ତୃତୀୟ ଲହର ମୁକାବିଲା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ତୃତୀୟ ଲହର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ରାଜ୍ୟ ସରକାର ତୃତୀୟ ଲହର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଥିବା ବେଳେ ତୃତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ମହଜୁଦ ରଖାଯାଇଛି । ଔଷଧ ମଧ୍ୟ ମହଜୁଦ ରଖାଯାଇଛି ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହା ସହିତ ଆଗକୁ ପାର୍ବଣ ଋତୁ ଥିବା ବେଳେ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ କୋଭିଡ ନିୟମ ପାଳନ କଲେ କୋରନାର ତୃତୀୟ ଲହରକୁ ହରାଇପାରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କପିଲ ଶର୍ମା

Leave a Reply