନ, ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଆଗକୁ ଅର୍ଥନୀତି ଲାଗି ଭଲ ଦିନ ଆସୁଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ । ପୁଞ୍ଜିପ୍ରତ୍ୟାହାର ବ୍ୟବସ୍ଥା ଅର୍ଥନୀତି ଲାଗି ସହାୟକ ହୋଇଛି ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୨୦୨୦-୨୦୨୧ରେ ଅର୍ଥନୀତି ପ୍ରଭାବିତ ହୋଇଥିବା ସତ୍ତ୍ବେ ଅର୍ଥନୀତି ବେଶ୍ ଭଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ସେ କହିଛନ୍ତି- ଗତ ଦୁଇଟି କୋଭିଡ ଲହରୀର ଅଭିଜ୍ଞତା ଅନୁସାରେ ଭାରତ କୌଣସି ପ୍ରତିଘାତର ମୁକାବିଲା ଲାଗି ଯଥେଷ୍ଟ ପ୍ରସ୍ତୁତ ଅଛି ।

ଏନେଇ ଆଗକୁ ଯିବାର ସାମର୍ଥ୍ୟ ବି ପରିପ୍ରକାଶ ହୋଇଛି । କରୋନା ଭାଇରସ ଯୋଗୁ ଭାରତୀୟ ଅର୍ଥନୀତି ପ୍ରଭାବିତ ହୋଇଛି । ତେବେ ଦ୍ବିତୀୟ ଲହରୀରେ ସାମାନ୍ୟ ଅଗ୍ରଗତି ଲାଭ କରିଛି । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି କ୍ରମଶଃ ଅଧିକ ଶକ୍ତିଶାଳୀ ହେବ । ଏହା ସହ ଯେଉଁ ସଂସ୍ଥା ବା ସଂଗଠନ ଜିଡିପି ପରିମାଣ ହ୍ରାସ ପାଇବ ବୋଲି ଦର୍ଶାଇଛନ୍ତି ତାହା ଉର୍ଦ୍ଧ୍ବମୁଖୀ ହେବା ଆଶା ରହିଛି ବୋଲି ସେ କହିଛନ୍ତି । ଦେଶର ଜିଡିପି ପରିମାଣ ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି । ଗତ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୀତି ୭.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

ଜନ୍ମବେଦୀ ପାଇଁ ପ୍ରସ୍ତୁତ ମହାପ୍ରଭୁ; ପ୍ରାତଃ ୪ଟା ୩୦ରୁ ମଙ୍ଗଳ ଆଳତି, ଅପରାହ୍ନ ୩ଟାରୁ ରଥଟଣା

ଭୁବନେଶ୍ୱର: ସୋମବାର  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଶ୍ରୀଜିଉ ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିବେ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଗତବର୍ଷ ପରି ଏବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଭକ୍ତ ଶୂନ୍ୟ ରହିବ ବଡ଼ଦାଣ୍ଡ । କେବଳ ସେବାୟତମାନେ ତିନିରଥକୁ ଟାଣିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା । ଆଜି ସକାଳ ଧୂପ ପରେ ବାଜି ଉଠିଥିଲା ବିଜେ କାହାଳି । ସେବକମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣିଥିଲେ । ରଥରେ ଆଜ୍ଞାମାଳ ବିଜେ ପରେ ସେବାୟତମାନେ ରଥଖଳାରୁ ତିନିରଥକୁ ସିଂହଦ୍ବାର ସମ୍ମୁଖକୁ ଟାଣି ନେଇଥିଲେ । ଘଣ୍ଟନାଦ ସହିତ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସରିଛି ନୀତିକାନ୍ତି  ।

ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ଯିବେ ଶ୍ରୀଜୀଉ । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଭୋର 4 ଟା 30ରେ ମଙ୍ଗଳ ଆଳତୀ, 5 ଟା ରେ ମଇଲମ, ତଡପ ଲାଗି, ରୋଷ ହୋମ, 5ଟା 30ରେ ଅବକାଶ, 5ଟା 40ରେ ସୂର୍ଯ୍ୟପୂଜା, 6 ଟା ରେ ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଅନ୍ୟାନ୍ୟ ନୀତି ସରି 6ଟା 30ରୁ 7ଟା 30ରେ ଖେଚୁଡ଼ି ଭୋଗ, 8ଟା ରେ ରଥ ପ୍ରତିଷ୍ଠା, 8ଟା 15ରେ ମଙ୍ଗଳର୍ପଣ, 8ଟା 30ପହଣ୍ଡି ଆରମ୍ଭ ହୋଇ 11ଟା 30 ମଧ୍ୟରେ ପହଣ୍ଡି ଶେଷ, 12ଟାରୁ 12ଟା 30ମଧ୍ୟରେ ମଦନ ମୋହନ ବିଜେ, 12ଟା 30ରୁ ଗୋଟାଏ ମଧ୍ୟରେ ଚିତା ଲାଗି, ବେଶ ଶେଷ, 12ଟା 45ରୁ 2ଟା ମଧ୍ୟରେ ଛେରା ପହଁରା ହୋଇ 2ଟା 3ଟା ମଧ୍ୟରେ ଚାରମାଳ ଫିଟା, ଘୋଡା, ସାରଥୀ ଲାଗିବା ପରେ ରଥ ଟଣା ହେବ ।

ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ, ଆସନ୍ତାବର୍ଷ ଗର୍ଭଗୃହ

ପୁରୀ: ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ । ଏହି ୯ ଦିନ ଗର୍ଭ ଗୃହକୁ ଛାଡି ମନ୍ଦିରର ଅନ୍ୟ ସମସ୍ତ ସ୍ଥାନକୁ ଲେଜର ସ୍କାନିଂ କରାଯିବ । ଆସନ୍ତାକାଲିଠାରୁ ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ମଗାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି । ଚଳିତବର୍ଷ ଗର୍ଭ ଗୃହକୁ ଛାଡ଼ି ମନ୍ଦିରର ଅନ୍ୟ ସମସ୍ତ ପାର୍ଶ୍ୱର ଲେଜର ସ୍କାନିଂ କରାଯିବ  । ସେପଟେ ଆସନ୍ତାବର୍ଷ ଗର୍ଭଗୃହ ଲେଜର ସ୍କାନିଂ କଥା ଚିନ୍ତା କରାଯିବ ବୋଲି କହିଛନ୍ତି କ୍ରିଷନ କୁମାର ।

ସେହିଭଳି ମନ୍ଦିରରେ 8ଟି ଦ୍ୱାରରେ ରୁପା ଛାଉଣୀ କରାଯିବ । ଏଥିପାଇଁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ରୂପା ଛାଉଣୀ ପାଇଁ ASI ଓ ମନ୍ଦିର ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି । ଆସନ୍ତାକାଲି ବଡ଼ ଦାଣ୍ଡରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା  । ଏପଟେ ପୁରୀରେ ପୋଲିସ ଛାଉଣୀ ହୋଇଛନ୍ତି  । କୋଭିଡ ସମୟରେ କଟକଣାରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ରହିଥିବାବେଳେ ଏବେ ଠାରୁ କଡ଼ା ପ୍ରହରା ଦେଇଛନ୍ତି ପୋଲିସ ବାହିନୀ  ।

ସଂକ୍ରମଣ କମିବାରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି  । ଏଥିପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ସେମାନଙ୍କ ପାଇଁ ଆଜି ରାଜ୍ୟରେ ଅନେକ ଅଞ୍ଚଳ କରୋନାଠୁ ଦୁରେଇ ରହିଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏନେଇ ମୁଖ୍ୟମନ୍ତ୍ରୀ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେମାନଙ୍କର ପରିଶ୍ରମ ଯୋଗୁଁ ଅନେକ ଲୋକ କରୋନାକୁ ନେଇ ସଚେତନ ହୋଇଛନ୍ତି । ଏହି ସଚେତନା ପାଇଁ ଜୟପୁର ବ୍ଲକର ୫୦ଟି ଗାଁରେ ସଂକ୍ରମଣ ଦେଖିବାକୁ ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର ସଫଳତାକୁ ପ୍ରଶଂସା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଲିଙ୍ଗଗତ ସମାନତା ଦାବିରେ ଟପ୍‌ଲେସ୍ ହେଲେ ମହିଳା: ସମର୍ଥନ ଜଣାଇ ପୁରୁଷମାନେ କଲେ ଏଭଳି ପ୍ରତିବାଦ

ବର୍ଲିନ୍: ଜର୍ମାନୀରେ ଅଜବ ପ୍ରତିବାଦ । ରାଜଧାନୀ ବର୍ଲିନ୍‌ରେ ଲିଙ୍ଗଗତ ସମାନତା ଦାବି ଟପଲେସ୍ ହୋଇ ପ୍ରତିବାଦ କରିଛନ୍ତି ମହିଳା । ପ୍ରତିବାଦ ବେଳେ ମହିଳାମାନେ ବିନା କପଡ଼ାରେ ସଡ଼କ ଉପରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । କିଛି ଦିନ ତଳେ ଜଣେ ଫରାସୀ ମହିଳା ସହରର ପାର୍କରେ ବିନା ଟପ୍‌ରେ ସନ୍ ବାଥ୍ ନେଉଥିବା ଅଭିଯୋଗରେ ତାଙ୍କୁ ପାର୍କରୁ ବାହାର କରିଦିଆଯାଇଥିଲା ଯାହାକୁ ବିରୋଧ କରି ଏଭଳି ପ୍ରତିବାଦ କରାଯାଇଛି ।

topless

ମିଳିଥିବା ସୂଚନା ଅନୁଯାୟୀ ଫରାସି ମହିଳା ନିଜର ଜଣେ ବନ୍ଧୁ ଏବଂ ୨ଜଣ ଶିଶୁଙ୍କୁ ସୁଇମିଂ ପାର୍କରେ ଖେଳିବା ପାଇଁ ନେଇଥିଲେ । ସେଠାରେ ସେ  ଟପଲେସ୍ ହୋଇ ସନ୍ ବାଥ୍ ନେଉଥିଲେ । ଏହା ଦେଖଇ ଦାୟିତ୍ୱରେ ଥିବା ଗାର୍ଡ ଜଣଙ୍କ ମହିଳାଙ୍କୁ ସ୍ତନ ଘୋଡ଼ାଇବାକୁ କହିଥିଲେ । କିନ୍ତୁ ଏଥଇରେ ରାଜି ହୋଇନଥିଲେ ମହିଳା, ଏବଂ ସେ କାହିଁକି ଏଳ କରିବେ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ଯୁକ୍ତି ହେଲା ଯେ, ଯଦି ପୁରୁଷମାନେ ବିନା ଟପ୍‌ରେ ବୁଲିପାରୁଛନ୍ତି ସେ କାହିଁକି ନୁହେଁ । କିନ୍ତୁ ଗାର୍ଡ ତାଙ୍କ ଯୁକ୍ତି ନଶୁଣି ତାଙ୍କୁ ପାର୍କୁ ବାହାର କରିଦେଇଥିଲେ  ।

topless

ଶନିବାର ୧୦ ଜୁଲାଇ ଦ୍ୱିପ୍ରହରରେ ବର୍ଲିନର ମେରିଏନ୍‌ପ୍ଳାଜାରେ ମହିଳାମାନେ ଅଧିକାରୀଙ୍କ ଏହି ଫଇସଲାକୁ ବିରୋଧ କରିଥିଲେ । ଏବଂ ଲିଙ୍ଗଗତ ସମାନତା ଦାବି କରିବା ସହ ଟପଲେସ୍ ହୋଇ ସରକାରଙ୍କ ନିକଟରେ ନିଜ ଦାବି ରଖିଥିଲେ । ତେବେ ବିଶେଷ କଥା ଏହା ଯେ, ସମାନତାକୁ ନେଇ କରାଯାଉଥିବା ପ୍ରଦର୍ଶନର ଡ୍ରେସକୋର୍ଡ ଥିଲା ଟପଲେସ୍ ହେବା । ଯାହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ତେବେ ଏଥିରୁ କିଛି ମହିଳା ନିଜ ସ୍ତନରେ ଟାଟୁ ମଧ୍ୟ ବନାଇଥିଲେ । ତେବେ ମହିଳାଙ୍କ ଏହି ଦାବିକୁ ସମର୍ଥନ ଜଣାଇ ପ୍ରତିବାଦରେ ସାମିଲ ହୋଇଥିବା ପୁରୁଷମାନେ ବ୍ରା ପିନ୍ଧି ଏହାକୁ ସମର୍ଥନ ଜଣାଇଥିଲେ ।

topless

ରିଚାର୍ଡଙ୍କ ସହିତ ମହାକାଶକୁ ଯାଉଥିବା ସିରିଶା କିଏ ?

ନୂଆଦିଲ୍ଲୀ: ପୁରୁଡେ ୟୁନିଭସିଟିରେ ପଢ଼ିଥିବା ଭାରତୀୟ ବଂଶୋଦ୍ଭବ, ୩୪ ବର୍ଷୀୟ ଏରୋନେଟିକାଲ ଇଞ୍ଜିନିୟର ବି. ସିରିଶା ଅନ୍ତରୀକ୍ଷ ଯାତ୍ରା କରିବେ । ଏଥିସହିତ ଅନ୍ତରୀକ୍ଷକୁ ଯାଇଥିବା ଭାରତୀୟମାନଙ୍କ ମଧ୍ୟରେ ସେ ତୃତୀୟ ମହିଳା ଭାବେ ପରିଚିତ ହେବେ । ଯାହା ଭାରତ ପାଇଁ ଗର୍ବର କଥା ।

ବ୍ରିଟେନ୍ ଆରବପତି ରିଚର୍ଡ ବ୍ରିନସନ୍ କମ୍ପାନୀ ଭିର୍ଜିନ ଗାଲାଟିକ୍ ର ସ୍ପେଶ୍ ସିପ୍ ଟୁ ୟୁନିଟି ଯେତେବେଳେ ଅନ୍ତରୀକ୍ଷ ଯାତ୍ରା ଆରମ୍ଭ କରିବେ ସେତେବେଳେ ସିରିଶା ମଧ୍ୟ ସାମିଲ ହେବେ । ସିରିଶାଙ୍କ ପୂର୍ବରୁ କଳ୍ପନା ଚାଓ୍ୱଲା , ସୁନିତା ଓ୍ୱିଲିୟମସ ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ଆନ୍ଧ୍ର ପ୍ରଦେଶ ଗୁଣ୍ଠୁରରେ ଜନ୍ମିତ ସିରିଶା ଆମେରିକାର ଟେକ୍ସାସସ୍ଥିତ ହୁଷ୍ଟନରେ ବଢ଼ିଛନ୍ତି । ଅନ୍ତରୀକ୍ଷ ଯାତ୍ରାରେ ରିଚର୍ଡ ବ୍ରେନସନ୍ ଏବଂ ପାଞ୍ଚ ଅନ୍ୟ ଲୋକ ମଧ୍ୟ ରହିବେ ।

ଏଥିସହିତ ପଢ଼ନ୍ତୁ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

ସିରିଶା କହିଛନ୍ତି ଯେ, ମୁଁ ୟୁନିଟର କ୍ରୁ ଏବଂ ଏଭଳି କମ୍ପାନୀର ଅଂଶ ହୋଇ ଗର୍ବିତ ମନେ କରୁଛି । ଯାହାର ମିଶନ ସମସ୍ତଙ୍କୁ ଅନ୍ତରୀକ୍ଷକୁ ବୁଲାଇ ନେବା । ଭାରତରୁ ଆମେରିକାରେ ପହଞ୍ଚିବା ପରେ ହୁଷ୍ଟନରେ ନାସାର ଜନସନ୍ ସ୍ପେସ୍ ସେଣ୍ଟର ନିକଟରେ ପିଲାଦିନ କଟିଥିଲା । ଏବଂ ସେ ସର୍ବଦା ଏକ ମହାକାଶଚାରୀ ହେବାକୁ ଚାହୁଁଥିଲେ । କିନ୍ତୁ ଦୃଷ୍ଟିଶକ୍ତି କମ ଥିବା କାରଣରୁ ସେ ପାଇଲଟ୍ କିମ୍ୱା ମହାକାଶଚାରୀ ହେବା ସ୍ୱପ୍ନ ପୂରା ହୋଇପାରିନଥିଲା । ସେ ପରଡୁ ୟୁନିଭରସିଟିରୁ ଏରୋନେଟିକ ଇଞ୍ଜିନିୟରିଂ କରିଥିଲେ । ତେବେ ଏହି ଯାତ୍ରାରେ ସିରିଶାଙ୍କ ଭୂମିକା ରିସର୍ଚ୍ଚର ହେବ । ଏବଂ ସେ ମାନବୀୟ ଅନୁଭବ ସହିତ ଜଡ଼ିତ ବିଭିନ୍ନ ଦିଗକୁ ନେଇ ରିସର୍ଚ୍ଚ କରିବେ । ଆଉ ଏଥିଲାଗି ଫ୍ଳୋରିଡା ୟୁନିଭରସିଟିର ବ୍ୟବହାର କରାଯିବ ।

ଜଙ୍ଗଲ ଭିତରେ ଚାଲିଛି ମଦ ରନ୍ଧା, କେଉଁଠି ଇଟାଭାଟି ପାଖରେ ତ କେଉଁଠି ଜଙ୍ଗଲରେ

ଟିଟିଲାଗଡ:  ଜଙ୍ଗଲ ଭିତରେ ଚାଲିଛି ମଦ ରନ୍ଧା । ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି। ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି। ବିଭିନ୍ନ ରାସାୟନିକ ସାମଗ୍ରୀ ତଥା ମାଦକ ଦ୍ରବ୍ୟ ସହ ମହୁଲ ଫୁଲ ମିଶାଇ ତିଆରି ହେଉଛି ଦେଶୀ ମଦ। ଟିଟିଲାଗଡରୁ ଅଦି ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ ।

ଅବକାରୀ ବିଭାଗ ଟିଟିଲାଗଡ ମାଥନପଲା ଡ୍ୟାମ ଓ ଝାରଦେବନ୍ଧ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟ ଦେଖିବାକୁ ପାଇଛି । ଘଟଣାସ୍ଥଳରୁ ବ୍ୟାପକ ପରିମାଣରେ ମଦ ସହ ମଦ ଉପକରଣ ଜବତ କରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ସମ୍ପୃକ୍ତ ଜଣକୁ ବି ଧରିବାରେ ସଫଳ ହୋଇ ନାହିଁ ଅବକାରୀ ବିଭାଗ ।

ଆତଙ୍କବାଦୀ ଗିରଫ ହେବା ପରେ ଅଯୋଧ୍ୟା, କାଶୀ ସମେତ ବହୁ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା

ଲକ୍ଷ୍ନୌ: କାକୋରୀ ଅଞ୍ଚଳରେ ଘେରାବନ୍ଧୀ କରି ଅଲ୍‌ କାଏଦାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ । ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରେସର କୁକର ବମ୍ ଏବଂ କିଛି କାଗଜପତ୍ର ମଧ୍ୟ ଜବତ କରିଛି । ଏଥିସହିତ କିଛି ମ୍ୟାପ୍ ମଧ୍ୟ ଜବତ କରିଥିବା ସୂଚନା ରହିଛି । ଆଉ ଏହାରି ଆଧାରରେ ଆତଙ୍କୀଙ୍କୁ ପଚରାଉଚରା କରିବା ସହ ତନାଘନା ଆରମ୍ଭ କରିଦେଇଛି ।

ଏଟିଏସ୍ ସୂଚନା ମୁତାବକ, ଆତଙ୍କୀ କାକୋରୀ ଅଞ୍ଚଳରେ ଏକ ବଡ଼ ଯୋଜନା କରୁଥିଲେ । ଯେଉଁ ଅଞ୍ଚଳରେ ଏଟିଏସ୍ ଚଢ଼ାଉ କରିଥିଲା ସେଠାରେ ୩ ଜଣଙ୍କ ଘର । ପ୍ରଥମ ଘର ଶାହିଦର ଓରଫ୍ ଗୁଡ୍ଡୁ ଯିଏ କି ଗତ ପାଞ୍ଚ ବର୍ଷ ହେଲା ସାଉଦି ଆରବରେ ରହି ଆସିଛନ୍ତି । ସେ ଟେଲିଗ୍ରାମ ଆପ୍ ଯୋଗେ ଆତଙ୍କୀଙ୍କ ସମ୍ପର୍କରେ ଆସିଥିବା ଜଣାପଡ଼ିଛି । ଅନ୍ୟ ଘରଟି ସିରାଜ ଏବଂ ତୃତୀୟ ଘରଟି ରିୟାଜର । ଏବଂ ୩ ଘର ମଧ୍ୟରେ ଏକ ଗୁପ୍ତ ବୈଠକ ଗୃହ ମଧ୍ୟ ରହିଛି ।

ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ୟୁପିର ଅନେକ ଜିଲ୍ଲା ସେମାନଙ୍କ ଟାର୍ଗେଟରେ ଥିଲା । ଅଯୋଧ୍ୟା ଏବଂ ମଥୁରାର ସୁରକ୍ଷା ବଢ଼ାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ୟୁପି ଏଟିଏସ୍ ବହୁ ରାଜନେତା ମଧ୍ୟ ସେମାନଙ୍କ ଟାର୍ଗେଟରେ ଥିଲେ । ତେବେ ଏବେ ମଧ୍ୟ ଏଟିଏସ୍‌ର ଅପରେସନ୍ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ନିକୋଲା ଟେସଲା, ଓ୍ୱାୟରଲେସ୍ ଟେକ୍ନୋଲୋଜିର ସ୍ରଷ୍ଟା: ଯାହାଙ୍କୁ ପାଗଳ କହୁଥିଲେ ଲୋକେ