କୋରିୟରେ ହେଉଥିଲା ଗଞ୍ଜେଇ ଚାଲାଣ: ୪୫ କେଜି ଗଞ୍ଜେଇ ସହ ୨ ଗିରଫ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ତରିକା । କୋରିୟରରେ ହେଉଛି ଗଞ୍ଜେଇ ଚାଲାଣ । ଭୁବନେଶ୍ୱର ଲଜିଷ୍ଟିକ୍ ଓ ଟ୍ରାନ୍ସପୋର୍ଟ ସଂସ୍ଥା ମାଧ୍ୟମରେ ହୋଇଥାନ୍ତା ଗଞ୍ଜେଇ ଚାଲାଣ । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ ହୋଇଛନ୍ତି । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଏହି ୨ ମାଫିଆଙ୍କୁ ସହିଦନଗର ଥାନା ପୋଲିସ ଧରିଛି। ସେମାନେ ହେଉଛନ୍ତି ମନୀଷ କୁମାର ଓ ଅନିରୁଦ୍ଧ ମିଶ୍ର ।

ଏଥିସହିତ ପଢ଼ନ୍ତୁ: ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୪୪ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

 

Leave a Reply