କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

1 min read

କାବୁଲ: ଆଫଗାନିସ୍ତାନ କାବୁଲ ବିସ୍ଫୋରଣର ଜବାବ ଦେଲା ଆମେରିକା । ଆଫଗାନିସ୍ତାନ ନାଙ୍ଗରହାରରେ ଥିବା ISIS-K ଉପରେ ଆକ୍ରମଣ କରିଛି ଆମେରିକା । ଡ୍ରୋନଦ୍ୱାରା ISIS-K ଉପରେ ଆମେରିକା ଆକ୍ରମଣ କରିଛି । ଆକ୍ରମଣରେ କାବୁଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସହ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

କାବୁଲ ବିସ୍ଫୋରଣର ୪୮ ଘଣ୍ଟା ଭିତରେ ISIS-Kକୁ ଜବାବ ଦେଇଛି ଆମେରିକା । ତେବେ କାବୁଲ ବିମାନବନ୍ଦରରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିବାର ଯୋଜନା ରହିଛି ବୋଲି କହିଛି ଆମେରିକା । ତେଣୁ କାବୁଲ ବିମାନବନ୍ଦର ନଯିବା ସହ ବିମାନ ବନ୍ଦର ଗେଟ୍ ଆଗରୁ ହଟିଯିବାକୁ ଅପିଲ କରିଛି ଆମେରିକା । ଗୁରୁବାର କାବୁଲରେ ହୋଇଥିବା ବିସ୍ଫୋରଣରେ ଆମେରିକାର ୧୩ଜଣ ସୌନ୍ୟଙ୍କ ସହିଦ ହୋଇଥିଲେ । ଏଥିସହ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜେ ବିଡେନ୍ ଉଦବେଗ ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କୁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଥିଲେ । ଏପରିକି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍ ।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’

Leave a Reply