ଆଫଗାନିସ୍ତାନକୁ ଫେରିଲା ଲାଡେନ୍ ସହଯୋଗୀ: କଶ୍ମୀର ସମସ୍ୟା ଘନିଭୂତ ଆଶଙ୍କା

1 min read

କାବୁଲ: ମିଶନ ଆଫଗାନିସ୍ତାନ ପରେ ମିଶନ କାଶ୍ମୀର । ଇସଲାମିକ ଶତ୍ରୁମାନଙ୍କ ହାତରୁ କାଶ୍ମୀରକୁ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଛି ଅଲ କାଏଦା । ଆମେରିକା ଟ୍ରେଡ ଟାଓ୍ୱାର ଉଡ଼ାଇଦେବା ଘଟଣାରେ ଚର୍ଚ୍ଚିତ ଅଲ କାଏଦାର ଏହି ଘୋଷଣା ପରେ ବଢିଛି ଚିନ୍ତା । ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନକୁ ବି ଶୁଭେଚ୍ଛା ଜଣାଇଛି ଅଲ କାଏଦା । ଆଫଗାନ ମାଟିରୁ ଆମେରିକା ବିଦାୟ ନେବା ପରେ ଅଲ କାଏଦା କହିଛି- ଲେଭାଣ୍ଟ, ସୋମାଲିଆ, ୟେମେନ, କାଶ୍ମୀରକୁ ବର୍ତ୍ତମାନ ଇସଲାମିକ ବିରୋଧୀ ଶକ୍ତିମାନଙ୍କ କବଳରୁ ମୁକ୍ତ କରିବାର ସମୟ ଆସିଛି । ଆଲ୍ଲାଙ୍କ ଉଦ୍ଦେଶ୍ୟରେ ବି ସଂଗଠନ କହିଛି- ସାରା ବିଶ୍ୱରେ ବନ୍ଦୀ ଥିବା ମୁସଲିମ ବନ୍ଦୀମାନଙ୍କୁ ଆଲ୍ଲା ମୁକ୍ତି ଦିଅନ୍ତୁ । ଏକ ବିବୃତିରେ ଅଲ କାଏଦା କହିଛି ଆମେରିକାର ବିଦାୟ ପରେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ସ୍ୱାଧୀନତା ଲାଭ କରିଛି । ତୁରନ୍ତ କାଶ୍ମୀରକୁ ମୁକ୍ତ କରିବା ଲାଗି ଅଲକାଏଦା ଆହ୍ୱାନ ଦେଇଛି । କିଛି ଦିନ ତଳେ ଓସମା ବିନ୍ ଲାଡେନର ସହଯୋଗୀ ଅମିନ ଉଲ୍ ହକ ଆଫଗାନିସ୍ତାନର ନଙ୍ଗରହାର ପ୍ରଜାତନ୍ତ୍ରକୁ ଫେରିବା ପରେ କାଶ୍ମୀର ସମସ୍ୟା ଘନୀଭୂତ ହେବା ଆଶଙ୍କା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

Leave a Reply