ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କପିଲ ଶର୍ମା

Hockey Kapil Sharma Appreciated CM Naveen Patnaik

ଭୁବନେଶ୍ୱର: ଜାତୀୟ ଟିଭି ସୋରେ ଟୋକିଓ ହିରୋଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ଭାରତୀୟ ପୁରୁଷ ଓ ମହିଳା ହକି ଟିମଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ନିକଟରେ ସୋନି ଟିଭିରେ ପ୍ରସାରିତ ‘ଦ କପିଲ୍ ଶର୍ମା ସୋ’ରେ ଉଭୟ ପୁରୁଷ ଓ ମହିଳା ହକି ଟିମ୍ ଗେଷ୍ଟ ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି ।

 Hockey Kapil Sharma Appreciated CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋରେ ଉଭୟ ହକି ଟିମକୁ ପଦକ ଓ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ସିଡ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

Leave a Reply