spot_img
Home Blog Page 5400

ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ହେବେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ଭୁବନେଶ୍ୱର: ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍)  ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ  । ଭାରତ ସରକାର ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରୀ କରାଯାଇଛି । ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ସୂଚାନଯୋଗ୍ୟ,  ବିନୟ ଶ୍ରୀକାନ୍ତ  2019ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବ ଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ 2004 ରୁ 2012 ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

2012ରୁ 2014 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

ଛେଚିଲା ବର୍ଷା, ବୁଡ଼ିଲା ଭୁବନେଶ୍ୱର…

ଭୁବନେଶ୍ୱର: ରାଜଧାନୀରେ ପ୍ରଚୁର ବର୍ଷା  । ବର୍ଷାରେ ବେହାଲ ରାଜଧାନୀବାସୀ  । କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହେଲାଣି  । ଅର୍ଥାତ ସାଙ୍ଘାତିକ ବର୍ଷାରେ ସଂଜ୍ଞାହୀନ ରାଡଜଧାନୀ ଭୁବନେଶ୍ୱର  । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି  । ଏମିତିକି ରାସ୍ତା ଉପରେ ୬ ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଲିଛି  ।

ଅପରାହ୍ନରେ ଭୁବନେଶ୍ୱରରେ  ବର୍ଷା  ରଚିଛି ବିତ୍ପାତ  । ଚତୁପାର୍ଶ୍ୱ ଜଳମଗ୍ନ କରିଦେଇଛି ଏଭଳି ଅଦିନିଆ ବର୍ଷା । ସେପଟେ ରାଜଧାନୀର ଅନେକ ଅଞ୍ଚଳ ଏହି ବର୍ଷାରେ ଜଳମଗ୍ନ ହୋଇଛି  । ଯାନବାହନ ରାସ୍ତାରେ ଯିବା ସମ୍ଭବପର ହେଉନାହିଁ  । ଅନେକ ସ୍ଥାନରେ ଗାଡ଼ି ମୋଟର ପାଣି ଭିତରେ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି  ।  ପାଖାପାଖି ଦୁଇ ଘଣ୍ଟା ଧରି ରାଜଧାନୀରେ ବର୍ଷା ରଚିଛି ସାଙ୍ଘାତିକ ସ୍ଥିତି । ଫଳରେ ଏବେ ରାଜଧାନୀରେ କେବଳ ପାଣି ଆଉ ପାଣି  ।

ରାଜ କୁନ୍ଦ୍ରା ଗିରଫ ହେବା ପରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆଜିଙ୍କ୍ୟ ରାହାଣେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ।

ରାହାଣେ ୧୯ ଅକ୍ଟୋବର ୨୦୧୨ରେ ରାଜ କୁନ୍ଦ୍ରାଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ସାର ଆପଣ ବହୁତ ଭଲ କାମ କରୁଛନ୍ତି । ଯାହାର ଜବାବ ଦେଇ ରାଜ କୁନ୍ଦ୍ରା ଧନ୍ୟବାଦ ଜଣାଇବା ସହ ଆସି ଲାଇଭ୍ ଦେଖିବାକୁ କହିଥିଲେ । ଯାହାର ଜବବାର ରାହାଣେ ଲେଖିଥିଲେ ହଁ ସାର୍ ପକ୍କା  । ରାଜ କୁନ୍ଦ୍ରା ଗିରଫ ହେବା ପରେ ୯ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ୍ ହୋରେ ଲାଗିଛି । ଏବଂ ଟ୍ରୋଲରଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଆଜିଙ୍କ୍ୟ ରାହାଣେ । ସୂଚନା ଯୋଗ୍ୟ ଯେ, ସେତେବେଳେ ଆଇପିଏଲର ଦଳ ରାଜସ୍ଥାନ ରୟାଲ୍ସର ସହ ମାଲିକ ଥିଲେ ରାଜ କୁନ୍ଦ୍ରା । ଏବଂ ସେତେବେଳେ ରାହାଣେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ । ଏବଂ ୨୦୧୮ରେ ସେ ଆଇପିଏଲ୍‌ରେ ରାଜସ୍ଥାନର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ।

ଅପରାଜିତାଙ୍କ ନାଁ ରେ ୱାର୍ଡବାସୀଙ୍କ ଅଭିଯୋଗ, ସାଂସଦ ଆମକୁ ଅପମାନିତ କରୁଛନ୍ତି

ଭୁବନେଶ୍ୱର: ରାଜନୖତିକ ଅଭିସନ୍ଧି ରଖି ଭୁବନେଶ୍ୱର ମହାନଗର ନିଗମର ୪୫ ନମ୍ବର ଓ୍ବାର୍ଡକୁ ଅଯଥା ବଦନାମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟ ଓ୍ୱାର୍ଡର ସମସ୍ୟାକୁ ୪୫ ନମ୍ବର ଓ୍ୱାର୍ଡର ବୋଲି କହି ସାଂସଦ ଓ୍ବାର୍ଡବାସୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।  ଏ ନେଇ ଓ୍ୱାର୍ଡବାସୀ ଭୁବେନଶ୍ୱର ଜୟଦେବ ଭବନ ସମ୍ମୁଖରେ ଅପରାଜିତାଙ୍କୁ ବିରୋଧ କରିଛନ୍ତି ।

୪୩ ନମ୍ବର ଓ୍ବାର୍ଡରେ ରହିଛି ଫିସରି ପୋଖରୀ । କିନ୍ତୁ ସେଥିରେ ନିମ୍ନମାନର କାମର ଅଭିଯୋଗ ହୋଇଥିବା ବେଳେ ଏହା ୪୫ ନମ୍ବର ଓ୍ବାର୍ଡରେ ରହିଛି ବୋଲି ଅପରାଜିତା କହିଛନ୍ତି । ଏହାସହ କୋଭିଡ କଟକଣା ସମୟରେ ପାର୍କରେ ତାଲା ଭାଙ୍ଗି ବୃକ୍ଷ ରୋପଣ କରିବା ଏବଂ ଶବର ସାହିରେ ଥିବା ବିଏମ୍ସି ଘରକୁ ଜବରଦଖଲ କରିବାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା: ୪୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଖାତାକୁ ଯାଇଥିଲା ୩ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କୃଷକଙ୍କ ସୁବିଧା ନେଇ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ ସାରା ଦେଶର କୃଷକଙ୍କୁ ୬୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥାଏ । କିନ୍ତୁ କିଛି କୃଷକ ଏହି ଯୋଜନା ଅନୁଯାୟୀ ସହୟତା ପାଇବାକୁ ଯୋଗ୍ୟ ନ ଥାଇ ମଧ୍ୟ ଚଞ୍ଚକତା କରି ଏହି ଅର୍ଥ ହାତେଇଥାନ୍ତି । ଏଭଳି ଘଟଣା ପଦାକୁ ଆସିବା ପରେ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଅନୁଯାୟୀ ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ କୃଷକଙ୍କ ଠାରୁ ୩ହଜାର କୋଟି ଟଙ୍କା ଆଦାୟ କରାଯାଇଛି । ଏନେଇ ସରକାର ସଂସଦରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅନୁଯାୟୀ ସରକାର ଦେଶ ସାରା କୃଷକଙ୍କୁ ପ୍ରତି ବର୍ଷ ୩ଟି ସମାନ କିସ୍ତିରେ ୬ହଜାର ଟଙ୍କା ଟ୍ରାନ୍ସଫର କରିଥାନ୍ତି । କିନ୍ତୁ ଏହି ସହାୟତା ପାଇଁ କିଛି ମାନଦଣ୍ଡ ପୂରା କରିବାକୁ ପଡ଼ିଥାଏ । ଯେମିତିକି ଇନ୍‌କମ୍ ଟ୍ୟାକ୍ସ ପେୟର ହୋଇନଥିବେ ।

ମଙ୍ଗଳବାର ସଂସଦକୁ ଦିଆଯାଇଥିବା ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅନୁଯାୟୀ ଟଙ୍କା ପାଉଥିବା ୪୨.୧୬ ଲକ୍ଷ ଅଯୋଗ୍ୟ କୃଷକଙ୍କ ଠାରୁ ୨ହଜାର ୯୯୨ କୋଟି ଟଙ୍କା ଆଦାୟ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ତେବେ ଲାଭ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଧିକାଂଶ ଆସାମର । ଆସାମରେ ୮.୩୫ ଲକ୍ଷ ଅଯୋଗ୍ୟ କୃଷକ ଏହାର ଫାଇଦା ନେଇଛନ୍ତି । ଏହା ପରେ ତାମିଲନାଡ଼ୁରେ ୭.୨୨ଲକ୍ଷ କୃଷକ, ପଞ୍ଜାବରୁ ୫.୬୨ ଲକ୍ଷ କୃଷକ, ମହାରାଷ୍ଟ୍ରରୁ ୪.୪୫ ଲକ୍ଷ କୃଷକ, ଉତ୍ତରପ୍ରଦେଶରେ ୨.୬୫ ଲକ୍ଷ କୃଷକ ଗୁଜୁରାଟରେ ୨.୩୬ ଲକ୍ଷ ଫାଇଦା ନେଇଛନ୍ତି ।

ରହସ୍ୟରେ ସୌମ୍ୟଙ୍କ ମୃତ୍ୟୁ: ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବେଳକୁ ବେଳ ନେଉଛି ନୂଆ ମୋଡ଼ । ସୌମ୍ୟଙ୍କ ପରିବାର ଲୋକ ବୋହୂ ବିଦ୍ୟାଙ୍କୁ ଆଙ୍ଗୁଳି ଦେଖାଉଥିବାବେଳେ, ପତ୍ନୀ ବିଦ୍ୟାଙ୍କ ବୟାନ ଆଉ କିଛି ସନ୍ଦେଶ ଦେଉଛି । ସ୍ୱାମୀ ସୌମ୍ୟ ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିବା ନେଇ ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ବିଦ୍ୟା ଭାରତୀ  ।

ସେପଟେ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଁଚିଛି । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ପାଇଁ ଡିଏସପି ବିଜୟ ମଲିକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିରେ ଗଜପତି ଏସପି ଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ଗଭିରତାର ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିବା ପାଇଁ ସହଯୋଗ କରିବ ଏହି ଟିମ୍ ।

ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ରହିଥିବା ଦସ୍ତାବିଜ ଓ ପ୍ରମାଣକୁ ଆଧାର କରି ତଦନ୍ତ ଅଗ୍ରସର ହେବ । କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ତଦନ୍ତର ଦିଗ ଜଣାପଡିବ ବୋଲି କହିଛନ୍ତି ଡିଏସପି ବିଜୟ କୁମାର ମଲିକ । ଅନ୍ୟପଟେ ଦ୍ୱିତୀୟ ଦିନରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଛି ପାରଳା ପୋଲିସ । ଏଥିସହ ତାଙ୍କ ବାପା ଓ ମା’ଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

‘କରୋନା’ ନେଇ ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ: କଂଗ୍ରେସ ଓ ଶିରୋମଣି ଅକାଳୀ ଯୋଗଦେବେନି

ନୂଆଦିଲ୍ଲୀ: କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ନେଇ ଆଜି ସନ୍ଧ୍ୟା ୬ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଏଥତରେ ସାମିଲ ହେବାକୁ ପ୍ରମୁଖ ବିରୋଧୀ କଂଗ୍ରେସ ସମେତ ଶିରୋମଣି ଅକାଳୀ ଦଳ ମଧ୍ୟ ମନା କରିଦେଇଛି । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି ଯେ, ଆମକୁ ପ୍ରଥମେ ଏଥିରେ କେବଳ ଫ୍ଳୋନ୍ ଲିଡର ଯୋଗଦେବା ନେଇ ସୂଚନା ଦିଆଯାଇଥିଲା । ଏବେ କିନ୍ତୁ ସମସ୍ତ ସାଂସଦଙ୍କ ଡକାଯାଇଛି ।  ଏଣୁ ଆମେ ଏହି ବୈଠକକୁ ୨ଟି ସ୍ଳଟ୍‌ରେ କରିବାକୁ ଅନୁରୋଧ କରିଥୁଲୁ । ବୈଠକରେ ସମସ୍ତଙ୍କୁ କହିବାର ସୁଯୋଗ ମିଳିବା କଥା, ଏଣୁ ଆମେ ବୈଠକରେ ଯୋଗଦେବୁ ନାହିଁ  । ଅପରପକ୍ଷରେ ଶିରୋମଣି ଆକାଳୀ ଦଳ ମଧ୍ୟ ଏଥିରେ ଯୋଗଦେବାକୁ ମନା କରିଦେଇଛି । ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କହିଛନ୍ତି ଯେ, ଆମେ ଏହି ବୈଠକକୁ ବୟକଟ୍ କରୁଛୁ । ଯେତେବେଳେ ଯାଏଁ ପ୍ରଧାନମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ନ କରିନ୍ତୁ ଆମେ ବୈଠକରେ ଯୋଗେଦେବୁ ନାହିଁ ବୋଲି କହିଛନ୍ତି  ।

ଅପରପକ୍ଷରେ ତୃଣମୂଳ କଂଗ୍ରେସ କିନ୍ତୁ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛି । ଦଳୀୟ ସାଂସଦ ଡେରେକ ଓବ୍ରେୟନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କୋଭିଡ -୧୯ ଉପରେ ସଂସଦରେ ରାଜନୈତିକ ଦଳର ନେତାଙ୍କୁ ସମ୍ୱୋଧନ କରିବେ । ବ୍ରାଏନ୍ ଏହାକୁ ବିପକ୍ଷଙ୍କ ବିଜୟ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ବାପା ଏକାଦଶାହରେ ରକ୍ତଦାନ ଶିବିର, ଉଦାହରଣ ସାଜିଲେ ଦୁଇ ଭାଇ

କେନ୍ଦୁଝର: କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି  । ଏହି ସମୟରେ ନିଜ ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଜେଡି ଯୁବ ନେତା ଦୁଇ ଭାଇ  । ଘସିପୁରା ନିର୍ବାଚନ ମଣ୍ଡଳୀ ପଦନା ଗ୍ରାମର ସ୍ୱର୍ଗତ ପଞ୍ଚାନନ ସାହୁଙ୍କ ଆଜି ଥିଲା ଏକାଦଶାହ  । ଏହି ଅବସରରେ ତାଙ୍କ ଦୁଇ ପୁଅ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ସାନପୁଅ କେନ୍ଦୁଝର ଜିଲ୍ଲା ମୋ ପରିବାର ସଂଯୋଜକ ପ୍ରଦୀପ ସାହୁ ପରିବାର ଓ ବନ୍ଧୁ ବାନ୍ଧବ ଙ୍କୁ ନେଇ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ  ।

ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନାଥ ନାୟକ ଯୋଗ ଦେଇ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ  । ଗୋଟେପଟେ କୋଭିଡର ଭୟବହତା ଜାରି ରହିଛି  । ରାଜ୍ୟର ରକ୍ତର ଅଭାବ ପରିଲିଖିତ ହେଉଛି  । ତେଣୁ ଏଭଳି ଏକ ଦୁସ୍ଥିତିରେ ରକ୍ତ ଅଭାବକୁ ଦୂର କରିବା ନେଇ ଏପରି ଏକ ୍ଭିନୟ ଉପାୟ ଆୁଣାଇଚନ୍ତି ଏହି ପରିବାର  ।

ପେଗାସସ୍ ମାମଲାର ତଦନ୍ତ କରିବ ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ବହୁ ଦେଶକୁ ଦୋହଲାଇ ଦେଇଥିବା ପେଗାସସ୍ ଫୋନ୍ ଟ୍ୟାପିଂ ମାମଲାରେ ଏବେ ଫ୍ରାନ୍ସ ତଦନ୍ତ ଆରମ୍ଭ କରିଦେଇଛି । ଖବର ସରବରାହ ସଂସ୍ଥା ଏଏଫ୍‌ପିର ସୂଚନା ମୁତାବକ ଫ୍ରାନ୍ସରେ ପେଗାସସ୍ ମିଡିଆ ଗୁଇନ୍ଦାଗିରି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି ।

ଅନ୍ତର୍ଜାତୀୟ ମିଡିଆ ସଂସ୍ଥା ସୂଚନା ଅନୁଯାୟୀ, ପେଗାସସ୍ ସଫ୍ୱଓ୍ୱେୟାରର ବ୍ୟବହାର କରି ପାଖାପାଖି ୧୦୦୦ ଫରାସୀ ଲୋକଙ୍କୁ ଟାର୍ଗେଟ କରାଯାଇ ଫୋନ୍ ଟ୍ୟାପ କରାଯାଇଛି । ସୂଚନା ମୁତାବକ ମର୍କୋ ଏଜେନ୍ସ ଦ୍ୱରା ପେଗାସେସ୍ ଜରିଆରେ ଯେଉଁ ୧୦୦୦ ଫରାସୀ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା ସେଥିରେ ୩୦ ଜଣ ସାମ୍ୱାଦିକ ଏବଂ ଅନ୍ୟ କିଛି ଲୋକ ସାମିଲ ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଭାରତ ସମେତ ବହୁ ଦେଶରେ ବିବାଦ ଦେଖାଯାଇଛି । ଭାରତରେ ପାଖାପାଖି ୪୦ରୁ ଅଧିକ ସାମ୍ୱାଦିକ, ରାହୁଲ ଗାନ୍ଧୀ ସମେତ ବିରୋଧୀ ଦଳ ନେତା କେନ୍ଦ୍ରୀୟ ମନ୍ତ୍ରୀ ସମେତ ଅନ୍ୟ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଇଥିବା ସୂଚନା ରହିଛି ।  ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହେବା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ କୌଣସି ପ୍ରକାର ଗୁଇନ୍ଦାଗିରିରେ ସାମିଲ ନୁହଁନ୍ତି ଏହା କେବଳ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଇମ୍ରାନ ଖାନ୍‌ଙ୍କ ଫୋନ ହ୍ୟାକ୍: ଭାରତ ଗୁଇନ୍ଦାଗିରି ଚଳାଇଥିବା ନେଇ ଅଭିଯୋଗ ଆଣିଲା ପାକିସ୍ତାନ

ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ଭୁବନେଶ୍ୱର: ପତ୍ନୀ ବଲିଉଡର ଚର୍ଚ୍ଚିତ ନାୟିକ । ଫିଟନେସ୍ ଡିଭା । ବୟସ ବି ତାଙ୍କ ଆଗରେ ହାର ମାନିଛି । ସେ ହେଉଛନ୍ତି ଶିଳ୍ପ ସେଟ୍ଟି । ଏବେ କିନ୍ତୁ ଶିଳ୍ପା ତାଙ୍କ ଯୋଗ ପାଇଁ ରୂପ ପାଇଁ ଚର୍ଚ୍ଚାରେ ନାହାନ୍ତି । ଏବେ ଚର୍ଚ୍ଚାର କାରଣ ଏମିତି ଯେ, ଶିଳ୍ପା ଏହାକୁ ଭୁଲିବାକୁ ଚାହିଁବେ । ଶିଳ୍ପାଙ୍କୁ ନେଇ ଗତ ଦୁଇ ଦିନ ଧରି ଚର୍ଚ୍ଚାର କାରଣ ପଛରେ ଅଛନ୍ତି ସ୍ୱାମୀ ରାଜ୍ କୁନ୍ଦ୍ରା ।

ରାଜ୍ ପର୍ଣ୍ଣ ଫିଲ୍ମ କାରବାର ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଂଚ୍ ଦ୍ୱାରା ଗିରଫ ହୋଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଆଇପିସି ଏବଂ ଆଇଟି ଆକ୍ଟ ବ୍ୟତୀତ, ଇନଡିସେଣ୍ଟ ରିପ୍ରେଜେଣ୍ଟେସନ ଅଫ୍ ଓମେନ ଆକ୍ଟରେ ବି ମାମଲା ରୁଜୁ ହୋଇଛି।

ତେବେ ରାଜ୍ କେମିତି କରୁଥିଲେ ପର୍ଣ୍ଣ ଫିଲ୍ମ କାରବାର? ବଲିଉଡକୁ ପ୍ରତିଦିନ ଆସିଥାନ୍ତି ନୂଆ ନୂଆ ଚେହେରା । ମାୟନଗରୀରେ ନିଜକୁ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଆସନ୍ତି ନ୍ୟୁକମର । ଅଭିଯୋଗ ଅନୁସାରେ ରାଜ ଏହି ନ୍ୟୁକମରଙ୍କ ଫାଇଦା ଉଠାଉଥିଲେ । ସେମାନଙ୍କୁ ବଡ ବଡ଼ ବ୍ୟାନରରେ କାମ ଦେବା ଲୋଭ ଦେଖାଇ ପର୍ଣ୍ଣ ଫିଲ୍ମରେ ଅଭିନୟ ପାଇଁ ଫସାଉଥିଲେ ।

କୁହାଯାଉଛି ଯେ, ରାଜକୁନ୍ଦ୍ରା ମୁମ୍ବାଇରେ ଚଳାଇଥିବା ପର୍ଣ୍ଣ ଦୁନିଆର ଥିଲେ କିଙ୍ଗ୍। ବଡ଼ ବଡ଼ ଚଳଚିତ୍ରରେ ଅଭିନୟ କରାଇବା ପାଇଁ ଯୁବତୀଙ୍କୁ ପ୍ରଲୋଭିତ କରାଇ ତିଆରି କରୁଥିଲେ ଅଶ୍ଳୀଳ ଚଳଚିତ୍ର। ଏବଂ ତାକୁ ନେଇ ପର୍ଣ୍ଣ ସାଇଡିରେ କରୁଥିଲେ ଅପଲୋଡ଼। ଏଭଳି ଅଶ୍ଚର୍ଯ୍ୟପୂର୍ଣ୍ଣ ତଥ୍ୟ ଦେଇଛି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍। ସେପଟେ ତଦନ୍ତ ଜାରି ରହିଥିବା ବେଳେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ ସ୍ପଷ୍ଟ କରିଛି।

ରାଜ କୁନ୍ଦ୍ରାଙ୍କର ‘ହଟିଟ୍ ମୁଭିସ୍’ ନାମକ ଏକ ଆପ୍ ରହିଛି। ଯେଉଁଥିରେ କେବଳ ଅଶ୍ଳୀଳ ଭିଡିଓ ହିଁ ଅପଲୋଡ୍ କରାଯାଇଛି। କୁହାଯାଉଛି ଯେ, ନ୍ୟୁକମରଙ୍କୁ ନେଇ ତିଆରି ଅଶ୍ଲୀଳ ଫିଲ୍ମ ଏହି ଆପରେ ଅପଲୋଡ୍ ହେଉଥିଲା । ଆଉ ଏଥିରୁ ରାଜ୍ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ଏବେ ଆସନ୍ତୁ ଜାଣିବା ଏହି ହଟିଟ୍ ମୁଭିସ ଆପ୍ କେମିତି କାମ କରେ । ଏହା ଏକ ପେଡ୍ ଆପ୍ । ଏହାକୁ ସବସ୍କ୍ରାଇବ୍ କରିବାକୁ ହେଲେ ଉପଭୋକ୍ତାଙ୍କୁ ଟଙ୍କା ଦେବାକୁ ପଡ଼ୁଥିଲା। କେବଳ ହଟିଟ୍ ନୁହେଁ,ହଟିଟ୍ ଭଳି ଅନେକ ଆପ୍ ତାଙ୍କର ଅଛି ବୋଲି କୁହାଯାଉଛି । ରାଜଙ୍କ ବିରୋଧରେ ଫେବ୍ରୁଆରି ମାସରେ ଗୋଟିଏ ଏଫଆଇଆର ମଧ୍ୟ ହୋଇଥିଲା । ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ ରାଜଙ୍କ ପାଇଁ କାମ କରୁଥିବା ସ୍ୱୀକାର କରୁଥିଲେ ।

କିଛି ଦିନ ତଳେ ଜଣେ ୨୪ ବର୍ଷିୟ ମଡେଲ ଅଲ୍ଟ ବାଲାଜୀର ପପୁଲାର ୱେବ ସିରିଜ୍ ଗନ୍ଦିବାତ୍ ଫେମ୍ ଅଭିନେତ୍ରୀ ଗହଣା ବଶିଷ୍ଟଙ୍କ ବିରୋଧରେ ୩ ଜଣ ପୁରୁଷଙ୍କ ସହିତ ତାଙ୍କର ନଗ୍ନ ଭିଡିଓ ସୁଟର ଅଭିଯୋଗ ଆଣିଥିଲେ । ସେହିଭଳି ଆଉ ଜଣେ ୨୧ ବର୍ଷୀୟ ମଡେଲ ତାଙ୍କୁ ସୁଟିଂ ପୂର୍ବରୁ ଏନର୍ଜି ଡ୍ରିଙ୍କ୍ ନାମରେ ନିଶା ଦେଇ ଅଶ୍ଲୀଳ ଭିଡିଓ ସୁଟ୍ କରାଯାଇଥିବା ଅଭିଯୋଗ ଆଣିଥିଲେ । ଗହଣା ବଶିଷ୍ଟଙ୍କ ତାର ଲଣ୍ଡନର ଯେଉଁ ଆପ୍ ସହ ଯୋଡି ହୋଇଛି ତା’ର ସମ୍ପର୍କ ରାଜ୍ କୁନ୍ଦ୍ରାଙ୍କ ସହିତ ଥିବା ଅଭିଯୋଗ ହେଉଛି ।
ଏବେ ଆସନ୍ତୁ ଜାଣିବା ଏଭଳି ଅଶ୍ଲୀଳ ଫିଲ୍ମ ସବୁ କେଉଁଠାରେ ସୁଟ୍ ହେଉଥିଲା ।

ଏହି ସବୁ ଅଶ୍ଲୀଳ ଭିଡିଓ ମୁମ୍ବାଇ ପାଖରେ ଥିବା ମଡ୍ ଆଇଲ୍ୟାଣ୍ଡରେ ସୁଟ୍ ହେଉଥିଲା । ମଡ଼୍ ଆଇଲାଣ୍ଡରେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ବଙ୍ଗଳା ରହିଛି । ଏହି ସବୁ ବଙ୍ଗଳାକୁ ଲକ୍ଷାଧିକ ଟଙ୍କା ଦେଇ ଭଡାରେ ନେଇ ଫିଲ୍ମ ସୁଟ୍ ହେଉଥିଲା । ଫିଲ୍ମ ସୁଟ୍ ହେବା ପରେ ତାକୁ ଲଣ୍ଡନ ପଠା ଯାଉଥିଲା । ସେଠାରୁ ବିଭିନ୍ନ ଆପରେ ଅପଲୋଡ୍ କରାଯାଉଥିଲା । କେବଳ ଏତିକି ନୁହେଁ,ଆପ୍ ରେ ଫିଲ୍ମ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଏହାର ଟ୍ରେଲର ମଧ୍ୟ ଜାରି କରାଯାଉଥିଲା ।