spot_img
Home Blog Page 5422

ରାଉରକେଲାରେ ସେକ୍ସ ରାକେଟ ଘଟଣା; ହୋଟେଲ୍ ମାଲିକ ସମେତ ୫ ଗିରଫ

ରାଉରକେଲା: ରାଉରକେଲା କଚେରୀ ରୋଡ ଅଞ୍ଚଳରେ ଥିବା କମ୍ଫର୍ଟ ହୋଟେଲରୁ ସେକ୍ସ୍ ରାକେଟ ଠାବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ପୋଲିସ ହୋଟେଲର ଦୁଇ ଜଣ ମ୍ୟାନେଜର ଓ ହୋଟେଲ ମାଲିକଙ୍କୁ ଗିରଫ କରିଛି ।

ଏହାସହ ହୋଟେଲରୁ ଧରାପଡିଥିବା ଦୁଇ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ପଶ୍ଚିମବଙ୍ଗର ୪ ଜଣ ଯୁବତୀଙ୍କ ସହ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ହୋଟେଲରୁ ସେକ୍ସ ରାକେଟ ସମ୍ପର୍କିତ ଡାଏରୀ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ସେକ୍ସ୍ ରାକେଟ ଚାଲିଥିବା ସୂଚନା ପାଇ ଗତ ରାତିରେ ହୋଟେଲ କମ୍ଫର୍ଟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ସୂଚନାଯୋଗ୍ୟ, ରାଉରକେଲା ସହରର ଉଦିତନଗର କଚେରୀ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା ବେଳେ ଖବର ପାଇ ପୋଲିସ ଗତକାଲି ଚଢାଉ କରିଥିଲା । ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଓ ଉଦିତନଗର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାସହ ୨ ଜଣ ଯୁବକ ଓ ୨ ଜଣ ହୋଟେଲ କର୍ମଚାରୀଙ୍କୁ ଉଦିତନଗର ଥାନାରେ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ୫ ଜଣ ଯୁବତୀଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର । ସେକ୍ସ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 

ବେଆଇନ୍ ସୁନା କାରବାର: ୨ କିଲୋ ୨୮ ଗ୍ରାମ ସୁନା ଜବତ

କଟକ: ବେଆଇନ୍ ସୁନା କାରବାରରେ ଅନ୍ତରାଜ୍ୟ ରାକେଟ ଠାବ । ୨ କିଲୋ ୨୯ ଗ୍ରାମ ସୁନା ଜବତ କରିଛି ମାଲଗୋଦାମ ପୋଲିସ । ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । ଜିଏସଟି ଟିକସ ଠକି ସୁନା ଯୋଗାଉଥିଲେ । ଜିଏସଟି ବିଭାଗ ତରଫରୁ ଅଟକ ୩ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୫ ହଜାର ଜରିମାନା ଆଦାୟ କରାଯାଇଛି । ଏମାନେ ପଞ୍ଜାବରୁ କଟକ ଆଣି ସୁନା ବିକ୍ରି କରୁଥିଲେ ।

https://www.youtube.com/watch?v=VMRwzPQd5rk

 

ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ, ଏହା ପ୍ରମାଣ ହିସାବରେ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ୍। ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ବାର୍ତ୍ତରକୁ ପ୍ରମାଣ ହିସାବରେ ନେଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୌଣସି ବ୍ୟକ୍ତିଙ୍କୁ ହ୍ୱାଟ୍ସଆପ୍ ମେସେଜ ଆଧାରରେ ଦଣ୍ଡିତ କରାଯାଇପାରିବନାହିଁ ।

ହ୍ୱାଟସଆପ୍ ମେସେଜର ପ୍ରାମଣିକତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି, ‘ବର୍ତ୍ତମାନ ସମୟରେ ହ୍ୱାଟସଆପ୍ ସନ୍ଦେଶର ପ୍ରାମାଣିକତା ମୂଲ୍ୟ କ’ଣ ? ଏବେ ସୋସିଆଲ ମିଡିଆରେ କିଛି ମଧ୍ୟ ତିଆରି କରାଯାଇ ପାରିବ ଓ ଡିଲିଟ୍ କରାଯାଇପାରିବ । ଆମେ ହ୍ୱାଟସଆପ୍ ମେସେଜକୁ କୌଣସି ଗୁରୁତ୍ୱ ଦେଉ ନାହୁଁ। ତଥ୍ୟ ପ୍ରମାଣ ହିସାବରେ ହ୍ୱାଟ୍ସଆପ୍‌ ମେସେଜକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ।’

୨୦୧୬ ଡିସେମ୍ବରରେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ A2Z ଇନଫ୍ରାସ୍ ସର୍ଭିସେସ୍ ଏବଂ ଅନ୍ୟ ଏକ ସଂସ୍ଥା ମଧ୍ୟରେ ୱେଷ୍ଟ ମ୍ୟାଟେରିଆଲ୍ସର ସଂଗ୍ରହ ଏବଂ ପରିବହନ ପାଇଁ ହୋଇଥିବା ଚୁକ୍ତିକୁ ନେଇ ସୁପ୍ରିମ କୋରଟ ଏଭଳି ରାୟ ଦେଇଛନ୍ତି ।

ସୂଚନା ମୁତାବକ ୨୦୧୭ରେ, A2Z ଚୁକ୍ତିଭିତ୍ତିକ କାର୍ଯ୍ୟର ଏକ ଅଂଶ ପୂରା କରିବା ପାଇଁ କ୍ୱିପୋ ଇନଫ୍ରାଷ୍ଟ୍ରକଚର ସହିତ ଅନ୍ୟ ଏକ ଚୁକ୍ତି କରିଥିଲା। ଏବଂ ସହମତି ହୋଇଥିଲା ଯେ A2Z ଦ୍ୱାରା ପ୍ରାପ୍ତ ରାଶି ଏକ ଏସ୍କ୍ରୋ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଅନ୍ୟ ପାର୍ଟିମାନଙ୍କୁ  ପେମେଣ୍ଟ କରାଯିବ।

ହେଲେ ୨୦୨୦ ରେ, A2Z ଏହି ଚୁକ୍ତିନାମାକୁ ବନ୍ଦ କରିଦେଲା । ଯାହା ପରେ କ୍ୱିପ୍ପୋ ଇନଫ୍ରାଷ୍ଟ୍ରକଚର କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କ୍ୱିପ୍ପୋ କୋର୍ଟଙ୍କୁ ତାଙ୍କର ଚୁକ୍ତିନାମା ଓ ୮.୧୮ କୋଟି ଟଙ୍କା ଦେୟ ନେଇ ଏକ ହ୍ୱାଟସ୍ଆପ୍ ବାର୍ତ୍ତାକୁ ପ୍ରମାଣ ଆଧାରରେ ଦେଖାଇଥିଲା। ହେଲେ A2Z କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଓ ଏହି ମେସେଜ୍ ଜାଲ୍ ବୋଲି କହିଥିଲା । ଅବସ୍ୟ କ୍ୱିପୋର ଓକିଲ ପେମେଣ୍ଟ ସହ ଜଡ଼ିତ ଇମେଲ ଓ ବ୍ୟଙ୍କ ଷ୍ଟେମେଣ୍ଟ ଦେଖାଇବାପରେ କୋର୍ଟ A2Z କମ୍ପାନୀକୁ ସେହି ଏସ୍କ୍ର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନାହାଁନ୍ତି । କୋର୍ଟ କିଛନ୍ତି, ‘ଏକ ଏସ୍କ୍ରୋ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ HCଙ୍କ ନିର୍ଦ୍ଦେଶରେ ଆମେ ସନ୍ତୁଷ୍ଟ ନୁହଁ। ଆମେ ହ୍ୱାଟ୍ସଆପ୍ ବାର୍ତ୍ତାକୁ ନେଇ ବିଚାର କରୁନାହୁଁ। ଯଦି ଏହା ବିଳମ୍ବ ନହୁଏ, ତା’ହେଲେ ମଧ୍ୟସ୍ଥି ପାଖକୁ ଯାଆନ୍ତୁ। ଏବଂ ତାଙ୍କ ନିଷ୍ପତ୍ତିକୁ ଦଳଗୁଡିକ ଗ୍ରହଣ କରିବାକୁ ବାଧ୍ୟ।’

ଅନ୍ୟପଟେ, ହ୍ୱାଟ୍ସଆପ୍ର ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସହ ଚାଲିଥିବା ବିବାଦ ମଧ୍ୟରେ ଶୁକ୍ରବାର ଦିନ ହ୍ୱାଟ୍ସଆପ୍‌ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସେ ଏହାର ଗୋପନୀୟତା ନୀତି ବା ପ୍ରାଇଭେସି ପଲିସିକୁ ଅସ୍ଥାୟୀ ଭାବରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଣାଇଦେବାକୁ ଚାହୁଁ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଲାଗି କେନ୍ଦ୍ର ସରକାର ଜାରି କରିଥିବା ନୂତନ ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହ୍ୱାଟ୍ସଆପ୍ । ନୂଆ ନିୟମରେ ୟୁଜରଙ୍କ ଚାର୍ଟକୁ ଟ୍ରେସ୍ କରିବାକୁ ପଡ଼ିବ। ଯାହାକି ୟୁଜରଙ୍କ ଗୋପନୀୟତାକୁ ପ୍ରଭାବିତ କରିବ ବୋଲି ହ୍ୱାଟ୍ସଆପ୍ ଅଭିଯୋଗ କରିଛି । ଅନ୍ୟପଟେ ସବୁ ମେସେଜର ଅରିଜିନ୍ ଟ୍ରେସ୍ କରାଯିବ ନାହିଁ ବୋଲି ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା; ଋଷଭ ପନ୍ତ ପଜିଟିଭ

ନୂଆଦିଲ୍ଲୀ: କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଦୁଇ ଖେଳାଳି । ଇଂଲଣ୍ଡ ଗସ୍ତରେ ଥିବା ବେଳେ ଋଷଭ ପନ୍ତ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିନାହିଁ । କରୋନା ପଜିଟିଭ୍ ହୋଇଥିବା ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ପନ୍ତ ଏବେ ଆଇସୋଲେସନରେ ରହିଛନ୍ତି ।

ସୂଚନା ଅନୁଯାୟୀ  ଆସନ୍ତା ୧୮ ତାରିଖରେ ଆଉ ଥରେ ପନ୍ତଙ୍କର କରୋନା ପରୀକ୍ଷା କରାଯିବ । ନେଗେଟିଭ ଆସିବା ପରେ ତାଙ୍କୁ ଟିମରେ ସାମିଲ କରାଯିବ । ୩-୪ ଦିନ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଟିକାର ଦ୍ବିତୀୟ ଡୋଜ୍ ଦିଆସରିଛି । ସେପଟେ ଆସନ୍ତା ୨୦ ତାରିଖରୁ ୩ ଦିବସୀୟ ପ୍ରାକ୍ଟିସ ମ୍ୟାଚ୍ ଆରମ୍ଭ ହେବ । ଅଗଷ୍ଟ ପ୍ରଥମ ସପ୍ତାହରୁ ଇଂଲଣ୍ଡ ଟେଷ୍ଟ ସିରିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ସମସ୍ତ ଖେଳାଳିଙ୍କ ଲଗାତାର ଟେଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଛି ।

Corona Lambda Variant Is More Dangerous Than Delta Malaysia Warns

ଯାହା ଫଳରେ ସେ ଭାରତୀୟ ଦଳ ସହ ଡୁରୁମ୍ ଯିବେ ନାହିଁ। ସେ ଗତ ୮ ଦିନ ହେବ ଆଇସୋଲେସନରେ ରହିଛନ୍ତି । ଏହାବ୍ୟତୀତ ବିସିସିଆଇ ସଚିବ ଜୟ ଶାହା ଭାରତୀୟ ଦଳକୁ ଏକ ଇ-ମେଲ ମାଧ୍ୟମରେ ବ୍ରିଟେନରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅଲମ୍ପିକ୍ସ ଗେମର ଉଦଘାଟନୀ ଉତ୍ସବ; ସାମିଲ ହୋଇପାରନ୍ତି ହଜାରରୁ କମ୍ ଭିଆଇପି

ଟୋକିଓ: ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ ଟୋକିଓ ଅଲମ୍ପିକ୍ସ। ଏହାର ଉଦଘାଟନୀ ସମାରୋହରେ ୧ ହଜାରରୁ କମ୍ ଭିଆଇପି ଏବଂ ବିଦେଶୀ ପ୍ରତିନିଧି ମାନେ ଯୋଗଦେବାର ସମ୍ଭାବନା ରହିଛି। ପୂର୍ବରୁ ୧୦ ହଜାରର ଭିଆଇପିଙ୍କ ଆସିବା ନେଇ ଆକଳନ କରାଯାଇଥିଲା । ହେଲେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସଂଖ୍ୟାରେ ହ୍ରାସ ଘଟିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ‘କ୍ୟୋଡୋ ନ୍ୟୁଜ୍’ ସୂତ୍ରରୁ ପ୍ରକାଶ ଗୁରୁବାର ରିପୋର୍ଟ କରିଛି।

ସୂଚନା ଅନୁଯାୟୀ ଜୁଲାଇ ୨୩ରେ ନ୍ୟାସନାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ସମାରୋହରେ ଶାରୀରିକ ଭାବେ କମ୍ ସଂଖ୍ୟକ ବ୍ୟକ୍ତି ସାମିଲ ହେବା ନେଇ ଆୟୋଜକମାନେ ଚେଷ୍ଟା କରୁଛନ୍ତି। ଏପରିକି  ଟୋକିଓ ଅଲମ୍ପିକ ବେଳେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଖେଳ ସରିବା ଯାଏଁ ଜାପାନ ସରକାରଙ୍କ ପକ୍ଷରୁ ଏମର୍ଜେନ୍ସି ଘୋଷଣା କରାଯାଇଛି ।

ଏହି ଉତ୍ସବରେ ଅନ୍ତର୍ଜାତୀୟ ଅତିଥିମାନଙ୍କ ମଧ୍ୟରେ ଆମେରିକାର ଫାଷ୍ଟ୍ ଲେଡି ଜିଲ୍ ବିଡେନ ରହିବେ ବୋଲି ଆଶା କରାଯାଉଛି। ଦୀର୍ଘ ୬ ମାସ ପରେ ଗତ ବୁଧବାର ଦିନ ଟୋକିଓରେ ସର୍ବାଧିକ ୧୧୪୯ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଥିଲା ।

Japan To Declare Covid-19 Emergency For Tokyo As It Mulls Olympics Without Fans

ଏହି ନ୍ୟାସନାଲ୍ ଷ୍ଟାଡିୟମରେ ୬୮,୦୦୦ ଲୋକ ରହିବାର କ୍ଷମତା ଥିବା ବେଳେ ଚଳିତ ଥର ଉଦଘାଟନୀ ଉତ୍ସବ କେବଳ କିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପ୍ରତିନିଧୀ ତଥା ବିଦେଶୀ ପ୍ରମୁଖ ସମେତ ଖେଳର ଅତିଥିମାନଙ୍କ ମଧ୍ୟରେ ସୀମିତ ରହିବ |

ଅଧିକ ପଢନ୍ତୁ- Olympics 2021: କରୋନା ବଦଳାଇଦେଲା ଅଲିମ୍ପିକ୍ସ ପରମ୍ପରା: ନିଜେ ପଦକ ପିନ୍ଧିବେ ବିଜେତା

ଟୋକିଓ, ଚିବା, କାନାଗାୱା ଏବଂ ସାଇଟାମାରେ ଦର୍ଶକଙ୍କ ବିନା ଏହି ଖେଳ ଅନୁଷ୍ଠିତ ହେବ |ତେବେ ନୂଆ ଜରୁରୀକାଳୀନ ସ୍ଥିତି ଭିତରେ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକୁ ଆଲକହଲ୍ ନଦେବାକୁ କୁହାଯାଇଛି।

ଅଧିକ ପଢନ୍ତୁ- ଟୋକିଓ ଅଲମ୍ପିକ ସରିବା ପର୍ଯ୍ୟନ୍ତ କୋଭିଡ୍-୧୯ ଏମର୍ଜେନ୍ସି ଘୋଷଣା କରିବ ଜାପାନ

 

ମହାପ୍ରଭୁ ଜଗନ୍ନାଥଙ୍କ ରଥ ପ୍ରଭାରେ ଫାଟ: ତାଳଧ୍ୱଜ ଓ ଦର୍ପଦଳନ ଚକରେ ମଧ୍ୟ ସାମାନ୍ୟ ଫାଟ

ପୁରୀ: ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ। ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ। ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ। ଏହାକୁ ମରାମତି କରାଯାଉଛି। ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।

ଏଥିସହିତ ପଢ଼ନ୍ତୁ: Olympics 2021: କରୋନା ବଦଳାଇଦେଲା ଅଲିମ୍ପିକ୍ସ ପରମ୍ପରା: ନିଜେ ପଦକ ପିନ୍ଧିବେ ବିଜେତା

 

 

ତେଲ ଦର ବୃଦ୍ଧି ପ୍ରତିବାଦରେ ବାମ ଦଳର ବନ୍ଦ ପାଳନ: ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ନ କିଣିବାକୁ ଆହ୍ୱାନ

ଜୟପୁର:  ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଵୃଦ୍ଧି ପ୍ରତିବାଦରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ଥିବା ବେଳେ, ଗାଡି ଚଳାଚଳ ବନ୍ଦ ରହିଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ସେବା ଜାରି ରହିବ । ତେବେ ବାମଦଳର ଓଡ଼ିଶଶ ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ଗୋଟିଏ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣିବା ପାଇଁ ଦଳ ଲୋକଙ୍କୁ ଅପିଲ କରିଛି । ରାଉରକେଲାର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସହରର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଆମ୍ଵାଗାନ ଛକ, ବିଶ୍ରାଛକ, ଘରୋଇ ବସଣ୍ଟାଣ୍ଡ, ବେଦବ୍ୟାସ ଛକର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ବାମପନ୍ଥୀ ଦଳ ଦାବି କରିଛି ।

ଏଥିସହିତ ପଢ଼ନ୍ତୁ: କରୋନା କଟକଣା ନେଇ ଆଜି ସାଢ଼େ ୨ଟାରେ ବଡ଼ ଘୋଷଣା କରିବେ ରାଜ୍ୟ ମୁଖ୍ୟ ଶାସନ ସଚିବ

କରୋନା କଟକଣା ନେଇ ଆଜି ସାଢ଼େ ୨ଟାରେ ବଡ଼ ଘୋଷଣା କରିବେ ରାଜ୍ୟ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଗୁରୁବାର ସାଢ଼େ ୨ଟାରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ସେତେଟା କୋହଳ ହୋଇନପାରେ । କିନ୍ତୁ ୨୫ ଜିଲ୍ଲାରେ କଟକଣା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ B କାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଓ A କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇପାରେ କଟକଣା କୋହଳ । ସେହିପରି ବିବାହ, ଶୁଦ୍ଧିକ୍ରିୟାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ । ୨୬ ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ । ହେଲେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନପାରେ ।

ଏଥିସହିତ ପଢ଼ନ୍ତୁ: ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମଧ୍ୟ ରାତ୍ରିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା

ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର: ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା । ବିଞ୍ଝାରପୁର  ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଦୀପକ କୁମାର ନାଥ,  ଯାଜପୁର ଟାଉନ ଥାନା ଖଣ୍ଡରା ଗାଁର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟ ପଟେ  ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣଦ  ନିର୍ଯ୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ଗତ  ୧୧ ତାରିଖରେ ଦିପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ଉଭୟ ପରିବାର । ବିଞ୍ଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ  ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ: ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

Olympics 2021: କରୋନା ବଦଳାଇଦେଲା ଅଲିମ୍ପିକ୍ସ ପରମ୍ପରା: ନିଜେ ପଦକ ପିନ୍ଧିବେ ବିଜେତା

ଟୋକିଓ: କୋଭିଡ ଲାଗି ବଦଳି ଯାଇଛି ଅଲିମ୍ପକ୍ସ ନିୟମ । କରୋନା କାରଣରୁ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନିୟମ ଓ ପରମ୍ପରା । ଏହି କ୍ରମରେ ବିଜେତାଙ୍କୁ ପୁରସ୍କୃତ କରିବାର ପରମ୍ପରାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ ପଦକ ପ୍ରଦାନ ଉତ୍ସବରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପଦକ ପିନ୍ଧାଇବାର ପରମ୍ପରା ରହିଆସିଛି । ଏହା ମଧ୍ୟ ପ୍ରତ୍ୟେକ ଆଥ୍‌ଲେଟକଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ବୋଲି ବିବେଚନା କରାଯାଇଥାଏ । ଚଳିତ ଥର କିନ୍ତୁ ସେ ଦୃଶ୍ୟ ଆଉ ଦେଖିବାକୁ ମିଳିବନାହିଁ । ଆଥଲେଟମାନେ ନିଜର ଗଳାରେ ନିଜେ ପଦକ ପିନ୍ଧିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି  । ପାରମ୍ପାରିକ ମେଡାଲ ସେରିମନିରେ ଏଥର ପରିବର୍ତ୍ତନ କରାଯାଇଛି । ୩୩୯ଟି ଇଭେଣ୍ଟରେ ଆଥଲେଟମାନେ ନିଜ ଗଳାରେ ନିଜେ ପଦକ ପିନ୍ଧାଇବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)  ଅଧ୍ୟକ୍ଷ ଥୋମାସ୍ ବାକ୍ କହିଛନ୍ତି । ଏଥିସହ ମେଡାଲ ସେରିମନିରେ ହାତ ମିଳାଇବା ଓ ଆଲିଙ୍ଗନ କରିବାକୁ  କରିବାକୁ ମଧ୍ୟ ବାରଣ କରାଯାଇଛି । ଏଥର ଆଥଲେଟମାନଙ୍କୁ କେହି ପଦକ ପିନ୍ଧାଇବେ ନାହିଁ ବୋଲି ପ୍ରେସମିଟ୍‌ରେ କହିଛନ୍ତି । ଆଥଲେଟମାନଙ୍କୁ ଏକ ଟ୍ରେ’ରେ ପଦକ ପ୍ରଦାନ କରାଯିବ । ଆଥଲେଟମାନେ ନିଜେ ଟ୍ରେ’ରୁ ପଦକ ଉଠାଇ ନିଜେ ପିନ୍ଧିବେ । ଟ୍ରେ’ ପ୍ରଦାନ କରିବାକୁ ଥିବା ବ୍ୟକ୍ତି ମଧ୍ୟ ଡିସ୍ଇନ୍‌ଫେକଟେଡ୍ ଗ୍ଳୋଭ୍ସ ପିନ୍ଧିବେ । ଯାହାଫଳରେ ତାଙ୍କୁ କେହି ଛୁଇଁ ନ ଥିବା ନେଇ ଆଥଲେଟମାନେ ନିଶ୍ଚିତ ହେବେ ବୋଲି ବାକ୍ କହିଛନ୍ତି । ସାଧାରଣତଃ ଜଣେ ଆଇଓସି ସଦସ୍ୟ କିମ୍ୱା ବରିଷ୍ଠ ଅଧିକାରୀ ଅଲିମ୍ପିକ୍ସରେ ଆଥଲେଟମାନଙ୍କୁ ପଦକ ପିନ୍ଧାଇବାର ପରମ୍ପରା ରହିଥାଏ ପୂର୍ବରୁ ମେଡାଲିଷ୍ଟ ଓ ମେଡାଲ ସେରିମନିରେ ଅଂଶଗ୍ରହଣ କରିବାକୁ ଥିବା ଅଫିସିଆଲମାନେ ମାସ୍କ ପିନ୍ଧିବେ ବୋଳି ଆଇଓସି କହିଥିଲେ ।

ଏଥିସହିତ ପଢ଼ନ୍ତୁ:  ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମଧ୍ୟ ରାତ୍ରିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା