ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ

1 min read

ମୁମ୍ବାଇ: ଦିବଙ୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଏରା ବାନୋ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ନିକଟ ଅତୀତରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଅନୁଯାୟୀ, ସାଏରା ଗତ ୩ ଦିନ ତଳେ ବ୍ଲଡ୍ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯାହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା ।

ନିକଟରେ ସାଏରା ତାଙ୍କ ପତି ଦିଲୀପ କୁମାରଙ୍କୁ ହରାଇଥିଲେ । ସାଏରା ଓ ଦିଲୀପ ପ୍ରାୟ ୫୪ ବର୍ଷ ହେବ ଏକାଠି ରହିଥିବା ବେଳେ ତାଙ୍କ ପ୍ରେମ କାହାଣୀ ମଧ୍ୟ ଖୁବ୍ ଚର୍ଚ୍ଚିତ ।

ଅଧିକ ପଢନ୍ତୁ- ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ

ହିନ୍ଦୀ ସିନେମାର ଜଣେ ଭେଟରାନ କଳାକାର ଥିଲେ ଦିଲୀପ କୁମାର । ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲୀପଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା ଜୁଗନୁ । ଯେଉଁଥିରେ ସେ ଅଭିନେତ୍ରୀ ନୁର ଜହାନଙ୍କ ନଜର ଆସିଥିଲେ । ଏହା ପରେ ଦିଲୀପ ସହିଦ ଓ ମେଲା ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ପରେ ସେ ନରଗିସ୍ ଓ ବନ୍ଧୁ ରାଜ କପୁରଙ୍କ ସହ ଫିଲ୍ମ ସବନମରେ କାମ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ୧୯୫୦ର ସମୟ ଦିଲୀପ କୁମାରଙ୍କର ଥିଲା । ସେତେବେଳେ ତାଙ୍କର ପ୍ରତିଟି ଫିଲ୍ମ ହିଟ୍ ହେଉଥିଲା । ଦିଲୀପ ଅନେକ ଗମ୍ଭୀର ଅଭିନୟ କରିଥିଲେ । ଫଳରେ ତାଙ୍କୁ ବଲିଉଡର ଟ୍ରାଜେଡି କିଙ୍ଗ ନାଁ ମିଳିଥିଲା ।

 

Leave a Reply