ଏକମୋ ଚିକିତ୍ସା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ

1 min read
Congress MLA Tara Bahinipati Appreciated CM Naveen For ECMO Treatment

ଭୁବନେଶ୍ୱର: ପୂର୍ବ ଭାରତର ପ୍ରଥମ ଏକମୋ ହବ୍ ହୋଇଛି କଟକ ଏସସିବି ମେଡିକାଲ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ ମେଡ଼ିକାଲରେ ଏକମୋ ସେବା ଉଦଘାଟନ କରିଛନ୍ତି । ରାଜ୍ୟର ସମସ୍ତ ଜନତାଙ୍କୁ ଏହି ବ୍ୟୟ ବହୁଳ ଚିକିତ୍ସା ସେବା ଏସସିବିରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ।

ପୂର୍ବ ଭାରତର ପ୍ରଥମ ଏକମୋ ଚିକିତ୍ସା ହେଉଥିବା ରାଜ୍ୟ ଭାବରେ ଓଡ଼ିଶାକୁ ପରିଚିତ କରାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏକମୋ ଅନେକ ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ ଏବଂ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ତାରା ।

Leave a Reply