ଅଲମ୍ପିକ ବେଳେ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ, ୱେବ ପୋର୍ଟାଲ ଏଡିଟର ଅଟକ

Web Portal Editor Arrested On Dutee Chand's Allegations

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା ।

Web Portal Editor Arrested On Dutee Chand's Allegations

ଦୂତୀ ଯେତେବେଳେ ଟୋକିଓରେ ଅଲମ୍ପିକ୍ସ ପାଇଁ ଥିଲେ, ସେତେବେଳେ ସୁଧାଂଶୁ ତାଙ୍କୁ ହତୋତ୍ସାହିତ କରିଥିବା ସେ ଅଭିଯୋଗ କରିଥିଲେ । ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ତାଙ୍କ ନାମରେ ପ୍ରସାରଣ କରାଯାଇଥିବା ଦୂତୀ ଅଭିଯୋଗ କରିଥିଲେ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ ଦୂତି । ଅଲମ୍ପିକ୍ସ ପରି ଅନ୍ତର୍ଜାତୀୟ ଇଭେଣ୍ଟ ଚାଲିଥିବା ବେଳେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକା ଯାଇଥିବା ଦୂତି କହିଥିଲେ ।

Web Portal Editor Arrested On Dutee Chand's Allegations

ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତୀଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତିଙ୍କକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫କୋଟିର ମାନହାନୀ ମକଦମା ଦାଏର କରାଯାଇଛି । ଏତଲାରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ରାଉତ, ରିପୋର୍ଟର ସ୍ମୃତି ରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁରେ ରହିଛି ।

Leave a Reply