ସେପ୍ଟେମ୍ବର ମାସରେ ସଂପୂର୍ଣ୍ଣ କୋହଳ ହେବନି କଟକଣା

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ସଂପୂର୍ଣ୍ଣ କୋହଳ ହେବନି କଟକଣା । ଆଗକୁ ତୃତୀୟ ଲହର ଆସୁଥିବାରୁ ପରିସ୍ଥିତିକୁ ଦେଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ସେପ୍ଟେମ୍ବରରେ କଣ ରହିବ ନୂଆ ଗାଇଡଲାଇନ ସେନେଇ ତଥ୍ୟ ସଂଗ୍ରହ ଚାଲିଛି । କେନ୍ଦ୍ର ସରକାରଙ୍କ ନୀତି, ଡବ୍ଲୁଏଚଓ ଫର୍ମୁଲା, ସଂକ୍ରମଣ ହାର, ବିଶେଷଜ୍ଞଙ୍କ ମତ ଓ ଲୋକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ନୂଆଗାଇଡ୍ ଲାଇନ ପ୍ରସ୍ତୁତ କରାଯିବ ।

କେତେକ ସ୍ଥାନରୁ ସପ୍ତାହାନ୍ତ ସଟ୍ଡାଉନ୍ ହଟିଯିବା ସମ୍ଭାବନା ରହିଛି । ସକାଳ ୬ରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ସେହିପରି ନାଇଟ୍ କର୍ଫ୍ୟୁ ଅବଧି କମିପାରେ । ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ ।

ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି  ।

Leave a Reply