ରଜାଘର ଝିଅ ସାଙ୍ଗେ ହୋଇଗଲା ଭାବ, ଏହା ପରେ ପ୍ରେମ ପାଇଁ ଘର ଛାଡ଼ିଲେ ଜାପାନୀ ରାଜକୁମାରୀ

ନୂଆଦିଲ୍ଲୀ: ପ୍ରେମ ମାନେନି ବନ୍ଧବାଡ଼। ପ୍ରେମ ମାନେନି ଜାତି ଧର୍ମ କି ଧନୀ ଗରିବ। ପ୍ରେମ ହେଉଛି ପରିବ୍ୟାପ୍ତ ଭାବନାର ସୀମାହିନ ଦରିଆ। ଏହାକୁ ପାଇବାକୁ ହେଲେ ତ୍ୟାଗ ଏବଂ ନିଷ୍ଠାର ନିହାତି ଆବଶ୍ୟକ। କାରଣ ବିନା ତ୍ୟାଗରେ ପ୍ରେମର ପୂର୍ଣ୍ଣତା ଅସମ୍ଭବ ଆଉ ନିଷ୍ଠା ନଥିଲେ ପ୍ରେମରେ ହାରିବାଟା ନିଶ୍ଚିତ।

ରଜା ଝିଅ ସାଙ୍ଗେ ହୋଇଗଲା ଭାବ। ଏମିତି ଅନେକ ଗୀତ ଏବଂ ଫିଲ୍ମ ଆପଣମାନେ ନିଶ୍ଚିତ ଦେଖିଥିବେ। ରିଲ୍‌ ଲାଇଫକୁ ରିୟଲ ଲାଇଫରେ ଭାବି ସେହି କାହାଣୀରେ ମନର ନାୟିକା ସହ ନିଜକୁ ହିରୋ କରି ଉପସ୍ଥାନା କରିଥିବେ। ହେଲେ ଏମିତି କାହାଣୀରେ ସତ ଲାଗୁଥିବା ଏକ ପ୍ରେମ କାହାଣୀକୁ ସଫଳ କରି ଦେଖାଇଛନ୍ତି ଦୁଇ ପ୍ରେମୀ ଯୁଗଳ। ଏମିତି ଏକ ପ୍ରମ କାହାଣୀ ଯାହାର ରାସ୍ତାରେ ଆସିଥିଲା ଅନେକ ବାଧା ବିଘ୍ନ ଝଡ଼ ତୋଫାନ। ହେଲେ ସବୁ ଘାତ ପ୍ରତିଘାତକୁ ସାମର୍ଥ୍ୟ କରି ପ୍ରେମର ଇତିହାସରେ ଲେଖିଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ଏମିତି ଏକ ସତ ପ୍ରେମ କାହାଣୀ ଲେଖିଛନ୍ତି ଜାପାନର ଆକିସିନୋର ରାଜକୁମାରୀ ମାକୋ ଏବଂ ଜଣେ ସାଧାରଣ ଯୁବକ କୋମୁରୋ। ରାଜକୁମାରୀ ମାକୋ ରାଜପରିବାରର ବାହାରେ ଜଣେ ସାଧାରଣ ଯୁବକ କେଇ କୋମୁରୋଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମାକୋଙ୍କ ପାଇଁ ଆସିଛି ଅନେକ ରାଜ ପରିବାରରୁ ବିବାହ ପ୍ରସ୍ତାବ ହେଲେ ସେ ତାଙ୍କ ପ୍ରେମ କାମୁରୋ ପାଇଁ ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବକୁ ଭାଙ୍ଗିଚାଲିଥିଲେ। ମାକୋ ତାଙ୍କ ପ୍ରେମ କାମୁରୋଙ୍କ ପାଇଁ ୭ ଥର ବିବାହ ପ୍ରସ୍ତାବକୁ ଭାଙ୍ଗିଛନ୍ତି। ଖାଲି ସେତିକି ନୁହେଁ ମାକୋ ଜଣେ ସାଧାରଣ ଯୁବକଙ୍କୁ ବିବାହ କରୁଛନ୍ତି ବୋଲି ସାହି ପରିବାର ତରଫରୁ ମାକୋଙ୍କୁ ୯.୧୦ କୋଟି ଟଙ୍କାର କ୍ଷତିପୁରଣ ମିଳିଥାନ୍ତା ଯାହାକୁ ମାକୋ ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି।

ରାଜକୁମାରୀ ମାକୋ ଜାପାନର ରାଜା ନାରୁହିତୋଙ୍କ ଭାଇ ପ୍ରିନ୍ସ ଆକିଶିନୋଙ୍କ ଝିଅ। ମାକୋ କହିଛନ୍ତି ହୃଦୟର ସମ୍ମାନ ଏବଂ ଜୀବନ ବଞ୍ଚିବାର ଏକ ରାସ୍ତା ହେଉଛି ବିବାହ। ଯାହା ଆମେ ବହୁତ ଶୀଘ୍ର କରିବାକୁ ଯାଉଛୁ। ଆମେ ଦୁହେଁ ଦୁହିଁଙ୍କଠାରୁ କେବେ ଅଲଗା ହୋଇପାରିବୁ ନାହିଁ ବୋଲି ମାକୋ କହିଛନ୍ତି।

୨୦୧୩ରେ ମାକୋଙ୍କ ପ୍ରେମିକ କେଇ କୋମୁରୋ ଅନେକ ଦିନର ପ୍ରେମ ପରେ ତାଙ୍କୁ ଏକ ଡିନର ପାର୍ଟିରେ ପ୍ରୋପୋସ କରିଥିଲେ। ମୋକୁରୋଙ୍କ ବିବାହ ପ୍ରସ୍ତାବ ପରେ ମାକୋ ପଢ଼ିବା ପାଇଁ ବ୍ରିଟେନ୍‌ ଚାଲିଯାଇଥିଲେ। ପଢ଼ିବାକୁ ମାକୋ ସିନା ବ୍ରିଟେନ୍‌ ଗଲେ ହେଲା ତାଙ୍କର ମନ ଥିଲା କୋମୁରୋଙ୍କ ପାଖରେ। ଏହାପରେ ମାକୋ ୨୦୧୭ରେ ପ୍ରକାଶ କରିଥିଲେ କି ସେ କୋମୁରୋଙ୍କୁ ୨୦୧୮ରେ ବିବାହ କରିବାକୁ ଯାଉଛନ୍ତି। କିଛି କିଛି କରଣୁ ବିବାହ ହୋଇପାରି ନଥିଲା ଯାହା ଏବେ ହେବାକୁ ଯାଉଛି। ମାକୋ ଏବଂ କାମୁରୋ ବିବାହ ପରେ ଆମେରିକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜକୁମାରୀ ମାକୋଙ୍କ ପ୍ରେମିକା କୋମୁରୋ ଆମେରିକାରେ ଆଇନ ଅଧ୍ୟୟନ କରୁଛନ୍ତି।

Leave a Reply