spot_img
Home Blog Page 5401

ପୀୟୁଷ ଗୋୟଲଙ୍କୁ ଭେଟି ବକେୟା ସବସିଡ୍ ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପାଇଁ ବିଜେଡି ସଂସଦୀୟ ଦଳର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ ନେତା। ଆଜି ଅପରାହ୍ନରେ ବିଜେଡି ସଂସଦୀୟ ଦଳ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ, ମୁନ୍ନା ଖାଁ, ଚନ୍ଦ୍ରାଣୀ ମୁର୍ମୁ, ଅନୁଭବ ମହାନ୍ତି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବକେୟା ସବସିଡ୍ ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପାଇଁ ଦାବି କରିଛନ୍ତି। ଏହା ସହ ଅଖା ଅଭାବ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିଜେଡି ସାଂସଦ। ତେବେ ଓଡ଼ିଶାର ଦାବି ଉପରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

୩୨ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ୫-ଟି ସଚିବ ଭି କେ ପାଣ୍ଡିଆନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୩୮ ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି। ପୂର୍ବରୁ ୩୨ ଟି ହାଇସ୍କୁଲ ସାମିଲ ଥିଲା। ଆଜି ରାଜ୍ୟ ସରକାରଙ୍କ ୫-ଟି ସଚିବ ଆଉ ୬ ଟି ମୋଟ ୩୮ ଟି ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଆଜି ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭର୍ଟୁଆଲ ମାଧ୍ୟମରେ ଏକ ବୈଠକରେ ୫-ଟି ସଚିବଙ୍କ ସହ ଜିଲ୍ଲା ପାଳ ସନତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ସାମିଲ ଥିଲେ। ସମସ୍ତଙ୍କ ସହଯୋଗରେ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯିବ। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ବିଜ୍ଞାନ କକ୍ଷ, ଇ-ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଖେଳ ପଡିଆର ଉନ୍ନତି ଇତ୍ୟାଦି କରାଯିବ।

ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ସାମିଲ ହେବେ। ସେମାନଙ୍କ ସହଯୋଗରେ ଜିଲ୍ଲାର ୩୮ଟି ସ୍କୁଲର ଆଧୁନିକରଣ କରାଯିବ। ସରକାରଙ୍କ ଏହି ଯୋଜନାକୁ ପୁରାତନ ଛାତ୍ରଛାତ୍ରୀ ମାନେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇଛନ୍ତି। ୫-ଟି ସଚିବଙ୍କ ସହ ବୈଠକରେ କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ। ସଚିବ ଭି କେ ପାଣ୍ଡିଆନ ପିଲାମାନଙ୍କୁ ସେମାନଙ୍କ ଲକ୍ଷ ସମ୍ପର୍କରେ ପଚାରି ବୁଖିଥିଲେ ଏବଂ ଲକ୍ଷ୍ୟ ପୂରଣ ଦିଗରେ ପରାମର୍ଶ ଦେଇଥିଲେ।

ଇମ୍ରାନ ଖାନ୍‌ଙ୍କ ଫୋନ ହ୍ୟାକ୍: ଭାରତ ଗୁଇନ୍ଦାଗିରି ଚଳାଇଥିବା ନେଇ ଅଭିଯୋଗ ଆଣିଲା ପାକିସ୍ତାନ

ଇସ୍‌ଲାମାବାଦ୍: ହ୍ୟାକ୍ ହୋଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ । ଇସ୍ରାଏଲ୍ ସଫ୍ୱଓ୍ୱେୟାର ପେଗାସସ୍ ଜରିଆରେ ଏହାକୁ ହ୍ୟାକ କରାଯାଇ ଗୁଇନ୍ଦିଗିରି ଚାଲିଥିବା ଜଣାପଡ଼ିଛି । ଆଉ ଏ ନେଇ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ । ଭାରତ ଇମ୍ରାନ୍‌ଙ୍କ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିସହିତ ହ୍ୟାକିଂର ସବିଶେଷ ରିପୋର୍ଟ ଆସିଲା ପରେ ଏହାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରାଯିବା ବୋଲି ସେଠାକାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓ୍ୱଦ ହୁସେନ କହିଛନ୍ତି ।

ଏହା ପୂର୍ବରୁ ଫାଓ୍ୱଦ ହୁସେନ୍ ଟ୍ୱିଟ୍ କରି ଏହି ପ୍ରସଂଗରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତ ସରକାର ଦ୍ୱାରା ଇସ୍ରାଏଲ୍ ସଫ୍ଟଓ୍ୱେୟାର ବ୍ୟବହାର କରି ସାମ୍ୱାଦିକ, ବିରୋଧୀ ଦଳ  ନେତା ଏବଂ ଶାସକ ଦଳ ନେତାଙ୍କ ଗୁଇନ୍ଦାଗିରି କରାଯିବା ବଡ଼ ଚିନ୍ତାଜନକ ଘଟଣା । ଏନେଇ ପାକିସ୍ତାନ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ହ୍ୟାକ୍ କରାଯାଇଥିବା ଫୋନ୍ ମଧ୍ୟରେ ଇମ୍ରାନ୍‌ଙ୍କ ମଧ୍ୟ ଫୋନ୍ ରହିଛି । ପାକିସ୍ତାନୀ ଖବରକାଗଜ ଡାନ୍ ଅନୁଯାୟୀ ଭାରତ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ନମ୍ୱର ଉପରେ ଏହି ସଫ୍ୱଓ୍ୱେୟାର ଜରିଆରେ ସର୍ଭିଲାନ୍ସ ଜାରି ରଖିଛି । ଏବଂ ଏଥିରେ ଶତାଧିକ ନମ୍ୱର ପାକିସ୍ତାନର । ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇମ୍ରାନଙ୍କ ଫୋନ୍ ହ୍ୟାକିଂ ଡିଟେଲ୍ସ ଆସିଯିବ ଏହାକୁ ଉଚିତ୍ ମଞ୍ଚରେ ଉଠାଯିବା । ଏକ ଦାବି  ମୁତାବକ ଭାରତ ସମେତ ବହୁ ଦେଶର ସରକାର ୧୫୦ରୁ ଅଧିକ ସାମ୍ୱାଦିକ ମାନବାଧିକାର କର୍ମକର୍ତ୍ତା ଏବଂ ଅନ୍ୟ ସାମାଜିକ କର୍ମୀଙ୍କ ଗୁଇନ୍ଦାଗିରି ଚଳାଇଛନ୍ତି ।

୫୦ ପ୍ରତିଶତ ଡାଇନିଂରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ହୋଟେଲ ମାଲିକଙ୍କ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଅଞ୍ଚଳରେ ୫ ଶହରୁ ଅଧିକ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ରହିଛି। ଏଥିରେ ୧୦ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏବଂ ୧୦ ହଜାର ପରିବାର ଏହି ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ଏହି ୧୦ ହଜାର ପରିବାରର ଲୋକମାନେ ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ୧୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୬ହଜାର କର୍ମଚାରୀ ଖାଦ୍ୟ ଏବଂ ପାନୀୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ। ଏମାନଙ୍କର ମାସିକ ଦରମା ୮ ହଜାରରୁ ୧୧ ହଜାର ଭିତରେ। କର୍ମଚାରୀ ମାନଙ୍କ ଦୁର୍ଦ୍ଦିନ ଯୋଗୁଁ ହୋଟେଲ୍ ଶିଳ୍ପର ରାଜସ୍ୱ ୩୦ ରୁ ୫୦ ପ୍ରତିଶତ କମିଛି। ଅଳ୍ପ ସଂଖ୍ୟକ କର୍ମଚାରୀରେ ହୋଟେଲ ଗୁଡ଼ିକୁ ଚଲାଇବା ପାଇଁ ଅଣନିଶ୍ୱାସୀ ହୋଇ କାମ କରିବାକୁ ପଡୁଛି। ତେଣୁ କୋଭିଡ ଭଳି ସ୍ଥିତିରେ ସରକାର ୫୦ ପ୍ରତିଶତ ଡାଇନିଂରେ ହୋଟେଲ ଓ ରେଷ୍ଟୁରାଣ୍ଟ ଚଳାଇବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ହୋଟେଲ ମାଲିକ।

୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍‌ରେ ରହିଛି

ଭୁବନେଶ୍ୱର: ଅଧିକ ପଜିଟିଭ୍ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି। ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି। ଏହାସହ ଏହି ୪ ଜିଲ୍ଲାରେ ଅଧିକ ଫୋକସ ଦେବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ। କିନ୍ତୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମହାମାରୀର ମୁକାବିଲା ପାଇଁ ଜାରି ରହିବ ଟିକାକରଣ। ସେହିପରି ଫୋକସ୍ ସର୍ଭେଲାନ୍ସ ଚାଲୁ ରହିବ। ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ବଢ଼ାଇ ପାରନ୍ତି ସରକାର। ଟ୍ରିଟମେଣ୍ଟ ଫ୍ୟାସିଲିଟି ଯାହା ରଖାଯାଇଛି, ତାହା ଜାରି ରହିବ। ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଟ୍ରେନିଂ ମୋଡ଼ାଲିଟି ୫୦ ପ୍ରତିଶତ ଆଗକୁ ଗଲାଣି। ସବୁ ସାଇଟରେ ପେଡ଼ିଆଟ୍ରିକ୍ସ ଓ ଜେନେରାଲ ଏମବିବିଏସଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ବକରି ଇଦ୍‌ ନେଇ କଟକଣା କୋହଳ କରାଯିବାରୁ ସୁପ୍ରିମକୋର୍ଟଙ୍କ କ୍ଷୋଭ: କହିଲେ, ଜୀବନ ଅଧିକାରଠାରୁ ବଡ଼ କିଛି ନୁହଁ

ନୂଆଦିଲ୍ଲୀ: ବକରି ଇଦ୍ ନେଇ ରାଜ୍ୟରେ ଲକ୍‌ଡାଉନ୍ କଟକଣାକୁ କୋହଳ କରିଛନ୍ତି କେରଳ ସରକାର । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ କରୋନା କଟକଣା କୋହଳ କରାଯାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯିବା ପରେ ସଂକ୍ରମଣ ବୃଦ୍ଧି ଘଟେ ତେବେ ଏହା ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ।

ମଙ୍ଗଳବାର କୋର୍ଟ କହିଛନ୍ତି ଯେ, କୌଣସି ପ୍ରକାରରେ ଚାପର ବଶବର୍ତ୍ତୀ ହୋଇ ନାଗରିକଙ୍କ ସବୁଠାରୁ ମୂଲ୍ୟବାନ ଜୀବନ ଅଧିକାର ଉଲ୍ଳଂଘନ କରାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବି ପ୍ରକାରର ଅପ୍ରିୟ ଘଟଣା ଘଟିବା ଏବଂ ଏହା କୋର୍ଟଙ୍କ ସଂଜ୍ଞାନକୁ ଅଣାଯିବା ପରେ ତଦ୍‌ନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନୁଚ୍ଛେଦ ୨୧ ଏବଂ ଅନୁଚ୍ଛେଦ ୪୪ ଉପରେ ଧ୍ୟାନ ଦେଇ କାଉଡ଼ି ଯାତ୍ରା ନେଇ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ଅପରପକ୍ଷରେ କେରଳ ସରକାର ନିଜ ପକ୍ଷ ରଖି କହିଛନ୍ତି ଯେ, ୧୫ ଜୁନ୍ ଠାରୁ କଟକଣା କୋହଳ କରିଦିଆଯାଇଛି । ସେତେବେଳେ କରାଯାଇଥିବା କୋହଳ ଏବଂ ବର୍ତ୍ତମାନର କଟକଣା କୋହଳ ମଧ୍ୟରେ କୌଣସି ବଡ଼ ଫରକ ନାହିଁ । ଏଥିସହିତ ବ୍ୟବାସୟୀମାନେ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯେଉଁମାନେ ବକରୀ ଇଦ୍ ସମୟରେ ଆର୍ଥିକ ସ୍ଥିତିରେ ସୁଧାର କରିବା ନେଇ ଆଶାବାଦୀ ଅଛନ୍ତି । ଆବେଦନକାରୀ ଏବଂ ସିନିୟର ଆଡଭୋକେଟ ବିକାଶ ସିଂହ କୋର୍ଟଙ୍କ ଠାରୁ କଟକଣା ନେଇ ନିର୍ଦ୍ଦେଶ ଜାରି କରିବାକୁ ପ୍ରାର୍ଥନା କରାଯାଇଥିବା ବେଳେ ଜଷ୍ଟିସ୍ ନରେମନ୍ ଏହାକୁ ରଦ୍ଦ କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ଏଥିସହିତ ପଢ଼ନ୍ତ: ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାଂଘାତିକ ଚିତ୍ର: ଓଟିରୁ ମିଳିଲା ବିୟର ବୋତଲ, ବିନା ଲାଇସେନ୍ସରେ ଚାଲିଛି ହସ୍ପିଟାଲ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାଜା ଖବର ପରସି ଦେବାର ପ୍ରତିଶ୍ରୁତିବଦ୍ଧତା ସହ ‘ସକାଳ’ର ପ୍ରେସ ଉଦଘାଟିତ

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରାରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ଉଦଘାଟନ ହୋଇଛି ନିଜସ୍ବ ପ୍ରେସ୍ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରେସର ଉଦଘାଟନ କରିଥିଲେ  । ନିଜ୍ବସ ପ୍ରେସ୍ ଉଦଘାଟନ ହେବାଫଳରେ ପାଠକଙ୍କୁ ସକାଳ ତାଜା ଖବର ଯୋଗାଇପାରିବ ବୋଲି ମାନସ ମଙ୍ଗରାଜ ଆଶା ପ୍ରକାଶ କରିଛନ୍ତି  । ଏହି ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଆଗାମୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି  ।

ଉଦଘାଟନୀ ଉତ୍ସବରେ ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଏବଂ ଜୟପୁର ସଂସ୍କରଣର ମୁଖ୍ୟ ରାକେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ  । ଆଜିର ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ଏଜେଣ୍ଟ ମଧ୍ୟ ଉପସ୍ଥିତ ଥିଲେ  ।  ଉପାନ୍ତ ଅଞ୍ଚଳର ଲୋକଙ୍କ ସମସ୍ୟା କିପରି ସକାଳରେ ପ୍ରତିଫଳନ ହେବ ଏବଂ ଲୋକଙ୍କ ପ୍ରସଙ୍ଗ ହେବ ସେଥିପ୍ରତି ବିଶେଷ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି  ମତ ପ୍ରକାଶ କରିଛନ୍ତି କର୍ମକର୍ତ୍ତା ।

ପ୍ରେସ ଉଦଘାଟନୀ ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ  ହୋଇଛି  । ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  । ଆଜିର ଉଦଘାଟନୀ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର  ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକାଳର ଉନ୍ନତ ଭବିଷ୍ୟତ କାମନା କରିଥିଲେ  ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ହଜାର ୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଗତ ୪ ମାସ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରକୁ ଖସିଛି । ସବୁଠାରୁ ବଡ଼ କଥା ହେଲା ମୃତ୍ୟୁ ସଂଖ୍ୟା ମଧ୍ୟ ୪୦୦ତଳକୁ ରହିଛି |

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ କରୋନାରେ ଦେଶରେ ୩୭୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ରେ ପହଞ୍ଚି ଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ଦେଶରେ ୪୫, ୨୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ମୋଟ ୩,୦୩, ୫୩,୭୧୦ଜଣ ସୁସ୍ଥ ହୋଇସାରିଛନ୍ତି | ଅପରପକ୍ଷରେ ରାଜ୍ୟରେ ମଧ୍ୟଅନୁରୂପ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୯୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୮୭। କିନ୍ତୁ ଚିନ୍ତା ବଢ଼ାଉଛି ଖୋର୍ଦ୍ଧାରେ ସଂକ୍ରଣ। ହଠାତ ବଢ଼ୁଛି ହଠାତ କମୁଛି ସଂକ୍ରମଣ। ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୨୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୧୩, ବରଗଡ଼ରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୩, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୩୨, ଝାରସୁଗୁଡ଼ାରୁ ୨, ଗଳାହାଣ୍ଡିରୁ ୧୦, ଗନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୨୪, କୋରାପୁଟ ୧୬, ମାଲକାନାଗିରିରୁ ୧୯, ମୟୂରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ଼ ୬୦, ନୂଆପଡ଼ା ୫, ପୁରୀ ୧୦୬, ରାୟଗଡ଼ା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ଼ ୨୫, ଷ୍ଟେଟପୁଲରୁ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାଂଘାତିକ ଚିତ୍ର: ଓଟିରୁ ମିଳିଲା ବିୟର ବୋତଲ, ବିନା ଲାଇସେନ୍ସରେ ଚାଲିଛି ହସ୍ପିଟାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ଚାଲୁଥିବା ଘରୋଇ ହସ୍ପିଟାଲ ଗୁଡ଼ିକର ସାଂଘାତିକ ସତ ଏବେ ସାମ୍ନାକୁ ଆସିଛଇ । ଜିଲ୍ଲା ପ୍ରଶାସନ ଚଢ଼ାଉ ପରେ ଏଠାରେ ଲୋକଙ୍କ ଜୀବନ ସହ ଖେଳାଯାଉଥିବା ଜଣାପଡ଼ିଛି । ହସ୍ପିଟାଲ ଗୁଡ଼ିକରେ ଡାକ୍ତର ନଥିବା ବେଳେ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍ ନର୍ସଙ୍କ ଠରେ ମଧ୍ୟ କୌଣସି ପ୍ରକାର ତାଲିମ ପ୍ରମାଣପତ୍ର ମଧ୍ୟ ନାହିଁ । ଲକ୍ଷ୍ମୌ ଜିଲ୍ଲା ପ୍ରଶାସନ ପକ୍ଷରୁ ଥରକେ ୪୫ଟି ହସ୍ପିଟାଲରେ ଚଢ଼ାଉ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି ।

ଚଢ଼ାଉକାରୀ ଦଳକୁ ଯାଞ୍ଚ ବେଳେ ଅପରେସନ୍‌ ଥିଏଟରେ କୌଣସି ଡାକ୍ତରଙ୍କୁ ଦେଖିବାକୁ ପାଇନଥିଲେ । ଏଥିସହିତ ଅପରେସନ୍‌ ଥିଏଟରରେ ଥିବା ଫ୍ରିଜ୍‌ରେ ଔଷଧ ବଦଳରେ ବିୟର ବୋତଲ ଦେଖିବାକୁ ପାଇଥିଲେ । ଅଧିକାଂଶ ହସ୍ପିଟାଲ ବିନାର ରେଜିଷ୍ଟ୍ରେସନ୍‌ରେ ଚାଲିଥିବା ବେଳେ କେତେକଙ୍କ ଲାଇସେନ୍ସ ଅବଧି ମଧ୍ୟ ସରିଯାଇଥିଲା ।

ସୋମବାର ସ୍ୱାସ୍ଥ୍ୟ ବିଭାଗ ଏବଂ ଲକ୍ଷ୍ଣୌ ଜିଲ୍ଲା ପ୍ରଶାସନର ୬ଟିମ୍ ଚଢ଼ାଉ କରିଥିବା ଅଧିକାଂଶ ହସ୍ପିଟାଲଙ୍କ ନିକଟରେ ଲାଇସେନ୍ସ ମିଳିନଥିଲା । କାହାର ଲାଇସେନ୍ସ ଏକ୍ସପାୟର ହୋଇସାରିଥିଲା ତ ଆଉ କେଉଁଠାରେ ଡାକ୍ତର ନଥିଲେ । ଆଉ ଏକ ହସ୍ପିଟାଲରେ ବିଏସ୍‌ସି ପାସ୍ ରୋଗୀଙ୍କ ଚିକିତ୍ସା କରୁଥିଲେ ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସୋମବାର ତୁଲସି ଆଣ୍ଟ ଟ୍ରମା କେୟାର ସେଣ୍ଟରରେ ଚଢ଼ାଉ କରିଥିଲେ, ଏହି ସମୟରେ ଟ୍ରାମା ସେଣ୍ଟରେ ଥିବା ଚାରି ଆଇସିୟୁ ବେଡ୍‌ରେ ଚଢ଼ାଉ କରିଥିଲେ ସେଠାରେ ମଧ୍ୟ ଡାକ୍ତର ନଥିଲେ । ଏଠାକାର ଅପରେସନ୍ ଥିଏଟେର (ଓଟି)ର ଫ୍ରିଜ୍‌ରେ ବିୟର ବୋତଲ ରଖାଯାଇଥିଲା । ଏଥିସହିତ ଟ୍ରମା କେୟାର ସେଣ୍ଟର ଲାଇସେନ୍ସ ଅବଧି ମଧ୍ୟ ସରିଯାଇଥିବା ଦେଖିବାକୁ ମିଳିଥିଲା ।

ଚଢ଼ାଉ ସମୟରେ ମଡର୍ଣ୍ଣ ହସ୍ପିଟାଲ ମେଟରନିଟି ଆଣ୍ଡ ଟ୍ରମା ସେଣ୍ଟରରେ ଆଇସିୟୁ ବେଡ୍ ମିଳିଥିଲା କିନ୍ତୁ ଏକ୍ସରେ ଏବଂ ଏମରଜେନ୍ସି ସୁବିଧା ନଥିଲା । ଡାକ୍ତର ତ ଥିଲେ ଷ୍ଟାଫ୍ ନର୍ସଙ୍କ ନିକଟରେ ନର୍ସିଂ ଡିଗ୍ରୀ ମଧ୍ୟ ନଥିଲା । ଏହି ଭଳି ଭାବେ ନ୍ୟୁ ଏସିୟନ୍ ହସ୍ପିଟାଲ ଆଣ୍ଡ ଟ୍ରମା ସେଣ୍ଟରରେ ମଧ୍ୟ ଡାକ୍ତର ନଥିଲେ । ଏବଂ ବିଏସ୍‌ସି ଡିଗ୍ରୀଧାରୀ ହସ୍ପିଟାଲ ମାଲିକ ପ୍ରେମକୁମାର ବର୍ମା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲ ।

ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଚଢ଼ାଉ ପରେ ଜିଲାଧିକାରୀ ଅଭିଷେକ ପ୍ରକାଶଙ୍କ ନିର୍ଦ୍ଦେଶ ଉପରେ ସିଏମ୍‌ଓ ଡ ମନୋଜ ଅଗ୍ରଓ୍ୱାଲ୨୯ ହସ୍ପିଟାଲ ବିରୋଧରେ ନୋଟିସ ଜାରି କରାଯାଇଛି ସିଏମ୍‌ଓ ଡ. ମନୋଜ ଅଗ୍ରଓ୍ୱାଲ କହିଛନ୍ତି ଯଦି ହସ୍ପିଟାଲ ମ୍ୟାନେଜମେଣ୍ଟ ସନ୍ତୋଷଜନକ ଉତ୍ତର ନ ଦିଅନ୍ତି ତେବେ ଆଗକୁ ସିଜ୍ କରାଯିବ ।

ଏଥିସହିତ ପଢ଼ନ୍ତୁ: ସରିଲା ଶ୍ରୀଜିଉଙ୍କର ପହଣ୍ଡି କାର୍ଯ୍ୟକ୍ରମ, ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଯିବେ ଶ୍ରୀମନ୍ଦିର

ଅପରାହ୍ଣ ୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ଣ ୨ଟା ଯାଏଁ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା । ଅପରପକ୍ଷରେ ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳକୁ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ଅପରପକ୍ଷରେ ୩ କୃଷ ଆଇନ ପ୍ରସଂଗରେ ସଂସଦ ବାହାରେ ପ୍ଳାଇଂ କାର୍ଡ ଧରି ପ୍ରତିବାଦ ଜଣାଇଛନ୍ତି ଶିରୋମଣି ଅକାଳୀ ଦଳ ସାଂସଦ  । ସେମାନେ କହିଛନ୍ତି ଯେ ଗତକାଲି କଂଗ୍ରେସ ସମସ୍ତ ପ୍ରସଂଗ ଲୋକସଭାରେ ଉଠାଇଥିଲା କୃଷି ଆଇନ ବ୍ୟତୀତ । କିନ୍ତୁ କୃଷି ଆଇନକୁ ସଂସଦରେ ଆଗତ କରାଗଲେ ବେଳେ ଗୃହତ୍ୟାଗ କରିଥିଲେ । ଏବେ ଚାଷୀ ଧାରଣାରେ ବସିଥିବା ବେଳେ ସେମାନେ ଚୁପ୍ ରହିଛନ୍ତି । ଉଭୟ ଆପ୍ ଏବଂ କଂଗ୍ରେସ କେହିଁ ଆନ୍ଦୋଳନରତ ଚାଷୀଙ୍କୁ ନେଇ ଚିନ୍ତିତ ନୁହଁନ୍ତି ବୋଲି ଶିରୋମଣି ଅକାଳୀ ଦଳ ନେତ୍ରୀ ହରସମ୍ରିତ କୋର୍ ବାଦଲ ।