୪ ଦଶକ ପରେ ହକିକୁ ନୂଆ ଜୀବନ ଦେଇଛନ୍ତି ଭାରତର ପୁଅଝିଅ: ମୋଦି

PM Modi Addresses Nation Mann Ki Baat

ନୂଆଦିଲ୍ଲୀ: ମାସର ଶେଷ ରବିବାରରେ ଦେଶବାସୀଙ୍କୁ ‘ମନ୍ କି ବାତ୍’ ଜରିଆରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ହକିର ଯାଦୁଗର ମେଜର ଧ୍ୟାନଚନ୍ଦଙ୍କୁ ଜନ୍ମ ଦିବସ ଅବସରରେ ମନେ ପକାଇଛନ୍ତି ପିଏମ୍ ମୋଦି । କହିଛନ୍ତି, ଆପଣ କଳ୍ପନା କରିପାରନ୍ତି ମେଜର ଧ୍ୟାନଚନ୍ଦଙ୍କ ହୃଦୟ, ଆତ୍ମା ଯେଉଁଠି ବି ଅଛି କେତେ ପ୍ରସନ୍ନ ଥିବ । ପିଏମ୍ ମୋଦି କହିଛନ୍ତି, ଅଲମ୍ପିକ ଚଳିତ ଥର ପ୍ରଭାବ ପକାଇଛି ସବୁ ପରିବାର ଖେଳ ନେଇ ଚର୍ଚ୍ଚା କରୁଛନ୍ତି ।

ଦୁନିଆରେ ଭାରତର ହକିକୁ ଧ୍ୟାନଚନ୍ଦ ପରିଚୟ ଦେଇଥିଲେ । ୪ ଦଶକ ପରେ ଭାରତର ପୁଅଝିଅ ହକିକୁ ନୂଆ ଜୀବନ ଦେଇଛନ୍ତି । ଯେତେ ବି ପଦକ ମିଳୁ, ହକିରେ ପଦକ ମିଳିବା ପରେ ଭାରତୀୟ ଆନନ୍ଦ ପାଆନ୍ତି । ଏଥରକ ପଦକ ମିଳିଛି । ଧ୍ୟାନଚନ୍ଦଙ୍କ ଜୀବନ ହକି ପାଇଁ ସମର୍ପିତ ଥିଲା, ତାଙ୍କ ଆତ୍ମା ଏବେ ପସନ୍ନ ହୋଇଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ଛୋଟ ସହରରେ ଷ୍ଟାର୍ଟଅପ୍ କଲଚର ବିସ୍ତାର ହେଉଛି । ଯୁବକ ରିସ୍କ ନେବାକୁ ଚାହୁଁଛନ୍ତି । ଦୁନିଆରେ ଭାରତର ଖେଳକୁ ପରିଚୟ ଦେବାକୁ ଯୁବକ ଲକ୍ଷ୍ୟ ରଖିଛନ୍ତି । ଯାହା ବିଶ୍ୱାସକୁ ମଜଭୁତ୍ କରିଛି । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁନିଆର ଲୋକ ଭାରତର ଆଧ୍ୟାତ୍ମିକତା ସହ ଯୋଡ଼ି ହେଉଛନ୍ତି ।

Leave a Reply