ଅସ୍ତବ୍ୟସ୍ତ ଆଫଗାନ, ଭାରତରେ ବସିବ ସର୍ବଦଳୀୟ ବୈଠକ

1 min read

ନୂଆଦିଲ୍ଲୀ:  ଆଫଗାନ ସମସ୍ୟା ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ସ୍ଥିତିର ସମୀକ୍ଷା ସହ ବିଭିନ୍ନ ରାଜନୈତିକ ଦଳକୁ ତାଜା ସ୍ଥିତି ନେଇ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରୁ ବିପନ୍ନଙ୍କୁ ଉଦ୍ଧାର, ତାଲିବାନ ସହ ଭାରତର ଆଭିମୁଖ୍ୟ, ବୈଦେଶିକ ସ୍ତରରେ ଭାରତର ଭୂମିକା ଆଦି ପ୍ରସଙ୍ଗରେ ସବୁ ଦଳର ସଂସଦୀୟ ନେତାକୁ ଜୟଶଙ୍କର ଅବଗତ କରାଇବେ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ।

ଆଫଗାନିସ୍ତାନ ବ୍ୟାପାରରେ ସର୍ବଦଳୀୟ ବୈଠକ ଡାକିବା ଲାଗି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ବିଶେଷ ଭାବେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତାଲିବାନ କବଳକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ନାରକୀୟ ତାଣ୍ଡବ ଜାରି ରହିଛି । ନାନା ପ୍ରକାର ଅମାନୁଷିକ ଘଟଣାର ଚିତ୍ର ପ୍ରତିଦିନ ଆସୁଛି ।

ଅନ୍ୟପଟେ ଦିନକୁ ଦିନ ଆଫଗାନିସ୍ତାନ ସହ ବ୍ୟାପାରକୁ ନେଇ ବିଶ୍ବ ରାଜନୀତି ବଦଳୁଥିବାରୁ ଭାରତ ଲାଗି ଆଫଗାନ ବ୍ୟାପାରରେ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ବ ଦିଆଯାଉଛି । ସେପଟେ ଆଫଗାନ ନାଗରିକଙ୍କୁ ପୂର୍ବରୁ ଦିଆଯାଇଥିବା ଭିସାକୁ ବାତିଲ କରିଛି ଭାରତ । ଏଣିକି ସେମାନେ ଭାରତ ଆସିବା ଲାଗି ଇ- ଭିସା ଆବେଦନ କରିବେ । ଆଫଗାନିସ୍ତାନକୁ କବଳିତ କରିଥିବା ତାଲିବାନକୁ ପ୍ରତ୍ୟାଖାନ କରିଆସିଛି ଭାରତ  । ତେଣୁ ଯଦି ଆଗାମୀ ଦିନରେ ତାଲିବାନ ସରକାର ଗଢେ, ତେବେ ଆଫଗାନ ସହ ଭାରତର ସମ୍ପର୍କ ଛିନ୍ନ ହେବା ନେଇ ଆଶା କରାଯାଉଛି  ।

Leave a Reply