spot_img
Home Blog Page 5395

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି: ଲେଖିଛନ୍ତି, ‘ କିଛି ବି କରିକି ଡିଭୋର୍ସ କରାଇଦିଅ,

ପାରଳାଖେମୁଣ୍ଡି: ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଟ୍ୱିଷ୍ଟ୍  । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି  । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି  । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ  । ପ୍ରଭୁ ତୁମ ପାଖରେ ଋଣୀ ରହିବି  । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି  । ସାରା ଜୀବନ କିଛି ବି କରିବି  । ଡିଭୋର୍ସ କରାଇଦିଅ  । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି  । ଏତେ ଦୁଃଖରେ କହିଲି , ଆଖି ଲୁହ ବି ଗଡୁଛି  । ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି  । ଚିଠିରେ ଏପରି କିଛି କଥା ମଧ୍ୟ ଅଛି ଯାହା ସାଧାରଣରେ କହି ହେବନି  । ବେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମଧ୍ୟ ଲେଖିଛନ୍ତି  । ଏଥିରୁ ଜଣାପଡୁଛି ଯେ ସ୍ୱାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା  । ସେହିପରି ଏପ୍ରିଲ ପହିଲା, ଦୁଇ ଏପ୍ରିଲରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ  । ଚିଠିରେ ଗାର କାଟି ହେଟ ଲେଖିଛନ୍ତି  ।

ଗତ ମଙ୍ଗଳବାର ଦିନ ମଧ୍ୟ ଏପରି ଏକ ଚିଠି ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିଲା  । ଯେଉଁଥିରେ ବିଦ୍ୟା ତାଙ୍କ ମନର କଥାକୁ ବେଶ ଦୁଃଖ ସହକାରେ ପ୍ରକାଶ କରିଥିଲେ  । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ  । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର  । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ  । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଥିଲା  । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ  । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି  । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ  । ପ୍ଲିଜ ମୋତେ କ୍ଷମା କରିଦିଅ  । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି  । ମୁଁ କାହାର କେବେ କ୍ଷତି କରିନି  । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଥିଲା

ଏଥିସହିତ ପଢ଼ନ୍ତୁ: କୁଆଖାଇ ନଦୀ ପଠାରୁ ବାହାରିଲା ପୁରୁଷଙ୍କ ମୃତଦେହ: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହେଲା ଭଙ୍ଗା କିରୀଟ

ପୁରୀ: ପବିତ୍ର ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଛି ଭଙ୍ଗାର ସୁନା କିରୀଟ । ବିଶ୍ୱ ନିୟନ୍ତା କାଳିଆ ଠାକୁର ବୁଧବାର ଭଙ୍ଗା କିରୀଟ ପିନ୍ଧିଛନ୍ତି । ଯାହା ସାଧାରଣ ଭକ୍ତଙ୍କୁ ବ୍ୟତୀତ କରିଛି । ସେବାୟତଙ୍କ ଠାରୁ ଭକ୍ତ, ଏହି ଘଟଣା ଜାଣିବା ପରେ ବିରୋଧର ସ୍ୱର ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ମହଲ । ଯେଉଁଠି ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସୁନାବେଶରରେ ଭଙ୍ଗା ସୁନା କିରୀଟ ଲାଗି ହେବା ଘଟଣାକୁ ଭକ୍ତ ମହଲ ବି ସହଜରେ ହଜମ କରିପାରୁନାହାନ୍ତି । ବୁଧବାର ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା । ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ୍ଣ ଅକ୍ଷତ ଥିଲା । ସୁନାର ଦୁଇଟି ହାତୀ ମୁଣ୍ଡ ଓ ୨୧ଟି ସୁନାର ପାଖୁଡ଼ା କିରୀଟରେ ଲାଗିଥିଲା । କିରୀଟର ଦୁଇ ପାର୍ଶ୍ୱରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ୱରେ ହାତୀ ମୁଣ୍ଡ ରହିଥିଲା । କିନ୍ତୁ ମହାପ୍ରଭୁଙ୍କ ଲାଗି ପରେ ସୁନାର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡ଼ା ରହିଥିବା ଦେଖିବାକୁ ମିଳିଛି । ବାମ ପାର୍ଶ୍ୱରୁ ହାତୀ ମୁଣ୍ଡ ପରେ ସୁନାର ତୃତୀୟ ପାଖୁଡ଼ା ଗାଏବ ଥିବା ଦେଖିବାକୁ ମିଳିଛି । ଯାହା ଏବେ ବିରାଟ ପ୍ରଶ୍ନ ଠିଆ କରିଛି । କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଭଙ୍ଗା ସୁନା ପାଖୁଡ଼ା କୁଆଡ଼େ ଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଥିସହିତ ପଢ଼ନ୍ତୁ: ସେଲ୍‌ଫି ନେବା ବେଳେ ବୈତରଣୀ ନଦୀରେ ଭାସିଯାଇ ଜଣେ ନିଖୋଜ

ସେଲ୍‌ଫି ନେବା ବେଳେ ବୈତରଣୀ ନଦୀରେ ଭାସିଯାଇ ଜଣେ ନିଖୋଜ

ଆନନ୍ଦପୁର: ସେଲ୍ଫି ହେଲା କାଳ, ବୈତରଣୀ ନଦୀର ଚୋରା ବାଲିରେ ଭାସି ଯାଇ ଜଣେ ନିଖୋଜ ।  ସୁନାଖମ୍ବ କୁ ବୁଲିବାକୁ ଆସି ସେଲଫି ନେବା ବେଳେ ନଦୀରେ ଖସି ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗତକାଲି ଉପରବେଳା ବର୍ଷା ହେବାରୁ ବୈତରଣୀ ନଦୀରେ ପାଣି ସ୍ରୋତ ବଢି ଯାଇଥିବା  । ତେଣୁ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ରାତି ୯ ଟା ଯାଏଁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଆଜିବି ଠାକୁରମୁଣ୍ଡା ଓ ପାଟଣା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।  ସୂଚନା ଅନୁସାରେ କରଞ୍ଜିଆର ଅଙ୍କିତ ପେରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ହୁଣ୍ଡରା ଆନନ୍ଦପୁର ମନୋହାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସାନଖମ୍ବ ବୁଲିବାକୁ ଆସିଥିଲେ । ସେଲ୍ଫି ଉଠାଉଥିବାବେଳେ ସମ୍ପର୍କୀୟ ସହିତ ପାଣିରେ ଖସି ପଡ଼ିଥିଲେ ।ସାଙ୍ଗମାନେ ଜଣକୁ ଉଦ୍ଧାର କରିପାରିଥିବାବେଳେ ଶ୍ରୀରାମ ଭାସି ଯାଇଥିଲା । ଶ୍ରୀରାମଙ୍କ ବୟସ  ୨୦ ବର୍ଷ ହେବ ବୋଲି କୁହାଯାଉଛି । ଶ୍ରୀରାମ ଝାରଖଣ୍ଡ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସି ସୁନାଖମ୍ବ ବୁଲିବାକୁ ଆସିଥିଲେ ।

ଏଥିସହିତ ପଢ଼ନ୍ତୁ: କୁଆଖାଇ ନଦୀ ପଠାରୁ ବାହାରିଲା ପୁରୁଷଙ୍କ ମୃତଦେହ: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

ବିକାନେର୍‌ରେ ଭୂମିକମ୍ପ: ରିକ୍ଟର ସ୍କେଲରେ ୪.୮ ତୀବ୍ରତା ରେକର୍ଡ

ରାଜସ୍ଥାନ: ବିକାନେର୍‌ଠାରେ ଭୂମିକମ୍ପ । ସକାଳ ୭ଘଣ୍ଟା ୪୨ମିନିଟ ସମୟରେ ଭୂମିକମ୍ପ । ରିକ୍ଟର ସ୍କେଲରେ ୪.୮ତୀବ୍ରତା ରେକର୍ଡ । ଏ ନେଇ ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି ।

ଏହି ଅଞ୍ଚଳରେ ଗତକାଲି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ବିକାନେର୍‌ଠାରେ ଗତକାଲି ଭୋର୍‌ ୫.୨୪ ସମୟରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ‌ହୋଇଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ କବଳରେ

ଦେଶରେ ଆଉ ୪୧ ହଜାର ୩୮୩ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଦେଶରେ ସାମାନ୍ୟ ବଢିଛି କରୋନା ସଂକ୍ରମଣ ଦିନକରେ ୪୧ହଜାର ୩୮୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୭ଜଣଙ୍କ ଜୀବନ ନେଇଛି କିଲର କରୋନା ୨୪ଗଣ୍ଟାରେ ୩୮ହଜାର ୬୫୨ ସଂକ୍ରମିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ଲକ୍ଷ ୫୭ହଜାର ୭୨୦ରେ ପହଞ୍ଚିଥିବା ବେଲେ ମୋଟ୍ ସୁସ୍ଥ ହେଲେଣି ୩କୋଟି ୪ଲକ୍ଷ ୨୯ହଜାର ୩୩୯ । ଆକ୍ଟିଭ କେସ୍ ୪ଲକ୍ଷ ୯ହଜାର ୩୯୪ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୮ହଜାର ୯୮୭କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ଯାଏ ୪୧କୋଟି ୭୮ଲକ୍ଷ ୫୧ହଜାର ୧୫୧ଜଣଙ୍କୁ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ କବଳରେ

କୁଆଖାଇ ନଦୀ ପଠାରୁ ବାହାରିଲା ପୁରୁଷଙ୍କ ମୃତଦେହ: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

ଭୁବନେଶ୍ୱର: କୁଆଖାଇ ନଦୀପଠାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ  ପୋତାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ  କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯ଼ାଉଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ

କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ମୃତଦେହ ଉଦ୍ଧାର

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ମୃତଦେହକୁ ଉଦ୍ଧାର ନେଇ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୫ ଫୁଟ ମାଟି ଖୋଳି ମୃତଦେହକୁ ପୋତାଯାଇଥିବା ପୋଲିସ ଅନୁମାନ କରୁଛି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡ଼ିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛନ୍ତି । ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ  ପୋତାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ  କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯ଼ାଉଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୨୦ ଓ ସ୍ଥାନୀୟ ଅଞ୍ଚଳରୁ ୮୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୫, ବାଲେଶ୍ୱର ୯୮, ବରଗଡ଼ ୧୭, ଭଦ୍ରକ ୫୯, ବଲାଙ୍ଗୀର ୭, ବୌଦ୍ଧ ୪, କଟକ ୨୭୯, ଦେବଗଡ଼ ୫, ଢେଙ୍କାନାଳ ୩୪, ଗଜପତି ୪, ଗଞ୍ଜାମ ୬, ଜଗତସିଂହପୁର ୧୧୩, ଯାଜପୁର ୧୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୨, କେନ୍ଦୁଝର ୨୧, କୋରାପୁଟ ୭, ମାଲକାନଗିରି ୨୪, ମୟୂରଭଞ୍ଜ ୬୬, ନବରଙ୍ଗପୁର ୯, ନୟାଗଡ଼ ୮୮, ନୂଆପଡ଼ା ୨, ପୁରୀ ୮୩, ରାୟଗଡ଼ା ୧୮, ସମ୍ୱଲପୁର ୨୫, ସୋନପୁର ୧୨, ସୁନ୍ଦରଗଡ଼ ୪୭ ଏବଂ ଷ୍ଟେଟ୍ ପୁଲରୁ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏବେ ବି ରାଜ୍ୟରେ ୧୯ ହଜାର ୬୨୩ ଜଣ କରୋନା ମାମଲା ଆକ୍ଟିଭ ରହିଛି ।

ଫକିରମୋହନ ବିଶ୍ୱବିଦ୍ୟାଳୟ ନେଇ ଆଜି କୁଳପତି ଚୟନ

ବାଲେଶ୍ୱର: ଆଜି ହେବ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଚୟନ । କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ମୋହର ବାଜିବା ପରେ ନୂଆ କୁଳପତିଙ୍କ ନାଁ ଘୋଷଣା କରାଯିବ । ଫକିରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ମୋଟ ୧୦ ଜଣ ଆବେଦନ କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ତାଲିକା କରାଯାଇଛି । ଆଜି ରାଜ୍ୟପାଳ ସେମାନଙ୍କ ସାକ୍ଷାତକାର ନେବେ । ଏଥିପାଇଁ ଆଜି ସେମାନଙ୍କୁ ରାଜଭବନରେ ପହଞ୍ଚିବା ପାଇଁ କୁହାଯାଇଛି । ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା । ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି । ଆଜି ସାକ୍ଷାତକାର ପରେ ନୂଆ କୁଳପତି ଘୋଷଣା ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ଦିଦି ପାଳନ କରିବେ ’ଖେଲା ହୋବେ ଦିବସ’, ବିଜେପି ମୁକ୍ତ ନେଇ ଆହ୍ୱାନ

ରଥ ଉପରେ ଆଜି ଅଧରପଣା ନୀତି: ଚଣ୍ଡୀ-ଚାମୁଣ୍ଡା ଓ ଅଶରୀରୀମାନଙ୍କୁ ସମର୍ପିତ ହେବ ପଣା

ପୁରୀ: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି  । ରଥ ଉପରେ ବିଗ୍ରହଙ୍କ ସାମ୍ନାରେ ସମ୍ପନ୍ନ ହେବ ନୀତିକାନ୍ତି  । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ନେଇ ଉଲ୍ଲେଖ ରହିଛି । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡି ରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ବୋଲି କୁହାଯାଏ । ପୂର୍ବରୁ ଦଶମୀ, ଏକାଦଶୀ ଓ ଦ୍ୱାଦଶୀରେ ତିନିଥର ଠାକୁରଙ୍କ ଅଧରପଣା ନୀତି ହେଉଥିଲା ବୋଲି ସଂସ୍କୃତିଗବେଷକ କହନ୍ତି । କିନ୍ତୁ ବର୍ତ୍ତମାନ ଏହା କେବଳ ଥରେ ହିଁ କରାଯାଉଛି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିଥାଏ । ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି ।  ଆଜିର ଏହି ନୀତି ପରେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

ଏଥିସହିତ ପଢ଼ନ୍ତୁ: ମାସ୍କ ପିନ୍ଧିନଥିଲେ, କହିବାରୁ.. ସାମ୍ବାଦିକଙ୍କୁ ପିଟିଲେ ମହିଳା କନଷ୍ଟେବଳ