କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’

1 min read

ୱାସିଂଟନ୍: ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି କହିଛନ୍ତି ବାଇଡେନ୍ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଫଗାନିସ୍ତାନରେ ଘଟିଥିବା ପୃଥକ ପୃଥକ ବୋମା ବିସ୍ଫୋରଣ ଘଟଣାକୁ ନେଇ ସେ ନିଜ ବିବୃତିରେ କହିଛନ୍ତି, ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ। ଆମେ ତୁମକୁ ଖୋଜି ଧରିବୁ ଏବଂ ଶାସ୍ତି ଦେବୁ । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନାନ୍ତରଣ ଅଭିଯାନ ଚାଲୁ ରହିବ। ଆସନ୍ତା ମଙ୍ଗଳବାର ଦିନ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପ୍ରସଙ୍ଗରେ ସେ କୌଣସି ସୂଚନା ଦେଇନାହାନ୍ତି ।

ସୂଚନା ଯୋଗ୍ୟ ଯେ, କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନକ ରହିଛନ୍ତି । ଆହତଙ୍କୁ ଏମରଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି  । ପ୍ରଥମ ବିସ୍ଫୋରଣ ସଂଧ୍ୟା ୬ଟା ୪୫ରେ ବିମାନବନ୍ଦରର ଏକ ନମ୍ବର ଗେଟ୍‌ ପାଖରେ ହୋଇଥିବା ବେଳେ ଦ୍ୱିତୀୟଟି ରାତି ୮ଟା ବେଳେ ବାରୋନ ହୋଟେଲ ନିକଟରେ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁଇଟି ଯାକ ବିସ୍ଫୋରଣ ଅତି ଶକ୍ତିଶାଳୀ ଥିଲା । ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଧାଁ ଦୌଡ କରିଥିଲେ । ତାଲିବାନ୍‌ କବ୍‌ଜା କରିବା ପରେ ଏବେ ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନ । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ- କେ । ଏପଟେ ବିସ୍ଫୋରଣ ପରେ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ । ବଡ ବଡ ଦେଶ ଘଟଣାକୁ ନେଇ ତୀବ୍ର ନିନ୍ଦା କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ।

Leave a Reply