ଜମି ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୭ ଗିରଫ

7 Arrested In Balasore Land Business Man Murder Case

ବାଲେଶ୍ୱର: ଶିଳ୍ପାଞ୍ଚଳ ଥାନା ସତ୍ୟନଗର ଠାରେ ଜମି ବ୍ୟବସାୟୀ ରମେଶ ବେହେରାଙ୍କୁ ନିର୍ମମ ହତ୍ୟାକାଣ୍ଡର ୭ ଦିନ ଭିତରେ ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୋଲିସ । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଦୁଇଟି ଖଣ୍ଡାକୁ ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅଚ୍ୟୁତପୁରର ରଞ୍ଜନ ସାହୁ, କାଠୁଆସାହିର ଶମ୍ଭୁନାଥ ବିଶୋଇ, ଗଣେଶ୍ୱରପୁରର ଜମି ବ୍ୟବସାୟୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଶ୍ରୀକୃଷ୍ଣପୁରର କମଳ ବେହେରା, ଓସ୍ତପୁରର ଗୋପିନାଥ ପାକଳ, ମଙ୍ଗଳପୁରର ମାନସ କୁମାର ପ୍ରଧାନ ଓ ଭୋଗଡ଼ିହାର ଭଞ୍ଜୟ କୁମାର ବେହେରା ।

7 Arrested In Balasore Land Business Man Murder Case

ଏମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ରମେଶଙ୍କୁ ହତ୍ୟା କରିବାକୁ ଅନ୍ୟଜଣେ ଜମି ବ୍ୟବସାୟୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଅଭିଯୁକ୍ତ ମାନଙ୍କୁ ୫୦ ଲକ୍ଷ ଟଙ୍କାର ସୁପାରି ଦେଇଥିବା ଖୁଲାସା କରିଛି ପୋଲିସ । ଏହି ସୁପାରି ଟଙ୍କା ମଧ୍ୟରୁ ଅଗ୍ରୀମ ଭାବେ ୧ ଲକ୍ଷ ୫ ହଜାର ଟଙ୍କା ଚିତ୍ତରଞ୍ଜନ ଦେଇଥିବା ବେଳେ ଅଭିଯୁକ୍ତ ମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ଜମି କାରବାରକୁ ନେଇ ଦୀର୍ଘଦିନ ଧରି ରମେଶ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଫଳରେ ରମେଶଙ୍କୁ ହତ୍ୟା କରିବାକୁ ଚିତ୍ତରଞ୍ଜନ ଅଭିଯୁକ୍ତ ମାନଙ୍କ ସହିତ ମାସକ ପୂର୍ବରୁ ଯୋଜନା କରିଥିଲା । ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ସହିତ ଆକ୍ରମଣ କରିଥିବା ରଞ୍ଜନ ଓ ଶମ୍ଭୁନାଥଙ୍କୁ ୪ ଡିସିମିଲ ଲେଖାଏଁ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଗତ ୨୮ ତାରିଖ ସନ୍ଧ୍ୟାରେ ରମେଶଙ୍କୁ ଫୋନ୍‌ କରି ସତ୍ୟନଗର ଜମି ପାଖକୁ ଆସିବାକୁ ଶମ୍ଭୁନାଥ ଡାକିଥିଲା ।

7 Arrested In Balasore Land Business Man Murder Case

ସତ୍ୟନଗର ଜମି ନିକଟରେ ପହଞ୍ଚିବା ପରେ ରମେଶଙ୍କୁ ଏକ ଖଣ୍ଡାର ନିର୍ମମ ଭାବେ ହାଣି ରଞ୍ଜନ ଓ ଶମ୍ଭୁନାଥ ହାଣିଥିଲେ । ଫଳରେ ଘଟଣା ସ୍ଥଳରେ ରମେଶଙ୍କର ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ , ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା । ସୁରାକକୁ ନେଇ ପୋଲିସ ଏହି ହତ୍ୟାକାଣ୍ଡର ରହସ୍ୟ ମାତ୍ର ୭ ଦିନ ମଧ୍ୟରେ ଖୁଲାସା କରିବାରେ ସଫଳ ହୋଇଛି ।

Leave a Reply