ଯୁବତୀଙ୍କୁ ପ୍ରେମ କଲେ, ଯୁବତୀଙ୍କ ମାଆ ଆକାଉଣ୍ଟରୁ ଟଙ୍କା ଲୁଟିନେଲେ

1 min read

ଝାରସୁଗୁଡ଼ା:  ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ । ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ ଦେହୁରୀ । ମିଲିଥିବା ସୂଚନା ମୁତାବକ ଦୀପକ ଝାରସୁଗୁଡ଼ା ବଡମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇଥିଲେ  । ପରବର୍ତ୍ତୀ ସମୟରେ ଭଲ ପାଇବାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ  ଯୁବତୀଙ୍କ ମାଆଙ୍କ ଆକାଉଣ୍ଟରେ ଥିବା ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଫେରାର ମାରିଥିଲେ ।

ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ପରିବାର  ।  ଅଭିଯୋଗ ପରେ ସୁନ୍ଦରଗଡ଼ ଦର୍ଲିପାଲିରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତାଙ୍କ ପାଖରୁ ଜନନୀ news ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ପୋଲିସ । ଗିରଫ ଯୁବକର ଘର ରାଉରକେଲା ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି । ଭୁବନେଶ୍ୱରରେ କିଛି ନ୍ୟୁଜ ପୋର୍ଟାଲ ସାମ୍ବାଦିକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ବଟି ମାଗୁଥିବା ନେଇ ଅଭିଯୋଗ ହୋଇଥିଲା  ।

ପୋଲିସ ତଦନ୍ତ ଚଳାଇବା ସହିତ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ  । ଘଟଣାରେ ସଂଶ୍ଲିଷ୍ଟ ଥିବା ସାମ୍ବାଦିଙ୍କୁ ଗିରଫ କରିଛି ପୋଲିସ  । ସେପଟେ ଝାରସୁଗୁଡ଼ାରୁ ମଧ୍ୟ ଆସିଛି ଏଭଳି ଏକ ଘଟଣା  । ଦିନକୁ ଦିନ ନ୍ୟୁଜ ପୋଟାର୍ଲର ମାତ୍ରାଧିକ ବୃଦ୍ଧି ସାଙ୍ଗକୁ ସାମ୍ବାଦିକ ପରିଚୟ ଦେଇ ଅନେକ ଦଲାଲଗିରି କରୁଥିବା ଅଭିଯୋଗ ହୋଇ ଆସିଛି  । ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ  ବିଭାଗ ।

Leave a Reply