ଜେଲରେ କଏଦୀଙ୍କୁ ଦିଆଯାଉଛି ନିର୍ଯାତନା ! ଭିଡିଓ ଭାଇରାଲ୍

1 min read
Soro Sub Jail Inmate Torture Video Goes Viral

ସୋର: ବାଲେଶ୍ୱର ଜିଲ୍ଲା ସୋର ସବ୍- ଜେଲ୍‌ର ପିଛା ଛାଡୁନି ବିବାଦ । କିଛିଦିନ ତଳେ ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏବେ ଜେଲ୍‌ ଭିତରେ କଏଦୀଙ୍କୁ ନିର୍ଯାତନା ଦିଆଯାଉଥିବାର ଭିଡିଓ ଭାଇରାଲ ହୋଇଛି । ଜଣେ ବିଚାରଧୀନ କଏଦୀ ଜେଲ୍ ଭିତରୁ ଏହି ଭିଡିଓ ଭାଇରଲ କରିଛନ୍ତି । ଜେଲରେ କଏଦୀଙ୍କୁ ମାଡ଼ ମରାଯାଉଥିବା ବେଳେ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି ।

Soro Sub Jail Inmate Torture Video Goes Viral

କିଛିଦିନ ପୂର୍ବରୁ ଜଣେ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ଓ ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟ ଉଲ୍ଲେଖ ରହିଛି ବୋଲି ଜେଲର କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଜେଲ ଭିତରକୁ କେମିତି ମୋବାଇଲ ଫୋନ୍‌ ଗଲା ? ଜେଲ୍‌ ଭିତରେ କେମିତି ଭିଡିଓ ସୁଟିଂ କରାଗଲା ? ବାହାରକୁ ଭିଡିଓ ଆସିଲା କେମିତି ? କଏଦୀଙ୍କ ଅଭିଯୋଗ କେତେ ସତ ? କଏଦୀଙ୍କୁ ଜେଲ୍‌ରେ ନିର୍ଯାତନା ଦିଆଯାଉଛି କି ? ନିର୍ଯାତନା ପାଇଁ ପୂର୍ବରୁ କଏଦୀଙ୍କ ମୃତ୍ୟୁ ହୋଇଥିଲା କି ?

Leave a Reply