ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

Road Show And Bike Rally Can't Held In Pipili Bye Poll

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ହେବ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ଭୋଟ୍ ଗଣତି କରାଯିବ । ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ ୫୦୦ ଲୋକ ଭାଗ ନେଇ ପାରିବେ ।

Road Show And Bike Rally Can't Held In Pipili Bye Poll

ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ । ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । ଜଣାଶୁଣା ଦଳ ପାଇଁ ୧୫ ଜଣ ଓ ଛୋଟ ଦଳ ପାଇଁ ୧୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ । କୌଣସି ରୋଡ୍ ଶୋ କିମ୍ବା ବାଇକ୍ ରାଲି ହୋଇପାରିବ ନାହିଁ । ପଥପ୍ରାନ୍ତ ବୈଠକରେ ସର୍ବାଧିକ ୫୦ ଲୋକ ସାମିଲ୍ ହୋଇପାରିବେ ।

ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ରହିବେ । ପ୍ରଚାର ବେଳେ ସର୍ବାଧିକ ୨୦ଟି ଗାଡ଼ି ବ୍ୟବହାର ହୋଇପାରିବେ । ଭୋଟ୍ ଗ୍ରହଣର ୩ ଦିନ ପୂର୍ବରୁ ପ୍ରଚାର ବନ୍ଦ ହେବ । ୩୦ ତାରିଖରେ ଭୋଟ୍ ଥିବାରୁ ୨୭ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଚାର ବନ୍ଦ ହେବ । ପ୍ରତି ଭୋଟରଙ୍କୁ ହ୍ୟାଣ୍ଡୱାସ୍ ଦିଆଯିବ । ଲକ୍ଷଣ ଥିବା ଭୋଟରଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ୍ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ।

Leave a Reply