ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ,ଯେପର୍ଯ୍ୟନ୍ତ ହିନ୍ଦୁ ଅଛନ୍ତି ସେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି

ଅହମ୍ମଦାବାଦ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଏକ ବିବାଦୀୟ ବୟାନକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି । ପଟେଲ ଗାନ୍ଧିନଗରରେ ଭାରତ ମାତା ମନ୍ଦିରର ଉଦଘାଟନ କରି କହିଛନ୍ତି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠ ତେଣୁ ଦେଶରେ ଗଣତନ୍ତ୍ର,ଆଇନ କାନୁନ ଅଛି । ଯେଉଁଦିନ ହିନ୍ଦୁ ସଂଖ୍ୟାଲଘୁ ହେବେ ସେହିଦିନଠାରୁ ଦେଶରେ ଗଣତନ୍ତ୍ର ରହିବ ନାହିଁ କି ଆଇନ କାନୁନ । ପଟେଲଙ୍କ ଏହି ବୟାନକୁ ନେଇ ବିରୋଧ ଆରମ୍ଭ ହେଲାଣି ।
ଗାନ୍ଧିନଗରେ ରାଜ୍ୟର ପ୍ରଥମ ଭାରତ ମାତା ମନ୍ଦିର ଉଦଘାଟନ କରି ପଟେଲ କହିଥିଲେ ଯେ, ଦେଶରେ ସେପର୍ଯ୍ୟନ୍ତ ଗଣତନ୍ତ୍ର,କୋର୍ଟ କଚେରି ଅଛି ଯେପର୍ଯ୍ୟନ୍ତ ହିନ୍ଦୁ ସଂଖ୍ୟା ଗରିଷ୍ଠ । ଯେଉଁଦିନ ହିନ୍ଦୁଙ୍କ ସଂଖ୍ୟା କମିଯିବ ସେହି ଦିନ ଆଇନ କାନୁନ,ସମ୍ବିଧାନ ସବୁକିଛି ହାୱାରେ ମିଳେଇ ଯିବ । ପଟେଲ ଏଭଳି ବୟାନ ଦେବା ବେଳେ ପାଖରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ପ୍ରଦୀପ ସିହଂ ଜାଡେଜା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ପଟେଲ କହିଥିଲେ ଯେ, ଆମ ଦେଶରେ କିଛି ବ୍ୟକ୍ତି ସମ୍ବିଧାନ ଓ ଧର୍ମନିରପେକ୍ଷତା କଥା କହୁଛନ୍ତି କିନ୍ତୁ ଆପଣଙ୍କୁ କହୁଛି ଓ ଯଦି ଆପଣ ଏହାର ଭିଡିଓ ରେକର୍ଡିଂ କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ,ମୋ ଶବ୍ଦକୁ ଲେଖି ରଖନ୍ତୁ । ସମ୍ବିଧାନା,ଧର୍ମନିରପେକ୍ଷତା ଓ ଆଇନ ଆଦିର କଥା କହୁଥିବା ଲୋକ ଏମିତି ସେପର୍ଯ୍ୟନ୍ତ କହିବେ ଯେପର୍ଯ୍ୟନ୍ତ ହିନ୍ଦୁ ସଂଖ୍ୟାଗରିଷ୍ଠ ଅଛନ୍ତି । ଯେଉଁଦିନ ହିନ୍ଦୁ ସଂଖ୍ୟାଲଘୁ ହେବେ,ଅନ୍ୟମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିବ ସେତେବେଳେ ନା ଧର୍ମନିରପେକ୍ଷାତ,ନା ଲୋକସଭା ଓ ନା ସମ୍ବିଧାନ ସବୁକିଛି ହାୱାରେ ଉଡାଇ ଦିଆଯିବ । କିଛି ମଧ୍ୟ ରହିବ ନାହିଁ ।
ତେବେ ସେ ଏହା ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ବାବଦରେ କହୁନାହିଁ । ଗୁଜୁରାଟରେ ଲକ୍ଷାଧିକ ମୁସଲମାନ ଦେଶଭକ୍ତ ଅଟନ୍ତି,ଲକ୍ଷାଧିକ ଖ୍ରୀଷ୍ଟିଆନ ଦେଶ ଭକ୍ତ ଅଟନ୍ତି । ଗୁଜୁରାଟ ପୋଲିସରେ ଥିବା ସବୁ ମୁସଲିମ ଅଧିକାରୀ ଦେଶଭକ୍ତ । ତେବେ ପଟେଲଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହେଲାଣି ।

ଏଥିସହିତ ପଢ଼ନ୍ତୁ: ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ୫ଶହ ଓ ୨ହଜାର ଟଙ୍କିଆ ନୋଟ୍

Leave a Reply