ରାଜ୍ୟରେ କରୋନାର ସ୍ତର କମିବାରେ ଲାଗିଛି: କିନ୍ତୁ କୋହଳ ପରେ ବଜାରର ଭିଡ଼…

1 min read

ଭୁବନେଶ୍ୱର: ରାଜ୍ୟରେ କରୋନର ସ୍ତର କମିବାରେ ଲାଗିଛି । ହେଲେ କୋହଳ ପରେ ବଜାରରେ ଭାରି ଭିଡ଼ ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଓ କଟକରେ ଲୋକସଂଖ୍ୟା ଅଧିକ । ସେହି ଅନୁସାରେ ସର୍ଭେଲାନ୍ସ ଚାଲିଛି । ଯାତାୟାତ ଅଧିକ ବୋଲି ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ସାମାଜିକ ଦୂରତା ନିୟମ ଠିକ୍‌ ଭାବେ ପାଳନ ହେଉନି । କଟକଣା ମାନିଲେ କରୋନା ଦୂରେଇ ଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଟିକା ନେଇଥିଲେ କରୋନା ହେବନି ବୋଲି ଭାବିବା ଉଚିତ ନୁହେଁ। ପିଲାଙ୍କୁ ବଞ୍ଚାଇବାକୁ ହେଲେ, ନିଜେ ଆଗ ସତର୍କ ହୁଅନ୍ତୁ । ପାଖ ଲୋକ କରୋନା ବାହକ ହୋଇପାରନ୍ତି । ବାପାମାଆ ସଂକ୍ରମିତ ହୋଇଥିଲେ ପିଲା ଆକ୍ରାନ୍ତ ହେବା ଆଶଙ୍କା ରହିଛି । ଅପରପକ୍ଷରେ ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି, ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି କଲମ୍ବିଆରୁ ଅଧିକ ଦେଖିବାକୁ ମିଳୁଛି । କଲମ୍ବିଆରେ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୩୯ ପ୍ରତିଶତ ଲୋକ ନୂଆ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଇକ୍ୱେଡରରେ ମଧ୍ୟ ଲୋକ ସଂକ୍ରମିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ନୂଆ ଭାଇରସର ପ୍ରିଭେଲେନ୍ସ ମାତ୍ର 0 ଦଶମିକ 1 ପ୍ରତିଶତ । ଅଗଷ୍ଟ ୩୦ ତାରିଖରେ W.H.O ତାକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରିଆଣ୍ଟ ଅଫ କନସର୍ନ ବୋଲି WHO କହିନି ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

Leave a Reply