କରୋନାକୁ ମାତ୍ ଦେଇଥିବା ଲୋକଙ୍କୁ କୋଭାକ୍ସିନର ଗୋଟିଏ ଡୋଜ୍ ଯଥେଷ୍ଟ: ICMR

1 min read
Single Dose Of Covaxin May Be Effective As Double Dose To Coronavirus Uninfected ICMR Study

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । ଲୋକଙ୍କୁ ସେରମ ପ୍ରସ୍ତୁତ କୋଭିସିଲ୍ଡ ସହ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ଦୁଇଟି ଲେଖାଏଁ ଡୋଜ୍ ଦିଆଯାଉଛି । ଟିକାକରଣ ଚାଲିଥିବା ବେଳେ ICMRର ଗବେଷଣା ଆଶ୍ୱସ୍ତିକର ତଥ୍ୟ ଦେଇଛି । ICMR ଅଧ୍ୟୟନରେ ଦାବି କରିଛି, କରୋନାକୁ ମାତ୍ ଦେଇଥିବା ବ୍ୟକ୍ତିଙ୍କୁ କୋଭାକ୍ସିନର ଗୋଟିଏ ଡୋଜ୍ ଯଥେଷ୍ଟ । ଗୋଟିଏ ଡୋଜ୍ କୋଭାକ୍ସିନ୍ ନେବା ଦ୍ୱାରା ଆଣ୍ଟିବଡି ପ୍ରତିକ୍ରିୟା ଅଣ କରୋନା ସଂକ୍ରମିତ ନେଉଥିବା ଦୁଇଟି ଡୋଜ୍ ଟିକାର ଫାଇଦା ସହ ସମାନ ।

ଆହୁରି କହାଯାଇଛି, ଏହି ଅଧ୍ୟୟନ ବଡ଼ ଜନସଂଖ୍ୟା ଉପରେ ଫଳପ୍ରଦ ହେଲେ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କୁ ବିବିବି ୧୫୨ ଭ୍ୟାକ୍ସିନର ଗୋଟିଏ ଡୋଜ୍ ଦେବା ପାଇଁ ପରାମର୍ଶ ଦିଆଯାଇ ପାରିବ । ଫଳରେ ଲୋକଙ୍କୁ ସୀମିତ ଭ୍ୟାକ୍ସିନରୁ ବଡ଼ ଲାଭ ମିଳିବ ।

ଏହି ଅଧ୍ୟୟନ ଫେବ୍ରୁଆରୀରୁ ମେ ମାସ ମଧ୍ୟରେ କରାଯାଇଥିଲା । ଚେନ୍ନାଇରେ ଟିକାକରଣ ଚାଲିଥିବା ବେଳେ ଏଥିରେ ୧୧୪ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଅଧ୍ୟୟନରୁ ଜଣାପଡ଼ିଥିଲା କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଠାରେ ଭ୍ୟାକ୍ସିନରୁ ଭଲ ଆଣ୍ଟିବଡି ସୃଷ୍ଟି ହୋଇଛି ।

Leave a Reply