ପ୍ରମୋଦ ଭଗତଙ୍କ ବିଜୟ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’: ମୁଖ୍ୟମନ୍ତ୍ରୀ

1 min read
CM Naveen Congratulates ParaAthlet Pramod Bhagat

ଭୁବନେଶ୍ୱର: ଟୋକିଓରେ ଓଡ଼ିଆ ପୁଅଙ୍କ ବିଜୟ ବାନା । ଦେଶକୁ ଦେଲେ ସୁନା ଉପହାର । ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରମୋଦଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ‘ତୁମ ସଫଳତା ସାରା ଦେଶକୁ ଗୌରବାନ୍ୱିତ କରିଛି ।ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।’

 CM Naveen Congratulates Para Athlete Pramod Bhagat

ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପୋଲିଓ ରୋଗର ଶିକାର ହୋଇଥିଲେ । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।

Leave a Reply