୨୦୧୪ ତୁଳନାରେ ୨୬ ପ୍ରତିଶତ କମ୍ ରହିଛି ଅଶୋଧିତ ତୈଳ: ସରକାର ଆୟ କରିଛନ୍ତି ୨୩ ଲକ୍ଷ କୋଟି

ନୂଆଦିଲ୍ଲୀ: ବୁଧବାର ବିଭିନ୍ନ ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରସ ନେତା ରାହୁଲ ଗାନ୍ଧୀ । ମନିଟାଇଜେସନ୍ ଠାରୁ ନେଇ ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଡିମନିଟାଇଜେସନ୍ କରିଥିବା ବେଳେ ଏବେ ଅର୍ଥମନ୍ତ୍ରୀ ମନିଟାଇଜେସନ୍ କଥା କହୁଛନ୍ତି । ଏହା ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ରୁ ୫ ଜଣ ବ୍ୟବସାୟୀ ବନ୍ଧୁ ଲାଭବାନ ହେବେ । ସେହିଭଳି ଦରବୃଦ୍ଧି ପ୍ରସଂଗରେ ସେ କହିଛନ୍ତି ଯେ, ୨୦୧୪ ମସିହାରେ ୟୁପିଏ ସରକାର ଅଫିସ୍ ଛାଡ଼ିଲା ବେଳକୁ ଗ୍ୟାସ୍ ସିଲିଣ୍ଡର ପିଛା ୪୧୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୮୮୫ ଟଙ୍କାରେ ପହଞ୍ଚିଲାଣି । ଗ୍ୟାସ୍ ସିଲିଣ୍ଡର ଦର ୧୧୬ ପ୍ରତିଶତ ବଢ଼ିଥିବା ବେଳେ ୨୦୧୪ଠାରୁ ପେଟ୍ରୋଲ ଦର ଏଯାବତ୍ ୪୨ ପ୍ରତିଶତ ଓ ଡିଜେଲ ଦର ୫୫ ପ୍ରତିଶତ ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବା ସତ୍ତ୍ୱେ ମୋଦି ସରକାର ପ୍ରେଟ୍ରୋଲିୟମ୍ ସାମଗ୍ରୀ ଉପରେ ଦରବୃଦ୍ଧି କରୁଛନ୍ତି ।

ଅପରପକ୍ଷରେ ମନିଟାଇଜେସନ୍ ନାଁରେ ସରକାର ଦେଶର ମୂଲ୍ୟବାନ ସମ୍ପତ୍ତି ବିକ୍ରି କରୁଥିବା ରାହୁଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ‘ଆମ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୩୨ ପ୍ରତିଶତରୁ ଅଧିକ ଆଉ ଏବେ ଅଶୋଧିତ ତୈଳ ଦର ୨୬ ପ୍ରତିଶତରରୁ କମ୍ ରହିଛି । ଅନ୍ତର୍ଜାତୀୟ ବଜାରରେ ଦାମ୍ କମୁଛି କିନ୍ତୁ ଭାରତରେ ଦାମ୍ ବଢ଼ୁଛି । ’

ଜିଡିପିର ନୂଆ ପରିଭାଷା

ସରକାର ଜିଡିପିର ପରିଭାଷାକୁ ବଦଳାଇଦେଇଥିବା କହିଛନ୍ତି ରାହୁଲ । ସରକାର ଜିଡିପିରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଆୟକୁ ଯୋଡ଼ିଦେଇଛନ୍ତି । ସରକାର ଏବାବଦକୁ ୨୩ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । ଆଉ ଏହି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ସରକାର ଭୟଭୀତ

ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭୟଭୀତ । ସେ ବୁଝିପାରୁନାହାନ୍ତି ଯେ, କ’ଣ କରିବାକୁ ପଡ଼ିବ । ଆମ ପ୍ରଧାନମନ୍ତ୍ରୀ ଭୟଭୀତ । ଏହାକୁ ଦେଖି ଚୀନ ମଧ୍ୟ ତା’ ଯୋଜନା ପ୍ରସ୍ତୁତ କରୁଛି । ଦେଶର ନେତୃତ୍ୱ ଓ ଆର୍ଥିକ ସ୍ଥିତି  ସଂକଟରେ ଥିବାରୁ ଯାହା ବାହାର କରାଯାଇପାରିବ ତାହା ବାହାର କରିଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

Leave a Reply