ଗୀତ ଗାଇ ପ୍ରତିବାଦ, ଷ୍ଟେଜ ସୋ ପାଇଁ ଅନୁମତି ମାଗିଲେ ଗାୟକ ଓ ଗୀତିକାର

ଭୁବନେଶ୍ୱର: ଗାୟକ ଓ ଗୀତିକାରଙ୍କ ଅଭିନବ ପ୍ରତିବାଦ । ଗଛମୂଳରେ ଗୀତଗାଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସଂଗୀତ କଳାକାର । କରୋନା କଟକଣା ମଧ୍ୟରେ ଷ୍ଟେଜ୍ ସୋ’କୁ ଅନୁମତି ଦେବାକୁ ଗୁହାରି କରିଛନ୍ତି ଏହି କଳାକାର । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଓଡିଆ ମ୍ୟୁଜିକ ଆର୍ଟିଷ୍ଟ ୱେଲଫେଆର ଆସୋସିଏସନ । ଆସୋସିଏସନର କହିବା ଅନୁଯାୟୀ, ବାହାଘର ଭଳି ଅଢେଇଶହ ଲୋକରେ ବି ହୋଇପାରିବ ଷ୍ଟେଜ୍ ସୋ’ । ତେଣୁ ଷ୍ଟେଜ ସୋ କୁ ଅନୁମତି ମାଗିଛନ୍ତି କଣ୍ଠଶିଳ୍ପୀ ଏବଂ ସଙ୍ଗୀତକାର  ।

ଏଥିପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି । ଗତ ୮ମାସ ହେବ ରୋଜଗାର ହରାଇ ଆର୍ଥିକ ଭାରସାମ୍ୟ ହରାଇଛନ୍ତି ମଞ୍ଚ ସଂଗୀତ କଳାକାର । କିଛି କଳାକାର ନିଜର ବାଦ୍ୟଯନ୍ତ୍ର ବିକ୍ରି କରିସାରିଥିବା ବେଳେ, କେହିକେହି ନିଜର ବୃତ୍ତି ପରିବର୍ତ୍ତନ କରି ପରିବା, ମାଛ, ଛତୁ ଆଦି ରାସ୍ତା କଡରେ ବିକ୍ରୟ କରୁଛନ୍ତି । ଏଥିଲାଗି ଆଗାମୀ ଗଣେଶ ପୂଜାଠାରୁ ମଞ୍ଚ ସଂଗୀତ କାଯ୍ୟକ୍ରମ ପରିବେଷଣ ର ଅନୁମତି ପ୍ରଦାନ କରିବାକୁ ଦାବି କରିଛି ଆସୋସିଏସନ।

Leave a Reply