ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ୟଶପାଲ ଶର୍ମାଙ୍କ ପରଲୋକ । ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ ୟଶପାଲ । ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ୟଶପାଲ ଶର୍ମା ଭାରତ ପାଇଁ ୩୭ଟି ଟେଷ୍ଟ ମ୍ୟାଚ୍ ଓ ୪୨ଟି ଏକଦିବସୀୟ ମ୍ୟାଚ୍ ଖେଳିଥିଲେ । ୧୯୮୩ରେ ଭାରତକୁ ବିଶ୍ୱକପ୍ ଜିତାଇବା ପାଇଁ ୟଶପାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ୧୧ ଅଗଷ୍ଟ ୧୯୫୪ ମସିହାରେ ଲୁଧିୟାନାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ । ସେ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ବେଳେ ୩୭ଟି ଟେଷ୍ଟରେ ୧୬୦୬ରନ୍ କରିଥିଲେ । ଯେଉଁଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧ ଶତକ ରହିଛି । ସେ ୧୯୭୮ ମସିହାରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ।
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସୁରକ୍ଷାକର୍ମୀ ଗୋଡ଼ାଇ ପିଟିବା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ରାଇଭରଙ୍କ ଆନ୍ଦୋଳନ
ବୁର୍ଲା: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର। ଆଜି ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭୀମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀ ମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ ଦୌଡାଇ ଦୌଡାଇ ମାଡ଼ ମାରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଭିମସାରରେ ଦୀର୍ଘ ବର୍ଷ ହେଲା ଏହି ଆମ୍ବୁଲାନ୍ସ ସଂଘ ଭିମସାରରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି। ହେଲେ ଭିମସାରରେ ନିୟୋଜିତ ସୁରକ୍ଷାକର୍ମୀ ଓ ସୁପରଭାଇଜର ମାନେ ଏହି ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା ନିମନ୍ତେ ବଟି ଦାବି କରିଥାନ୍ତି।

ନଚେତ ଭିମସାରରେ ଗାଡି ଚଳାଇ ପାରିବେ ନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ଏନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଡ୍ରାଇଭର ମାନଙ୍କୁ ଦୌଡାଇ ଦୌଡାଇ ପିଟିବା ପ୍ରତିବାଦରେ ଆମ୍ବୁଲାନ୍ସ ଚାଳକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରିବା ସହିତ ବୁର୍ଲା ଥାନା ଘେରାଉ କରିଥିଲେ। ଦୋଷୀ ସୁରକ୍ଷାକର୍ମୀ ଓ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଡ୍ରାଇଭର ସଂଘ ପକ୍ଷରୁ ଭିମସାରରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ବନ୍ଦ ରଖିବ ବୋଲି ସଂଘ ସଭାପତି ସୂଚନା ଦେଇଛନ୍ତି।
କରୋନା ସଂଖ୍ୟା କମୁନଥିବାରୁ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି। କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ବେବେ। ସଂକ୍ରମଣ କମୁଥିବାରୁ ଲୋକ ଢିଲା ପଣ ହେବା ଅନୁଚିତ। କାରଣ ଢ଼ିଲାପଣ ହେଲେ ସ୍ଥିତି ଆଗକୁ ଆହୁରି ଗମ୍ଭିର ହୋଇପାରେ। କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଯେଉଁ ମାନେ ଆସୁଛନ୍ତି ତାଙ୍କ କ୍ୱାରେଣ୍ଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ। ଯେଉଁମାନେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ବଡ଼ରିଂ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ। ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ।
ତେଲ ଦର ଦୃଦ୍ଧି ନେଇ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ପ୍ରତିବାଦ କରିବ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ
ଭୁବନେଶ୍ୱର: ଦେଶରେ ବାରମ୍ବାର ବଢ଼ି ଚାଲିଛି ତେଲ ଦର। ଦେଶରେ ୧୦୦ ପାର ହୋଇଛି ତୈଳ ଦର। ରାଜ୍ୟରେ ମଧ୍ୟ ତେଲ ଦର ୧୦୦ ପାର ହୋଇଛି। କେତେକ ସ୍ଥାନରେ ୧୦୪ ତ କେଉଁଠି ୧୦୩ ରହିଛି ତେଲ ଦର। ତୈଳ ଦର ବୃଦ୍ଧି ପ୍ରତିବାଦରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ୧୨ଘଣ୍ଟିଆ ପେଟ୍ରୋଲ ପମ୍ପ ବନ୍ଦ ଡାକରା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ସଂଗଠନର ରାଜ୍ୟ ସଂଯୋଜକ ମନ୍ୱର ଅଲ୍ଲୀ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱରରେ ୯ଟା ଠାରୁ ସଂଗଠନର ସଦସ୍ୟମାନେ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପିକେଟିଂ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ସଂଗଠନର ରାଜ୍ୟ ସଂଯୋଜକ ମନ୍ୱର ଅଲ୍ଲୀ ରାମ ମନ୍ଦିର ଛକ ନିକଟରେ ଅନଶନରେ ବସିବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ହେଲେ ଚିନ୍ତା ବଢ଼ାଇଲାଣି ଲାମ୍ବଡ଼ା ଭ୍ୟାରିଆଣ୍ଟ
ନୂଆଦିଲ୍ଲୀ: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍। ୨ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଶହେ ତଳେ ରହିଛି ୨୫ଜିଲ୍ଲା। ଲକଡାଉନ୍ ଓ ସଟଡାଉନ୍ ଫଳରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ହେଲେ ଚିନ୍ତା ବଢାଇଲାଣି ଲାମ୍ବଡା ଭ୍ୟାରିଆଣ୍ଟ। ଦକ୍ଷିଣ ଆମେରିକାର ଚିଲି ଓ ପେରୁରୁ ୨୭ଟି ଦେଶକୁ ବ୍ୟାପିଲାଣି ଲାମ୍ବଡା। ବ୍ରିଟେନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ଭୟାବହତା ଏବେଠାରୁ ଚିନ୍ତା ବଢାଇଲାଣି। ଭୂତାଣୁର ମ୍ୟୁଟେସନ ସହ ନୂତନ ଶକ୍ତିଶାଳୀ ଭ୍ୟାରିଆଣ୍ଟ ଜନ୍ମ ନେଉଛି। ଲାମ୍ବଡା ଏମାନଙ୍କଠାରୁ ଅଧିକ ଭୟାନକ ଅଟେ। କାରଣ ଚିଲି ଓ ପେରୁରେ ଏହା ଅନେକ ଜୀବନ ନେଲାଣି। ଲାମ୍ବଡା ବିରୋଧରେ କୋଭାକ୍ସିନ ଓ କୋଭିସିଲଡ୍ ପ୍ରଭାବଶାଳୀ ହେଉନଥିବା ନେଇ ଆଶଙ୍କା କରୁଛନ୍ତି ବିଶେଷଜ୍ଞ। ଅନ୍ୟ ଭୂତାଣୁ ଅପେକ୍ଷା ଏହା ଦୁଇଗୁଣା ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ତେବେ ଏଯାଏ ଭାରତରେ ଲାମ୍ବଡା ଭୟ ଆସିନି।



