ରାଜ୍ୟ କ୍ୟାବିନେଟ୍‌ର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ: ୯ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

1 min read

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟା ୩୦ ରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ନେଇ ପ୍ରସ୍ତାବ ଆସିବ । ଏହା ସହ ଇ-ଯାନ ପ୍ରସ୍ତାବ ଉପରେ ବି ବାଜିପାରେ ମୋହର । ଏଥିରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିପାରେ । ସେପଟେ, ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନର ଅବଧି ସରୁଛି । ଗୋଟିଏ ପଟେ ଆସନ ସଂରକ୍ଷଣ ଓ ସୀମା ପୁନନିର୍ଦ୍ଧାରଣ ନିର୍ବାଚନ ପାଇଁ ବାଧକ ସାଜିଥିଲା । କିଛି ଦିନ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆଉ ସୀମା ପୁର୍ନଗଠନ ହେବନି, ୨୦୧୭ ନିର୍ବାଚନରେ ଅନେକ ବଡ ପଂଚାୟତକୁ ଭାଙ୍ଗି ଛୋଟ ପଞ୍ଚାୟତ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’

 

Leave a Reply