କେରଳରେ ତୃତୀୟ ଲହର ସମ୍ଭାବନା, ଦିନକରେ ୩୧ ହଜାର ସଂକ୍ରମିତ

କେରଳ: ମହଙ୍ଗା ପଡିଲା ଓନାମ । କେରଳରେ ୩୦ ପ୍ରତିଶତ ବଢିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି ୩୧ ହଜାର ୪୪୫ ଜଣ । ଏହା ସହ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୨୧୫ଜଣ । ଏବେ ରାଜ୍ୟରେ ପଜିଟିଭିଟି ହାର ରହିଛି ୧୯.୦୩ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩୮ ଲକ୍ଷ ୮୩ ହଜାର ୪୨୯ ।

ପ୍ରାଣ ହରାଇଲେଣି ୧୯ ହଜାର ୯୭୨ ଲୋକ । ଏର୍ଣ୍ଣାକୁଲମରେ ସର୍ବାଧିକ ୪ ହଜାର ୪୮ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୧ ତାରିଖରେ କେରଳରେ ଓନାମ ପାଳିତ ହୋଇଥିଲା । ଏହି ଉତ୍ସବ ପାଳନ ଉପରେ କଟକଣା ଜାରି କରିବା ବଦଳରେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଥିଲେ । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ତୀବ୍ର ସମାଲୋଚନା କରିବା ସହ ଅନ୍ୟ ରାଜ୍ୟକୁ ସତର୍କବାଣୀ ଶୁଣାଇଛନ୍ତି । ସଂକଟ କାଳରେ ପର୍ବପର୍ବାଣୀକୁ ଅନୁମତି ଦେଲେ ସ୍ଥିତି ଗମ୍ଭୀର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply