ମୁଲ୍ଲା ବରାଦର ଗନିକୁ ମିଳିଲା ଆଫଗାନିସ୍ତାନରେ ତାଲିବାନୀ ସରକାରର ଦାୟିତ୍ୱ

କାବୁଲ: ଆଫଗାନିସ୍ତାନରେ ଆତଙ୍କ ଭିତରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ସବୁବେଳେ ଆତଙ୍କ ଉପରେ ବିଶ୍ୱାସ ରଖୁଥିବା ତାଲିବାନ ଏବେ ସରକାର ଗଠନ କରିଛି। ସରକାର ଗଠନ ହେବା ପରେ ସରକାରର ଦାୟିତ୍ୱ ଏବେ ହସ୍ତାନ୍ତର କରାଯାଇଛି। ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ଆଫଗାନିସ୍ତାନରେ ନୂତନ ସରକାରର ନେତୃତ୍ୱ ନେବେ। ଏଠାରେ ଆମେ କହିଦେବାକୁ ଚାହୁଁଛୁଯେ ମୁଲ୍ଲା ଅବଦୁଲ ଗନି ହେଉଛନ୍ତି ଆଫଗାନିସ୍ତାନରୁ ଫେରାର ହୋଇଥିବା ପୂର୍ବତନ ରାଷ୍ଟପତି ଅସଫର ଗନିଙ୍କ ଭାଇ।

ତାଲିବାନର ଏକ ଗଣମାଧ୍ୟ ସଂସ୍ଥାର ସୂଚନା ମୁତାବକ ମୁଲ୍ଲା ବରାଦର ଆଫଗାନିସ୍ତାନର ନୂତନ ସରକାରର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଲିବାନର ଦିବଙ୍ଗତ ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ବରିଷ୍ଠ ପଦବୀରେ ରହିବେ। ମୁଲ୍ଲା ଅବଦୁଲ ଗନି ବରାଦରକୁ ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ କାବୁ କରି ନିଜ ଅଧିନକୁ ନେଇଥିଲେ। ଏହା ପରେ ଅବଦୁଲ ଗନିକୁ ୨୦୧୮ରେ ଛାଡ଼ିଦିଆଯାଇଥିଲା।

Leave a Reply