ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଗିରଫ

Programme Assistance Of DCP Office Arrested In Kalahandi

କଳାହାଣ୍ଡି: ବନ୍ଧା ହେଲେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ । କଳାହାଣ୍ଡି ଜିଲ୍ଲାରେ ନକଲି ସାର୍ଟିଫିକେଟ ଯୋଗାଇଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନରେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ ନିଯୁକ୍ତି ସମୟରେ ଅଧିକାଂଶ ନକଲି ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ୨୫ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ । ସେଥିରୁ ଜୁନାଗଡ଼ ବ୍ଲକର ଥିଲେ ୯ ଜଣ ।

Programme Assistance Of DCP Office Arrested In Kalahandi

ଏମାନଙ୍କ ନାଁରେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ସେନାପତି ଜୁନାଗଡ଼ ଥାନାରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ତଦନ୍ତ ସମୟରେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କ ନାଁ ସାମ୍ନାକୁ ଆସିଥିଲା । ସେ ଜାଲ୍‌ ସାର୍ଟିଫିକେଟ ଦେଇଥିଲେ । ଏନେଇ ଜୁନାଗଡ଼ ପୋଲିସ ଟିମ୍ ଭବାନିପାଟଣାରୁ ତାଙ୍କ ଅଫିସରୁ ନରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply