ଏସ୍‌ସିବିରେ ଆରମ୍ଭ ହେବ ପୂର୍ବ ଭାରତର ସବୁଠାରୁ ବଡ଼ ଏକମୋ ୟୁନିଟ୍: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ସ୍ୱାସ୍ଥ୍ୟ ବିଭାଗରେ ଯୋଡ଼ି ହେବ ନୂଆ ଅଧ୍ୟାୟ ।  ଆଉ ବ୍ୟୟବହୁଳ ହେବନି ଏକମୋ ଚିକିତ୍ସା । ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା । ଏଣିକି ମାଗଣାରେ ମିଳିବ ଏକମୋ ଚିକିତ୍ସା । ଆଜି କଟକ ଏସସିବିରେ ଶୁଭାରମ୍ଭ ହେବ ଏକମୋ ୟୁନିଟ୍ ।  ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଏହାର ଶୁଭାରମ୍ଭ କରିବେ ।  ଏଥିପାଇଁ ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇଛି । ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଏବେ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ  । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି ।

ଏଥିସହିତ ପଢ଼ନ୍ତୁ: ଦେଶରେ ଥମିନି କରୋନାର ଦ୍ୱିତୀୟ ଲହର, ‘ସେପ୍ଟେମ୍ବର ଓ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ’: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Leave a Reply