ଆମେରିକାରେ ତାଣ୍ଡବ ରଚିଲା ‘ଇଡା’, ୪୬ ଜଣଙ୍କ ମୃତ୍ୟୁ

Heavy Rain In Newyork Hurricane Ida

ନ୍ୟୁୟର୍କ: ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା । ବାତ୍ୟା ପ୍ରଭାବରେ ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷା ପାଇଁ ନଦୀଗୁଡ଼ିକର ଜଳସ୍ତର ବଢ଼ି ବନ୍ୟା ଆସିଥିଲା । ଆଉ ବନ୍ୟା ପାଣି ଘର ସହ ଗାଡ଼ି ଭିତରେ ପଶିଥିଲା । ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଡ଼ି ଭିତରେ ଜଳବନ୍ଦୀ ହୋଇ ପ୍ରାଣ ହରାଇଥିବା କହିଛନ୍ତି ନ୍ୟୁଜର୍ସି ଗଭର୍ଣ୍ଣର । ଅନ୍ୟପଟେ ନ୍ୟୁୟର୍କ ପୋଲିସ ଅନୁସାରେ, ଭୂତଳ ଆପାର୍ଟମେଣ୍ଟରେ ପାଣି ପଶିଯିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ମଲ୍ ସହ ଏୟାରପୋର୍ଟ ଓ ମେଟ୍ରୋ କୋଚରେ ମଧ୍ୟ ପାଣି ପଶି ଯାଇଛି । ମେଟ୍ରୋପଲିଟନ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରି ଦିଆଯାଇଛି ।

ସଡ଼କରେ ଅଧିକାଂଶ ଗାଡ଼ି ଜଳବନ୍ଦୀ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Leave a Reply