ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ରାତ୍ରୀ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ

ACF Soumya Death Case Crime Branc Filed Charge Sheet Against Bidya Bharati

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ । ୫୦ ଦିନ ପରେ ଡିଏଫଓ କାର୍ଯ୍ୟାଳୟର ପୂର୍ବତନ ରାତ୍ରୀ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଡିଏଫଓ କାର୍ଯ୍ୟାଳୟରେ ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ରାତ୍ରୀ ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫଓ ସଂଗ୍ରାମକେଶରୀ ଏସିଏଫ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତି ପ୍ରାୟ ସାଢ଼େ ବାରଟା ବେଳେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ, ସେ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ACF Soumya Ranjan Death Case Night Watcher Reaction

କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ମୋଡ଼ ଦେଇଛି । କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ । ସେପଟେ ସୌମ୍ୟଙ୍କ ମୃତ୍ୟୁର ଏତେ ଦିନ ପରେ ଏଭଳି ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଗଙ୍ଗା ପ୍ରଧାନ ଓ ଅନ୍ୟ ୩ଜଣଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ଡିଏଫଓ ସଂଗ୍ରାମକେଶରୀ । ଗଙ୍ଗା ପ୍ରଧାନଙ୍କ ବୟାନ ଯଦି ସତ୍ୟ ତାହେଲେ ସାଂଘାତିକ ନିଶ୍ଚୟ । ଯଦି ରାଗ ସୁଝାଇବାକୁ ଏଭଳି ବିବୃତ୍ତି ଦେଇଥାନ୍ତି, ତାହେଲେ ତଦନ୍ତକୁ ଗୋଳମାଳିଆ କରିବ ।

Leave a Reply