ଆଦିବାସୀ ଯୁବକଙ୍କୁ ତାଲିବାନୀ ସଜା, ଗାଡ଼ି ପଛରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରିଦେଲେ

Tribal Youth Died In Nimoch Madhya Pradesh

ଭୋପାଳ: ସବୁ ସୀମା ଟପିଗଲା ବର୍ବରତା । ତାଲିବାନୀଙ୍କଠୁ ବଳିଗଲା ନୃଶଂସତା । ମଧ୍ୟ ପ୍ରଦେଶର ନିମଚରେ ଏଭଳି ଏକ ଘଟଣା ଘଟିଛି, ଯାହା ଆପଣଙ୍କୁ ହୃଦୟକୁ ବିଦାରି ଦେବ । କିଛି ସ୍ଥାନୀୟ ବାହୁବଳୀ ଲୋକ ଜଣେ ଆଦିବାସୀ ଯୁବକଙ୍କୁ ଏକ ପିକଅପ୍ ଭ୍ୟାନ ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଫଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ।

Tribal Youth Died In Nimoch Madhya Pradesh

ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ନିମଚରେ । ଅଭିଯୁକ୍ତମାନେ ଆଦିବାସୀ ଯୁବକ ଜଣଙ୍କ ବାଇକକୁ ପ୍ରଥମେ ଅଭିଯୁକ୍ତମାନେ ଧକ୍କା ମାରିଥିଲେ । ପରେ ଆଦିବାସୀ ଯୁବକ ଜଣଙ୍କୁ ରସିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ସହ ମାଡ଼ ମାରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଅଗଷ୍ଟ ୨୬ରେ ଘଟିଥିବା ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଚୋରି ଘଟଣାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏଭଳି ଦଣ୍ଡ ଦେଇଛନ୍ତି ।

Tribal Youth Died In Nimoch Madhya Pradesh

ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣକ ନାଁରେ ମାମଲା ରୁଜୁ କରିବା ସହ ୪ ଜଣକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଅଛନ୍ତି । ଏଭଳି ଘଟଣାକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଭିଡିଓ ସେୟାର କରି ସମାଲୋଚନା କରିଥିବା ବେଳେ ସରକାରଙ୍କ ଅପରାଗତା ପାଇଁ ରାଜ୍ୟରେ ଏଭଳି ଅରାଜକତା ଘଟୁଥିବା ସେ କହିଛନ୍ତି ।

Leave a Reply